ୱାଶିଂଟନ: ୟୁକ୍ରେନକୁ ଦେବାକୁ ଥିବା ଯୁଦ୍ଧ ବିମାନ MIG ର ହସ୍ତାନ୍ତରଣ ପ୍ରକ୍ରିୟା ବନ୍ଦ କଲା ଆମେରିକା । ବର୍ତ୍ତମାନ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ୟୁକ୍ରେନକୁ ମିଗ ବିମାନ ଯୋଗାଇବା ବପଜ୍ଜନକ ହେବା ନେଇ କହିଲା ପେଣ୍ଟାଗନ । ତେଣୁ ଏପରି ନିଷ୍ପତ୍ତିକୁ ବର୍ତ୍ତମାନ କାର୍ଯ୍ୟକାରୀ କରିବାକୁ ଦିଆଯିବନି ବୋଲି ପେଣ୍ଟାଗନ୍ ମୁଖପାତ୍ର ଜନ୍ କିର୍ବି ସ୍ପଷ୍ଟ କରିଛନ୍ତି ।
ଗଣମାଧ୍ୟମକୁ ସମ୍ବୋଧିତ କରି କିର୍ବି କହିଛନ୍ତି ଯେ, ୟୁକ୍ରେନ ପ୍ରତିରକ୍ଷାକୁ ସହଯୋଗ କରିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ଅସ୍ତ୍ରଶସ୍ତ୍ର ଏବଂ ସାମରିକ ସହାୟତା ଯୋଗାଇବା । ଯାହା ଦ୍ବାରା ସେମାନେ ଋଷର ଆକ୍ରମଣକୁ ପ୍ରତିରୋଧ କରିପାରିବେ । ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ଯୁଦ୍ଧ ବିମାନ ଯୋଗାଇବା ବିପଦମୁକ୍ତ ନିଷ୍ପତ୍ତି ହେବନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ପୋଲାଣ୍ଡ ପ୍ରତିପକ୍ଷଙ୍କ ସହ କଥା ହୋଇଛନ୍ତି । ୟୁକ୍ରେନ ସଙ୍କଟ ଓ ସହଯୋଗ ପାଇଁ ଆମେରିକା ଅନ୍ୟ ବିକଳ୍ପଗୁଡିକ ଆମେରିକା ନିରନ୍ତର ଅନୁସରଣ କରୁଛି ।
ଜାତିସଂଘର ଆକଳନ ଅନୁଯାୟୀ ଫେବୃଆରୀ 24 ରେ ଋଷ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିବା ପରଠାରୁ ୟୁକ୍ରେନରେ ଅତି କମରେ 516 ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି । ସେହିପରି ଏହି ଆକ୍ରମଣରେ 908 ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି । ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି ଅନୁଯାୟୀ 2.1 ମିଲିୟନରୁ ଅଧିକ ଲୋକ ୟୁକ୍ରେନରୁ ପଡୋଶୀ ଦେଶକୁ ପଳାୟନ କରିଛନ୍ତି । ବର୍ତ୍ତମାନ ଏ ଯୁଦ୍ଧ ସମସ୍ୟା ପରବର୍ତ୍ତୀ ସମୟରେ ଏକ ବିଶାଳ ପଳାୟନ ସଙ୍କଟକୁ ଜନ୍ମ ଦେବା ନେଇ ସତର୍କ କରାଇଛି ଜାତିସଂଘର ଶରଣାର୍ଥୀ ଏଜେନ୍ସି ।
ANI