ନୂଆଦିଲ୍ଲୀ: ଆସନ୍ତା 26 ତାରିଖରେ 72 ତମ ସାଧାରଣତନ୍ତ୍ର ଦିବସ । ଦେଶର ରାଜଧାନୀରେ ଗଣତନ୍ତ୍ର ଦିବସ ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । ଭାରତୀୟ ସେନାବାହିନୀର ତିନିସେନା ବାୟୁସେନା, ସ୍ଥଳସେନା ଓ ନୌସେନା ଗଣତନ୍ତ୍ର ଦିବସର ପରେଡ ପାଇଁ ଚଳାଇଛନ୍ତି ପ୍ରସ୍ତୁତି ।
ଗଣତନ୍ତ୍ର ଦିବସରେ ରାଜପଥରେ ପ୍ରଥମ ଥର ପାଇଁ ପରେଡରେ ସାମିଲ ହେବ ଭାରତୀୟ ସେନାର ଅପଗ୍ରେଡ ଆଣ୍ଟି ଡିଫେନ୍ସ ସିଷ୍ଟମ ଚିଲକା । ଏହା ଯୁଦ୍ଧକ୍ଷେତ୍ରରେ 2 କି.ମି. ମଧ୍ୟରେ ଶତ୍ରୁଙ୍କ ଟାର୍ଗେଟ ଲକ୍ଷ୍ୟ ଭେଦ କରିପାରିବ ଏହା ସହ ଶୂନ୍ୟରେ 2.5 କି.ମି ଲକ୍ଷ୍ୟଭେଦ କରିବ । ଏହାର ନେତୃତ୍ବ ନେବେ ମହିଳା ଆର୍ମି କ୍ୟାପଟେନ ପ୍ରୀତି ଚୌଧୁରୀ । ସେହିପରି ଗଣତନ୍ତ୍ର ଦିବସ ପରେଡରେ ପିନାକୋ ମଲଟି ବରେଲ ରକେଟ ସିଷ୍ଟୋମ, ବିଏମପି-2, T-90 ଭୀଷ୍ମ ଟ୍ୟାଙ୍କ, ବ୍ରିଜ ଲେୟାର ଟ୍ୟାଙ୍କ, ବ୍ରହ୍ମୋସ କ୍ରୁଜ ମିଶାଇଲ, ବିଦ୍ୟୁତ ଯୁଦ୍ଧକୌଶଳ ସିଷ୍ଟମ ସମବିଜୟ ମଧ୍ୟ ସାମିଲ ହେବ । ଗଣତନ୍ତ୍ର ଦିବସରେ ସେନାର ଯୁଦ୍ଧ କୌଶଳ ସହ ପରାକ୍ରମ ମଧ୍ୟ ପ୍ରଦର୍ଶନ କରିବେ। ଗଣତନ୍ତ୍ର ଦିବସରେ ପରେଡରେ ସେନାବାହିନୀର ବିଭିନ୍ନ କଣ୍ଟିଜେଣ୍ଟ ସହ ବିଭିନ୍ନ ରାଜ୍ୟର କଳା ଐତିହ୍ୟ ସ୍ଥାପତ୍ୟ ଭାସ୍କର୍ଯ୍ୟ ଓ କଳା ପ୍ରଦର୍ଶନ କରାଯିବ ।
ସେହିପରି ଚଳିତବର୍ଷ ପରେଡରେ ସମୟରେ ମୋଟ 42 ବିମାନ ଏଥିରେ ଅଂଶଗ୍ରହଣ କରିବେ । ଏଥିରେ ରାଫେଲ, ସୁଖୋଇ-30, ମିଗ-29, ଜାଗୁଆର ସମେତ ଅନେକ ବିମାନ ପ୍ରଦର୍ଶନ କରାଯିବ । ଚିନୁକ ଟ୍ରାନ୍ସପୋର୍ଟ ହେଲିକପ୍ଟର, ଆପାଚି କମ୍ବାକ୍ଟ ହେଲିକପ୍ଟର ସି-130 ଜେ ଟ୍ରାନ୍ସପୋର୍ଟ ବିମାନ ସାମିଲ ହେବ । କେବଳ ଏତିକି ନୁହେଁ, ତେଜସ ଓ ରୋହିଣି ସର୍ଭିଲାନ୍ସ ରାଡାରର ମଧ୍ୟ ପ୍ରଦର୍ଶନ କରାଯିବ ।