ETV Bharat / bharat

UP Polls: ଆଜି ୪ର୍ଥ ପର୍ଯ୍ୟାୟ, ୫୯ ଆସନରେ ମତଦାନ

author img

By

Published : Feb 22, 2022, 10:16 PM IST

Updated : Feb 23, 2022, 6:46 AM IST

ଆଜି ୪ର୍ଥ ପର୍ଯ୍ୟାୟ ଭୋଟ ଦେବ ଉତ୍ତର ପ୍ରଦେଶ । ୫୯ ଆସନରେ ହେବ ମତଦାନ । ସୁରକ୍ଷା ବ୍ୟବସ୍ଥା କଡାକଡି । ଲଖିମପୁର ଖେରୀ ଉପରେ ସାରା ଦେଶର ନଜର । ଅଧିକ ପଢନ୍ତୁ

UP Polls: ଆସନ୍ତାକାଲି ୪ର୍ଥ ପର୍ଯ୍ୟାୟ, ୫୯ ଆସନରେ ମତଦାନ

ଲକ୍ଷ୍ନୌ: ଆଜି ୪ର୍ଥ ପର୍ଯ୍ୟାୟ ଭୋଟ ଦେବ ଉତ୍ତରପ୍ରଦେଶ । ଏହି ପର୍ଯ୍ୟାୟରେ ବହୁ ଗୁରୁତ୍ବପୂର୍ଣ୍ଣ ଆସନ ସହ ମୋଟ ୫୯ ଆସନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ନିର୍ବାଚନୀ ମଇଦାନରେ ରହିଛନ୍ତି ବିଭିନ୍ନ ଦଳର ମୋଟ 624 ପ୍ରାର୍ଥୀ ।

ଏହି 59ଟି ବିଧାନସଭା ଆସନ ମଧ୍ୟରେ ପିଲିଭିତ, ଲଖିପୁର ଖେରୀ, ସୀତାପୁର, ହାର୍ଡୋଇ, ଉନ୍ନାଓ, ଲକ୍ଷ୍ନୌ, ରାୟ ବରେଲି, ବୃନ୍ଦା, ଏବଂ ଫତେହପୁର ଜିଲ୍ଲା ରହିଛି । ଅନ୍ୟ ଏକ ପ୍ରମୁଖ ଚର୍ଚ୍ଚିତ ଆସନ ହେଉଛି ବିବାଦୀୟ ଲଖିମପୁର ଖେରୀ ନିର୍ବାଚନ ମଣ୍ଡଳୀ । ଏହି ସଂସଦୀୟ କ୍ଷେତ୍ର ଅଧୀନରେ ରହିଥିବା ୮ ଆସନରେ ଗତ ଥର (୨୦୧୭)ରେ ଭାରତୀୟ ଜନତା (BJP) ପାର୍ଟି କ୍ଲିନସ୍ବିପ କରିଥିବା ବେଳେ ଚଳିତଥର ଫଳାଫଳ ବିଜେପି ପାଇଁ ଚ୍ୟାଲେଞ୍ଜିଂ ହୋଇପାରେ ।

ଖେରୀରେ ଘଟିଥିବା ହିଂସାକାଣ୍ଡରେ ଚାଷୀଙ୍କ ସମେତ ମୋଟ ୮ ଜଣ ପ୍ରାଣ ହରାଇଥିଲେ । ଏଥିରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ମୁଖ୍ୟ ଅଭିଯୁକ୍ତ ଭାବେ ତଦନ୍ତ ପରିସରରେ ଥିବା ବେଳେ ସେଠାରେ ବିଜେପି ପାଇଁ ବିଜୟ ପାଇବା ଓ ପୂର୍ବ ଧାରାକୁ ବଜାୟ ରଖିବା ସମ୍ମାନର ପ୍ରଶ୍ନ ହେବାକୁ ଯାଉଛି ।

ଏହି କ୍ଷେତ୍ରରେ କଂଗ୍ରେସ, ଭାରତୀୟ ଜନତା ପାର୍ଟି, ସମାଜବାଦୀ ପାର୍ଟି (ଏସପି) -ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି)ର ମିଳିତ ମଞ୍ଚ ଏବଂ ବହୁଜନ ସମାଜ ପାର୍ଟି (ବିଏସପି) ମଧ୍ୟରେ ବହୁମୁଖୀ ପ୍ରତିଯୋଗିତା ହେବାକୁ ଯାଉଛି । ଆଜି ପାଇଁ ନିର୍ବାଚନୀ ପ୍ରଚାର ଅବଧି ଶେଷ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ରାୟ ବରେଲିରେ ଏକ ନିର୍ବାଚନ ଜନସଭାକୁ ସମ୍ବୋଧିତ କରି ଭୋଟ ମାଗିଥିଲେ । ସେହିପରି ଅନ୍ୟଦଳ ମାନେ ଭୋଟ ହାତେଇବା ପାଇଁ ପ୍ରଚାର ବେଳେ ଆପ୍ରାଣ ଚେଷ୍ଟା ମଧ୍ୟ କରିଛନ୍ତି ।

ଉତ୍ତର ପ୍ରଦେଶରେ ମୋଟ ୭ପର୍ଯ୍ୟାୟରେ ଭୋଟିଂ ଶେଷ ହେବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩ ପର୍ଯ୍ୟାୟ ଭୋଟିଂ ଶେଷ ହୋଇସାରିଛି । ଆଜି ୪ର୍ଥ ପର୍ଯ୍ୟାୟ ଭୋଟିଂ ହେବାକୁ ଯାଉଛି । ମାର୍ଚ୍ଚ ୧୦ ତାରିଖରେ ମତଗଣନା ସହ ଜନାଦେଶ ପ୍ରକାଶ ପାଇବ । ଗତ ତିନି ପର୍ଯ୍ୟାୟ ଭୋଟିଂ ପ୍ରାୟତଃ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ବେଳେ ରାଜ୍ୟରେ କୌଣସି ବଡଧରଣର ହିଂସା ମଧ୍ୟ ସାମ୍ନାକୁ ଆସିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 23, 2022, 6:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.