ETV Bharat / bharat

ଗୋ ମୂତ୍ରରେ ଗଙ୍ଗାମୈୟା, ଗୋବରରେ ଲକ୍ଷ୍ମୀ ବାସ କରନ୍ତି: ଚର୍ଚ୍ଚାରେ ଉତ୍ତରପ୍ରଦେଶ ମନ୍ତ୍ରୀଙ୍କ ବୟାନ

ଉତ୍ତର ପ୍ରଦେଶ କ୍ୟାବିନେଟ ମନ୍ତ୍ରୀଙ୍କ ବୟାନ ଗୋ ମୂତ୍ରରେ ଗଙ୍ଗାମୈୟା, ଗୋବରରେ ଲକ୍ଷ୍ମୀବାସ କରନ୍ତି । କଂଗ୍ରେସକୁ କହିଲେ ଇଂରେଜଙ୍କ ବି ଟିମ୍‌ । ଅଧିକ ପଢନ୍ତୁ

author img

By

Published : Feb 9, 2023, 10:59 PM IST

Updated : Feb 10, 2023, 9:09 AM IST

ଚର୍ଚ୍ଚାରେ ଉତ୍ତର ପ୍ରଦେଶ ମନ୍ତ୍ରୀଙ୍କ ବୟାନ
ଚର୍ଚ୍ଚାରେ ଉତ୍ତର ପ୍ରଦେଶ ମନ୍ତ୍ରୀଙ୍କ ବୟାନ
ଚର୍ଚ୍ଚାରେ ଉତ୍ତର ପ୍ରଦେଶ ମନ୍ତ୍ରୀଙ୍କ ବୟାନ

ଲକ୍ଷ୍ନୌ: ଗୋ ମୂତ୍ର ଓ ଗୋବର ସମ୍ବନ୍ଧରେ ଦେଇଥିବା ବିବୃତ୍ତି ପାଇଁ ଉତ୍ତର ପ୍ରଦେଶର ମନ୍ତ୍ରୀ ଚର୍ଚ୍ଚାରେ ରହିବା କିଛି ବଡ କଥା ନୁହେଁ । ତେବେ ଏହି କ୍ରମରେ ସାମିଲ ହୋଇଛନ୍ତି ଆଉ ଜଣେ ବରିଷ୍ଠ ତଥା ଯୋଗୀ ସରକାରର କ୍ୟାବିନେଟ ମନ୍ତ୍ରୀ । ପଶୁପାଳନ ଏବଂ ଡାଏରୀ ବିକାଶ ମନ୍ତ୍ରୀ ଧର୍ମପାଲ ସିଂ କହିଛନ୍ତି ଭାଲେଣ୍ଟାଇନସ ଡେ'କୁ ଗୋ ଆଲିଙ୍ଗନ ଦିବସ ପାଳନ କରିବା ଜରୁରୀ । ଗାଈ ରାଷ୍ଟ୍ରର ମାତା । ଗାଈ ମୂତ୍ରରେ ଗଙ୍ଗାମୈୟା ବାସକରନ୍ତି ଓ ଗୋବରରେ ଲକ୍ଷ୍ମୀବାସ କରନ୍ତି । ଯାହାକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ହେବାରେ ଲାଗିଛି ।

ସମ୍ୱାଲ ଜିଲ୍ଲାରେ ମନ୍ତ୍ରୀ ଆଜି(ଗୁରୁବାର) ସ୍ଥାନୀୟ ପିଡବ୍ଲ୍ୟୁଡି ଗେଷ୍ଟ ହାଉସରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ । ବୈଠକ ପରେ ସାମ୍ବାଦିକମାନେ ମନ୍ତ୍ରୀଙ୍କୁ ଚଳିତ ଭାଲେଣ୍ଟାଇନ ଡେ ରେ ଗୋ ଆଲିଙ୍ଗନ ଦିବସ ନେଇ ଯେଉଁ ପ୍ରସ୍ତାବ ପଶୁ କଲ୍ୟାଣ ବୋର୍ଡ କରିଛି ସେ ସମ୍ପର୍କରେ ପ୍ରଶ୍ନ କରିଥିଲେ । ଉତ୍ତରରେ ମନ୍ତ୍ରୀ ଧରମପାଲ ସିଂ ଭାଲେଣ୍ଟାଇନ୍ସ ଡେ’କୁ ନେଇ ନିଆରା ବିବୃତ୍ତି ଦେଇଥିଲେ । ଭାଲେଣ୍ଟାଇନ୍ସ ଦିବସରେ ଗାଈକୁ ଆଲିଙ୍ଗନ କରିବା ସହ ପୂଜା କରିବା ପାଇଁ ସେ ଲୋକଙ୍କୁ ପରାମର୍ଶ ଦେଇଥିଲେ ।

ମନ୍ତ୍ରୀ କହିଛନ୍ତି, ଦେବୀ ଗଙ୍ଗା ଗା ମୂତ୍ରରେ ବାସ କରୁଥିବାବେଳେ ଲକ୍ଷ୍ମୀ ଗୋବରରେ ବାସକରନ୍ତି । ତେଣୁ ଲୋକମାନେ ଶ୍ରଦ୍ଧାରେ ଗାଈକୁ ପୂଜା କରିବା ଉଚିତ୍ । ସେହିପରି କଂଗ୍ରେସ ଦଳ ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ କଂଗ୍ରେସ ଇଂରେଜଙ୍କ ବି ଟିମ୍‌ ପରି । ଯେତେବେଳେ କଂଗ୍ରେସ ଏକ ମୁକ୍ତ ଭାରତ ହେବ, ସେତେବେଳେ ଭାରତ ବ୍ରିଟିଶମାନଙ୍କଠାରୁ ମୁକ୍ତ ହେବ । ମନ୍ତ୍ରୀଙ୍କର ଏହି ବୟାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 10, 2023, 9:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.