ETV Bharat / bharat

ଗୋଟିଏ ଛୁଆରୁ ଅଧିକ ରହିଲେ ମତଦାନ ଅଧିକାର ଛଡାଇ ନିଆଯାଉ: ଗିରିରାଜ ସିଂହ - ମତଦାନ ଅଧିକାର ଛଡାଇ ନିଆଯାଉ

ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍‌ ଲାଗୁ କରିବାର ଆବଶ୍ୟକତା ରହିଛି କହିଛନ୍ତି, କେନ୍ଦ୍ର ପଞ୍ଚାୟତି ରାଜ ମନ୍ତ୍ରୀ ଗିରିରାଜ ସିଂହ(Union Minister Giriraj Singh) । କେହି ବ୍ୟକ୍ତି ଆଇନ ପାଳନ କରିବାକୁ କୁଣ୍ଠାବୋଧ କଲେ, ତାର ମତଦାନ ଅଧିକାର ଛଡାଇନେବା ସହ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ କରାଯିବା ଉଚିତ୍‌ ବୋଲି କହିଛନ୍ତି ମନ୍ତ୍ରୀ ।

ଗୋଟିଏ ଛୁଆରୁ ଅଧିକ ରହିଲେ ମତଦାନ ଅଧିକାର ଛଡାଇ ନିଆଯାଉ: ଗିରିରାଜ ସିଂହ

author img

By

Published : Nov 28, 2022, 1:12 PM IST

Updated : Nov 28, 2022, 2:45 PM IST

ନୂଆଦିଲ୍ଲୀ: ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ କେନ୍ଦ୍ର ପଞ୍ଚାୟତି ରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କ(Union Minister Giriraj Singh) ବଡ ବୟାନ । ଗିରିରାଜ କହିଛନ୍ତି, ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବିଲ୍‌ ଲାଗୁ କରିବାର ଆବଶ୍ୟକତା ରହିଛି, (Population control bill)କାରଣ ଆମ ପାଖରେ ସୀମିତ ସଂଶୋଧନ ରହିଛି । ଭାରତରେ ଗୋଟିଏ ମିନିଟ୍‌ରେ ୩୦ ଛୁଆ ଜନ୍ମ ହେଉଛନ୍ତି । ସମସ୍ତଙ୍କ ପାଇଁ ସଂଶୋଧନ ଉପଲବ୍ଧ କରିବା କଷ୍ଟକର ହୋଇଯିବ । ଏପରି ସ୍ଥିତିରେ ଏହି ବିଲ୍‌ ଅଧିକ ମହତ୍ତ୍ବପୂର୍ଣ୍ଣ ହୋଇଛି ।"

  • अगर देश के अंदर जनसंख्या नियंत्रित कानून नहीं बना तो देश में न सामाजिक समरसता और एकता बचेगी... न विकास हो पाएगा। 1978 के पहले चीन की GDP भारत की GDP से कम थी लेकिन आज चीन हमसे ज्यादा समृद्ध है क्योंकि 1979 में चीन 'वन चाइल्ड पॉलिसी' लाया: केंद्रीय मंत्री गिरिराज सिंह, दिल्ली pic.twitter.com/WXMlHZxrUj

    — ANI_HindiNews (@AHindinews) November 27, 2022 " class="align-text-top noRightClick twitterSection" data=" ">

ପଞ୍ଚାୟତି ରାଜମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଯଦି ଏହି ଆଇନର ପାଳନ କରିବାକୁ କୌଣସି ବ୍ୟକ୍ତି କୁଣ୍ଠାବୋଧ କରନ୍ତି, ତେବେ ତାଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ କରିବା ଉଚିତ୍‌ । ଉକ୍ତ ବ୍ୟକ୍ତିର ମତଦାନ ଅଧିକାର(Voting rights) ମଧ୍ୟ ଛଡାଇ ନେବା ଆବଶ୍ୟକ । ଏପରି ଆଇନ ଲୋକଙ୍କ ଆସ୍ଥା ଓ ଧର୍ମର ଖାତିର ନ କରି ସମସ୍ତଙ୍କ ପାଇଁ ଲାଗୁ କରାଯିବା ଉଚିତ୍‌ ।"

