ଲକ୍ଷ୍ନୌ: ଉତ୍ତରପ୍ରଦେଶ ଏଟିଏସ୍ (ଆତଙ୍କବାଦୀ ବିରୋଧୀ ସେଲ୍) ଦଳ ଫାରୁକ୍ ଏବଂ ସହିଦ ନାମକ ଦୁଇ ଜଣଙ୍କୁ ଗିରଫ କରିଛି। ଉଭୟେ ରୋହିଙ୍ଗ୍ୟା ମୁଲମାନମାନଙ୍କୁ ଦେଶରେ ପ୍ରବେଶ କରାଇବା ସହ ସେମାନଙ୍କ ପାଇଁ ଭାରତୀୟ ନାଗରିକ ପ୍ରମାଣପତ୍ର ଯୋଗାଉଥିବା କହିଛି ପୋଲିସ । ଉଭୟଙ୍କୁ ନୋଏଡା ଏବଂ ଉନ୍ନାଓରୁ ଏଟିଏସ୍ ଗିରଫ କରିଛି। ଉଭୟ ଫାରୁକ୍ ଏବଂ ସହିଦ ମିଆଁମାରର ବାସିନ୍ଦା ବୋଲି ପ୍ରାଥମିକ ଭାବେ କହିଛି ପୋଲିସ ।
ଏହି ଦୁଇ ଜଣଙ୍କ ଠାରୁ ଭାରତୀୟ ପାସପୋର୍ଟ ଏବଂ ଡକ୍ୟୁମେଣ୍ଟ ସହିତ 5 ଲକ୍ଷ ଟଙ୍କା ନଗଦ ଟଙ୍କା ଜବତ କରାଯାଇଛି। ଏଟିଏସ୍ ଟିମ୍ ଉଭୟଙ୍କୁ ଅଧିକ ପଚରାଉଚରା ଜାରି ରଖିଛି । ଗିରଫ ଫାରୁକ୍ ଛଦ୍ମନାମ ହାସନ୍ ଏବଂ ସହିଦ ଉଭୟ ସମ୍ପର୍କରେ ଦୁଇ ଭାଇ। ଏହି ଉଭୟ ବ୍ୟକ୍ତି ମିଆଁମାରର ରୋହିଙ୍ଗ୍ୟା ମୁସଲମାନମାନଙ୍କୁ ବେଆଇନ ଭାବେ ଦେଶ ଭିତରକୁ ପ୍ରବେଶ କରାଉଥିଲେ ।
ସେମାନଙ୍କର ଭାରତୀୟ ପ୍ରମାଣପତ୍ରରେ ମାଂସ କାରଖାନାରେ କାମ କରୁଥିଲେ। ଉତ୍ତରପ୍ରଦେଶର ଆଲିଗଡ, କାନପୁର ଏବଂ ଉନ୍ନାଓ ଅଞ୍ଚଳରେ ସେମାନେ ବହୁ ସଂଖ୍ୟକ ରୋହିଙ୍ଗ୍ୟାଙ୍କୁ ଏମାନେ କାମ ଯୋଗାଇଥିବା କହିଛି ପୋଲିସ । ଏହି କାମ ଯୋଗାଇବା ପାଇଁ ପ୍ରତିବଦଳରେ ଏହି ଲୋକମାନେ ରୋହିଙ୍ଗ୍ୟା ମୁସଲମାନମାନଙ୍କଠାରୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଆଦାୟ କରୁଥିବା ଜଣାପଡିଛି ।
ଉତ୍ତରପ୍ରେଦେଶ ଆଇନ ଶୃଙ୍ଖଳା ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି ଯେ ଦୁଇ ଅଭିଯୁକ୍ତ ଗିରଫ ହେବା ପରେ ଏହି ଗ୍ୟାଙ୍ଗରେ ସମ୍ପୃକ୍ତ ଅନ୍ୟ ସଦସ୍ୟଙ୍କୁ ଚିହ୍ନଟ କରାଯାଉଛି। ଏହା ପରେ ଅଧିକ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇପାରେ । ବର୍ତ୍ତମାନ ସୁଦ୍ଧା ଉତ୍ତରପ୍ରଦେଶରେ ପ୍ରାୟ1500 ରୁ 1600 ରୋହିଙ୍ଗ୍ୟା ମୁସଲମାନ ବେଆଇନ ଭାବେ ବାସ କରୁଥିବା ସେ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