ନୂଆଦିଲ୍ଲୀ: କେନ୍ଦ୍ର ଆଦିବାସୀ ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଗତକାଲି ପତଞ୍ଜଳି ଯୋଗପୀଠର ପରିଚାଳନା ନିର୍ଦ୍ଦେଶକ (ଏମଡି) ଏବଂ ସହ -ପ୍ରତିଷ୍ଠାତା ଆଚାର୍ଯ୍ୟ ବାଳକ୍ରିଷ୍ଣା ପାତାଞ୍ଜଳିର ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ପତଞ୍ଜଳି ମଧ୍ୟରେ କଲ୍ୟାଣ ଏବଂ ବିକାଶ ନିମନ୍ତେ ଚାଲିଥିବା ଭାଗଦାରୀର ଅଗ୍ରଗତି ଓ ନୂଆ ଅନୁସନ୍ଧାନ ସମ୍ପର୍କରେ ସମୀକ୍ଷା କରିଛନ୍ତି ।
-
Along with my senior colleague Shri @MundaArjun Ji had a meeting with @Ach_Balkrishna Ji, MD & Co-Founder of Patanjali Group and his entire team today in my Ministry. pic.twitter.com/rh8avYiJ6a
— Er. Bishweswar Tudu (@Bishweswar_Tudu) May 26, 2022 " class="align-text-top noRightClick twitterSection" data="
">Along with my senior colleague Shri @MundaArjun Ji had a meeting with @Ach_Balkrishna Ji, MD & Co-Founder of Patanjali Group and his entire team today in my Ministry. pic.twitter.com/rh8avYiJ6a
— Er. Bishweswar Tudu (@Bishweswar_Tudu) May 26, 2022Along with my senior colleague Shri @MundaArjun Ji had a meeting with @Ach_Balkrishna Ji, MD & Co-Founder of Patanjali Group and his entire team today in my Ministry. pic.twitter.com/rh8avYiJ6a
— Er. Bishweswar Tudu (@Bishweswar_Tudu) May 26, 2022
ଏହି ବୈଠକରେ ପତଞ୍ଜଳି ଦ୍ବାରା ପରିଚାଳିତ ପ୍ରକଳ୍ପର ଅଗ୍ରଗତି ଜନଜାତି ମାନଙ୍କ ଉପରେ ଗବେଷଣା ଏବଂ ସେମାନଙ୍କର କଲ୍ୟାଣ ସହିତ ଜଡିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଗଭୀର ଭାବରେ ଆଲୋଚନା ହୋଇଥିଲା । ବିଶେଷ କରି ଦେଶର ଆଦିବାସୀ ବହୁଳ ରାଜ୍ୟ ଝାଡଖଣ୍ଡ, ତେଲେଙ୍ଗାନା ଓଡିଶା ପୂର୍ବାଞ୍ଚଳର ରାଜ୍ୟ ଗୁଡିକରେ ବସବାସ କରୁଥିବା ଆଦିବାସୀଙ୍କ କଲ୍ୟାଣ ପାଇଁ ସେମାନଙ୍କ ଦ୍ବାରା ସଂଗୃହିତ ହେଉଥିବା ବିଭିନ୍ନ ପ୍ରାକୃତିକ ମହଷୌଧି ଉପରେ ଅଧିକ ଗବେଷଣା ପାଇଁ ନିଷ୍ପତ୍ତି ହୋଇଥିଲା । ଏହାଦ୍ବାରା ସ୍ଥାନୀୟ ଅଧିବାସୀଙ୍କ ଆର୍ଥିକ ସାମାଜିକ ବିକାଶ ହେବାସହ ଆତ୍ମନିର୍ଭର ଭାରତ ନିର୍ମାଣରେ ସହାୟକ ହୋଇପାରିବ ।
ପତଞ୍ଜଳି ପକ୍ଷରୁ ବୈଠକରେ କହିଛନ୍ତି ଯେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ଦିଆଯାଇଥିବା ପ୍ରକଳ୍ପର ଏକ ଅଂଶ ଭାବରେ ସେମାନେ ଉତ୍ତରାଖଣ୍ଡର ଆଦିବାସୀ ଅଞ୍ଚଳରେ ମିଳୁଥିବା ଔଷଧୀୟ ଉଦ୍ଭିଦ ଗୁଡିକର ସତ୍ୟତା ସହିତ ଡକ୍ୟୁମେଣ୍ଟ (ତଥ୍ୟ ପ୍ରସ୍ତୁତି) କରିବା ପାଇଁ ବ୍ୟାପକ ସର୍ଭେ କରିଛନ୍ତି । ପାରମ୍ପରିକ ଆଦିବାସୀ ମାନେ ଜଙ୍ଗଲ ପରିବେଶ ସହ ଅଭ୍ୟାସ୍ତ ଥିବାରୁ ଅଧିକ ବୃତିଗତ ଢଙ୍ଗରେ ଯେପରି ଉଦ୍ଭିଦ ଜାତୀୟ ଔଷଧ ଉତ୍ପାଦନ କରିପାରିବେ, ସେଥିପାଇଁ ସର୍ଭେ କରାଯାଇଛି ।
ଏହି ବୈଠକରେ କେନ୍ଦ୍ର ଆଦିବାସୀ ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, କେନ୍ଦ୍ର ଜନଜାତି ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ବର ଟୁଡୁ, ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ପତାଞ୍ଜଳି ଅଧିକାରୀ ମାନେ ଉପସ୍ଥିତ ଥିଲେ ।