କେନ୍ଦ୍ରୀୟ ପଞ୍ଚାୟତି ରାଜ ମନ୍ତ୍ରୀ ଗିରିରାଜ ସିଂହ ନିଜର ବୟାନ ପାଇଁ ଅନେକବାର ଚର୍ଚ୍ଚାରେ ରହିଛନ୍ତି । ତେବେ ଏଥର ସେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି, "ଯଦି ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ନ ଆସେ, ତେବେ ଦେଶରେ ସାମାଜିକ ସମାନତା କିମ୍ବା ଏକତା ରହିବନାହିଁ । ଏହାଦ୍ବାରା ବିକାଶ ମଧ୍ୟ ହୋଇପାରିବ ନାହିଁ । ବର୍ଷ ୧୯୭୮ ପୂର୍ବରୁ ଚୀନର GDP ଭାରତର GDP ଠାରୁ କମ ଥିଲା, ମାତ୍ର ଆଜି ଚୀନ ଆମଠାରୁ ଅଧିକ ସମୃଦ୍ଧ । କାରଣ ୧୯୭୯ରେ ଚୀନ 'ୱାନ୍‌ ଚାଇଲ୍ଡ ପଲିସି' ଆଣିଥିଲା । ଚୀନରେ ପ୍ରତି ମିନିଟ୍‌ରେ ୧୦ଜଣ ଛୁଆ ଜନ୍ମ ହେଉଥିବାବେଳେ ଭାରତରେ ପ୍ରତି ମିନିଟ୍‌ରେ ୩୦ ଛୁଆ ଜନ୍ମ ହେଉଛନ୍ତି । ଆମେ ଚୀନର କିପରି ମୁକାବିଲା କରିବା ?"

ସଂଯୁକ୍ତ ରାଷ୍ଟ୍ରର ଏକ ରିପୋର୍ଟ ଅନୁଯାୟୀ, ଭାରତ ଜନସଂଖ୍ୟା ମାମଲାରେ ଆଗାମୀ ବର୍ଷ ଚୀନକୁ ପଛରେ ପକାଇଦେବ । ସେହିପରି ୱାର୍ଲ୍ଡ ପପୁଲେସନ ପ୍ରସପେକ୍ଟସର (World Population Prospects ୨୦୨୨) ତଥ୍ୟ ଅନୁଯାୟୀ, ଭାରତର ପ୍ରଜନନ ହାରରେ କମ ପରିଲିକ୍ଷିତ ହୋଇଛି । ବର୍ଷ ୧୯୫୦ରେ ଏହା ୫.୯ ଛୁଆ ପ୍ରତି ମହିଳା ରହିଥିଲା ମାତ୍ର ୨୦୨୨ରେ ଏହା ୨.୨ ପ୍ରତି ମହିଳାକୁ ଖସି ଆସିଛି ।

ସ୍ବାସ୍ଥ୍ୟ ରାଜ୍ୟ ମନ୍ତ୍ରୀ ପ୍ରବୀଣ ପାୱାର ଜୁଲାଇ ୧୯ରେ ରାଜ୍ୟସଭାରେ କହିଥିଲେ ଯେ, ସରକାର ୨୦୪୫ ପର୍ଯ୍ୟନ୍ତ ଜନସଂଖ୍ୟା ନିୟନ୍ତ୍ରିତ କରିବାକୁ ଯୋଜନା କରୁଛନ୍ତି ଓ ଏବେପର୍ଯ୍ୟନ୍ତ ଯେତେବେ ସବୁ ପ୍ରୟାସ କରାଯାଇଛି, ସେଥିରୁ ଅନେକାଂଶରେ ସଫଳତା ମଧ୍ୟ ମିଳିଛି ।

Last Updated : Nov 28, 2022, 2:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.