ETV Bharat / bharat

Ram Navami violence: ଗିରିରାଜ ସିଂ କହିଲେ ବିହାରରେ ହିନ୍ଦୁ ସୁରକ୍ଷିତ ନୁହନ୍ତି

author img

By

Published : Apr 2, 2023, 4:39 PM IST

Updated : Apr 2, 2023, 4:46 PM IST

ରାମ ନବମୀ ହିଂସାକାଣ୍ଡ ଘଟଣାରେ ନୀତିଶ ସରକାର ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । କହିଲେ ବିହାର ଏବେ ପଶ୍ଚିମବଙ୍ଗ ରାସ୍ତାରେ । ରାଜ୍ୟରେ ହିନ୍ଦୁ ନିଜକୁ ସୁରକ୍ଷିତ ଅନୁଭବ କରୁନାହାନ୍ତି । ଅଧିକ ପଢନ୍ତୁ

ନୀତିଶ ସରକାର ଉପରେ ବର୍ଷିଲେ ଗିରିରାଜ, କହିଲେ ବିହାରରେ ହିନ୍ଦୁ ସୁରକ୍ଷିତ ନୁହନ୍ତି

ପାଟନା: ବିହାରରେ ରାମ ନବମୀ ପରଠାରୁ କ୍ରମାଗତ ହିଂସା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ମହାଗଠବନ୍ଧନ ସରକାର ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ । ରାଜ୍ୟ ଏବେ ପଶ୍ଚିମବଙ୍ଗ ରାସ୍ତାରେ ଯିବା ଆରମ୍ଭ କଲାଣି । ରାଜ୍ୟରେ ବର୍ତ୍ତମାନ ସ୍ଥିତିରେ ହିନ୍ଦୁମାନେ ସୁରକ୍ଷିତ ନୁହନ୍ତି ବୋଲି ଗିରିରାଜ କହିଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରି ଗିରିରାଜ କହିଛନ୍ତି, ନୀତିଶଙ୍କ ଗୃହଜିଲ୍ଲା ନାଳନ୍ଦା ଓ ପଡୋଶୀ ସାସାରାମରେ ବ୍ୟାପକ ହିଂସା ଘଟିଛି, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ କିନ୍ତୁ ଏ ସମ୍ପର୍କରେ ଜଣାନାହିଁ । ଏପରି ସ୍ଥିତିରେ ସେ ପଦରୁ ଇସ୍ତଫା ଦେଇଦେବା ଉଚିତ ବୋଲି ଗିରିରାଜ ସିଂ କହିଛନ୍ତି ।

ବିହାରରେ ଲାଗିରହିଥିବା ହିଂସା ସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଆଜି(ରବିବାର) ଏକ ପ୍ରେସମିଟ୍‌ କରିଥିଲେ । ସିଧା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରି ଗିରିରାଜ କହିଛନ୍ତି, ବର୍ତ୍ତମାନ ସମୟରେ ରାଜ୍ୟରେ ହିନ୍ଦୁମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଏପରି ସମୟରେ ମଖ୍ୟମନ୍ତ୍ରୀ ନୀତିଶ ଏହା କହି ଦିଅନ୍ତୁ କି, ସେ କେବଳ ମୁସଲମାନଙ୍କ ମୁଖ୍ୟମନ୍ତ୍ରୀ ।

ମହାଗଠବନ୍ଧନ ସରକାରକୁ କଲେ ଟାର୍ଗେଟ: ହିଂସା ପ୍ରସଙ୍ଗରେ ସେ ଶାସନରେ ଥିବା ମହାଗଠବନ୍ଧନ ସରକାରକୁ ଟାର୍ଗେଟ କରିଛନ୍ତି । ନାଳନ୍ଦାରେ ପୂର୍ବ ଯୋଜନା ମୁତାବକ ହିଂସାକାଣ୍ଡ ଭିଆଗଲା । ଏଥିରେ ଦୁଇଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଯାହାର ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି । ହେଲେ ସରକାର ଓ ପ୍ରଶାସନିକ ଅଧିକାରୀ ଏହି ହିଂସାକାଣ୍ଡଜନିତ ମୃତ୍ୟୁକୁ ସ୍ବୀକାର କରୁନାହାନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ପଲଟୁରାମ ବୋଲି କୁହାଯାଉଥିଲା, ଏବେ ତାଙ୍କ ଅଧିକାରୀମାନେ ମଧ୍ୟ ପଲଟୁରାମ ହୋଇ ମିଛ କହିବା ଆରମ୍ଭ କଲେଣି ।ମହାଗଠବନ୍ଧନ ସରକାର ଏହା ମଧ୍ୟ ବୁଝିବା ଆବଶ୍ୟକ ଯେ, ରାଜ୍ୟର ହିନ୍ଦୁମାନେ ମଧ୍ୟ ତାଙ୍କୁ ଭୋଟ ଦେଇଛନ୍ତି ।

ରାମ ନବମୀ ଶୋଭାଯାତ୍ରା ବେଳେ ବିହାରର ନାଳନ୍ଦା ଓ ସାସାରାମରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ପଥରମାଡ ଓ ଜଳାପୋଡା ମଧ୍ୟ ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତକାଲି(ରବିବାର) ଠାରୁ ଦୁଇ ଦିନିଆ ବିହାର ଗସ୍ତରେ ଥିଲେ ସୁଦ୍ଧା ସୁରକ୍ଷା କାରଣରୁ ତାଙ୍କ ସାସାରାମ ଗସ୍ତକୁ ବାତିଲ କରିବାକୁ ପଡିଛି । ଏହି ଘଟଣାରେ ଶାହ ବିହାର ରାଜ୍ୟପାଳଙ୍କ ସହ ଫୋନରେ ଆଲୋଚନା ମଧ୍ୟ କରିଛନ୍ତି । ବିହାରର ବିଭିନ୍ନ ସ୍ଥାନରେ ଏବେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Last Updated : Apr 2, 2023, 4:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.