ETV Bharat / bharat

Up: ଯୁବକଙ୍କୁ ଲଣ୍ଡା କରି ପରିସ୍ରା ପିଆଇଲେ କିନ୍ନର, ଭିଡିଓ ଭାଇରାଲ ପରେ 5 ଗିରଫ

ଉତ୍ତର ପ୍ରଦେଶ କାସଗଞ୍ଜରେ ଯୁବକଙ୍କୁ ଲଣ୍ଡା କରି ମାଡ ମାରି ପରିସ୍ରା ପିଆଇଲେ କିନ୍ନର । ଭିଡିଓ ଭାଇରାଲ ପରେ 5 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ

Up: ଯୁବକଙ୍କୁ ଲଣ୍ଡା କରି ମାଡ ମାରି ପରିସ୍ରା ପିଆଇଲେ କିନ୍ନର, ଭିଡିଓ ଭାଇରାଲ ପରେ 4 ଗିରଫ

author img

By

Published : Jul 29, 2023, 4:32 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜଣେ ଯୁବକଙ୍କୁ ବର୍ବରତାର ସହ ନିର୍ଯାତନା ଦିଆଯାଇଛି । କାସଗଞ୍ଜରେ ଜଣେ ଯୁବକଙ୍କୁ କିନ୍ନରଙ୍କ ଏକ ଗୋଷ୍ଠୀ ବର୍ବରତାର ସହ ନିର୍ଯାତନା ଦେଇଛନ୍ତି । ଯୁବକଙ୍କୁ ମାଡ ମାରିବା ସହ ଲଣ୍ଡା କରି ପରିସ୍ରା ପିଆଯାଇଥିବା ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓଟି ଭାଇରାଲ ହେବା ପରେ ପୋଲିସ ଆକ୍ସନମୋଡକୁ ଆସିଛି । ପୀଡିତଙ୍କ ଅଭିଯୋଗ କ୍ରମେ 3 କିନ୍ନର ଓ 2 ପୁରୁଷ ସହଯୋଗୀଙ୍କ ସମେତ ମୋଟ 5 ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ମିଳିଥିବା ସୂଚନା ଅନୁସାରେ, ଘଟଣାଟି 26 ତାରିଖରେ ଘଟିଛି । କାସଗଞ୍ଜର ଏହି ପୀଡିତ ଯୁବକ କିନ୍ନରଙ୍କ ଗୋଷ୍ଠୀ ପାଇଁ ରୋସେୟା ଭାବେ କାର୍ଯ୍ୟ କରୁଥିଲେ । କିନ୍ନର ଗୋଷ୍ଠୀ ତାଙ୍କୁ ତାଙ୍କ ଗୋଷ୍ଠୀରେ ସାମିଲ ହେବାକୁ ବାରମ୍ବାର ଚାପ ପକାଇ ଆସୁଥିଲେ । ହେଲେ ଯୁବକଜଣଙ୍କ ଏଥିରେ ରାଜି ନହେବା ସହ ଏହାକୁ ବିରୋଧ କରୁଥିଲେ । ପରେ ସେ ସେମାନଙ୍କ ପାଇଁ ରୋଷେୟା ଭାବେ କାର୍ଯ୍ୟ କରିବେ ନାହିଁ ବୋଲି କହିଥିଲେ । ତେବେ ଏହି ଘଟଣା ପରେ ସମ୍ପୃକ୍ତ ଯୁବକଙ୍କୁ କିନ୍ନରମାନେ କୌଣସି ଏକ ଅଜ୍ଞାତ ସ୍ଥାନକୁ ଅପହରଣ କରି ନେଇଥିଲେ ।

ସେଠାରେ ଏକ ଜଙ୍ଗଲିଆ ରାସ୍ତାରେ 3 ଜଣ କିନ୍ନର ଓ ସେମାନଙ୍କର ଅନ୍ୟ ଦୁଇ ଜଣ ସହଯୋଗୀ ଯୁବକଙ୍କୁ ମାଡ ମାରିବା ସହ ରାସ୍ତା ଉପରେ ବସାଇ ଲଣ୍ଡା କରିଥିଲେ । ଅସଭ୍ୟ ଭାଷାରେ ଗାଳି ଦେବା ସହ ପରିସ୍ରା ପିଆଇଥିଲେ । ଯୁବକଙ୍କର ବ୍ୟାଗ ଓ ସେଥିରେ ଥିବା 10 ହଜାର ଟଙ୍କା ଲୁଟି ନେଇଥିଲେ । ଏହାର ଭିଡିଓ ଉତ୍ତୋଳନ କରି ଅନ୍ୟମାନଙ୍କୁ ମଧ୍ୟ ଚେତାବନୀ ଦେଇଥିଲେ ଏହି କିନ୍ନର ଗୋଷ୍ଠୀ । ପୀଡିତଜଣଙ୍କ ସେମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ନେହୁରା ହେଉଥିବା ବେଳେ ଏମାନେ ବେଶ କିଛି ସମୟ ଧରି ଅମାନବୀୟ କାଣ୍ଡ ଜାରି ରଖିଥିଲେ । ଏଥିରେ 3 ଜଣ କିନ୍ନର ଭିଡିଓରେ ଦେଖାଯାଉଥିବା ବେଳେ କ୍ୟାମେରା ପଛ ପଟେ ଅନ୍ୟ ଦୁଇ ପୁରୁଷ ସହଯୋଗୀ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ:-ପାଇଖାନା ଟାଙ୍କି ନେଲା ଜୀବନ, ଶ୍ବାସରୁଦ୍ଧ ହୋଇ 2 ମୃତ

26 ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏବେ ଭିଡିଓ ଭାଇରାଲ ହେବା ପରେ ପୋଲିସ ନିକଟରେ ଅଭିଯୋଗ ପହଞ୍ଚିଛି । ପୀଡିତ ଯୁବକ ଏନେଇ ସ୍ଥାନୀୟ ସାହାବର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାରେ ସମ୍ପୃକ୍ତ 3କିନ୍ନର ଓ 2ପୁରୁଷ ସହଯୋଗୀଙ୍କୁ ମିଶାଇ ମୋଟ 5 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି 3 ଅଭିଯୁକ୍ତ କିନ୍ନର କରୀନା, ଲାଲି ଏବଂ ରିଚା ବୋଲି ପୋଲିସ କହିଛି । ସେମାନଙ୍କ ବିରୋଧରେ ଏକାଧିକ ଆକ୍ଟରେ ମାମଲା ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.