ETV Bharat / bharat

ୟୁପି ଜେଲ ମୁଖତାର ଅନସାରୀଙ୍କ ନୂଆ ଠିକଣା, ପଞ୍ଜାବରେ ପହଞ୍ଚିଲେ150 ପୋଲିସର ଟିମ୍

author img

By

Published : Apr 6, 2021, 11:22 AM IST

Updated : Apr 6, 2021, 11:36 AM IST

ପଞ୍ଜାବରେ ପହଞ୍ଚିଛନ୍ତି ଉତ୍ତରପ୍ରଦେଶ ପୋଲିସ । ଗ୍ୟାଙ୍ଗଷ୍ଟାର-ରାଜନେତା ମୁଖତାର ଅନସାରୀକୁ ଉତ୍ତରପ୍ରଦେଶ ଜେଲକୁ ସ୍ଥାନାନ୍ତର କରାଯିବ । ଅଧିକ ପଢନ୍ତୁ...

ୟୁପି ଜେଲ ମୁଖତାର ହଂସାରୀଙ୍କ ନୂଆ ଠିକଣା
ୟୁପି ଜେଲ ମୁଖତାର ହଂସାରୀଙ୍କ ନୂଆ ଠିକଣା

ଚଣ୍ଡିଗଡ: ପଞ୍ଜାବରେ ପହଞ୍ଚିଛନ୍ତି ଉତ୍ତରପ୍ରଦେଶ ପୋଲିସ । ଗ୍ୟାଙ୍ଗଷ୍ଟାର-ରାଜନେତା ମୁଖତାର ଅନସାରୀକୁ ଉତ୍ତରପ୍ରଦେଶ ଜେଲକୁ ସ୍ଥାନାନ୍ତର କରାଯିବ । ପାଖାପାଖି 7 ଟି ପୋଲିସ ଫୋର୍ସ ଭୋର୍ ପ୍ରାୟ 4ଟା 30 ମିନିଟରେ ପଞ୍ଜାବର ରୂପନଗରରେ ପହଞ୍ଚିଥିଲା । ଉତ୍ତରପ୍ରଦେଶ ସରକାରଙ୍କୁ ଚିଠି ଲେଖିଥିଲା ପଞ୍ଜାବ ଗୃହବିଭାଗ । ଏପ୍ରିଲ 8 ପୂର୍ବରୁ ସ୍ଥାନାନ୍ତର କରିବା ପାଇଁ ଚିଠିରେ କୁହାଯାଇଥିଲା ।

ମାର୍ଚ୍ଚ 26 ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଉତ୍ତରପ୍ରଦେଶର ଅତିରିକ୍ତ ମୁଖ୍ୟ ସଚିବ (ଗୃହ) କୁ ଚିଠିରେ କୁହାଯାଇଥିଲା ଯେ, ଅନସାରୀଙ୍କୁ ୟୁପିର ବୃନ୍ଦା ଜେଲକୁ ସ୍ଥାନାନ୍ତର କରାଯାଉ । ଉତ୍ତରପ୍ରଦେଶର 150 ପୋଲିସଙ୍କ ସହ ପ୍ରୋଭିନସାଲ୍ ଆର୍ମଡ କନଷ୍ଟାବୁଲାରୀ ଫୋର୍ସ ପଞ୍ଜାବ ଯାଇଛନ୍ତି । ମାର୍ଚ୍ଚ 26 ରେ ଏହି ନିର୍ଦ୍ଦେଶ ଦେଇ ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ ଅନସାରୀଙ୍କ ବିରୋଧରେ ହତ୍ୟା, ପ୍ରତାରଣା ତଥା ଷଡଯନ୍ତ୍ର ମାମଲା ରୁଜୁ ହୋଇଛି ।

ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ପୋଲିସକୁ ଅନସାରୀକୁ ହସ୍ତାନ୍ତର କରିବାକୁ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷେ ଉତ୍ତରପ୍ରଦେଶ ପୋଲିସ କହିଛି ଯେ ଅନସାରୀ ବିରୋଧରେ ୟୁପି ଏବଂ ଅନ୍ୟାନ୍ୟ ସ୍ଥାନରେ 52 ଟି ମାମଲା ରୁଜୁ ହୋଇଛି ଏବଂ ସେଥିମଧ୍ୟରୁ 15 ଟି ଅଣ୍ଡର-ଟ୍ରାଏଲ୍ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 6, 2021, 11:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.