ETV Bharat / bharat

କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର - ମନ୍ତ୍ରୀ ଶ୍ରୀପଦ ନାୟକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

ସଡକ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଥିବା କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ମନ୍ତ୍ରୀ ଶ୍ରୀପଦ ନାୟକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

author img

By

Published : Jan 18, 2021, 11:30 AM IST

ପାଣାଜି: ସଡକ ଦୁର୍ଘଟଣାର ଶିକାର ହୋଇ ଗୋଆ ମେଡିକାଲରେ ଚିକିତ୍ସିତ ହେଉଥିବା କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି ।

ସଡକ ଦୁର୍ଘଟଣାରେ ମନ୍ତ୍ରୀ ଶ୍ରୀପଦ ନାୟକଙ୍କ ହାତ ଓ ଗୋଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କ ଗୋଡ ଓ ହାତରେ ଏକ ଅସ୍ତ୍ରୋପଚାର କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା କହିଛନ୍ତି ଡାକ୍ତର ।

ପ୍ରକାଶ ଥାଉ କି, କିଛି ଦିନ ପୂର୍ବରୁ ଶ୍ରୀପଦ ନାୟକ ତାଙ୍କ ପତ୍ନୀଙ୍କ ସହିତ କର୍ଣ୍ଣାଟକର ଧର୍ମଶାଳାଠାରୁ ଗୋଆରୁ ଫେରୁଥିବାବେଳେ ଉତ୍ତର କନ୍ନଡ ଜିଲ୍ଲା ଆଙ୍କୋଲା ନିକଟରେ ଭୟଙ୍କର ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାରେ ତାଙ୍କ ପତ୍ନୀ ଓ ପିଏଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିଲା । ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ଅବସ୍ଥାରେ ଶ୍ରୀପଦ ନାୟକ ଗୋଆ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.