ଭୋପାଳ: କୋରୋନା କାଳରେ ମଦ ସେବନ ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢୁଥିବାର ଦେଖିବାକୁ ମିଳିଛି । ଲୋକମାନେ ମଦକୁ ଟନିକ୍ ଭାବୁ ଥିବାରୁ ଏହାର ସେବନ ପାଇଁ ସେମାନଙ୍କ ମଧ୍ୟରେ ଆଗ୍ରହ ବଢୁଥିବା କହିଛନ୍ତି କେନ୍ଦ୍ରୀୟ ଇସ୍ପାତ ମନ୍ତ୍ରୀ ଫାଗନ ସିଂ କୁଲାସ୍ତେ ।
ମଦର ଆବଶ୍ୟକତା ବୁଢୁଥିବାର ଥିବାରୁ ଦୋକନ ଖୋଲିବା ମାତ୍ରେ ଦୋକାନ ଆଗରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ଆବଶ୍ୟକତା ଦୃଷ୍ଟିରୁ ଅନଲକ ହେବା ମାତ୍ରେ ମଦ ଦୋକାନ ଖୋଲିବାକୁ ପଡିଲା ବୋଲି କହିଛନ୍ତି ମନ୍ତ୍ରୀ ଫାଗନ ସିଂ । ଜରୁରୀ ଜିନିଷ ଅପେକ୍ଷା ଲୋକଙ୍କୁ ମଦର ଅଧିକ ଆବଶ୍ୟକତା ପଡୁଛି । ସେଥିପାଇଁ ସେମାନେ ମଦ ଦୋକାନା ଖୋଲିବାକୁ ଦାବି କରିଛନ୍ତି ।
କୋରୋନା ସମୟରେ ମଦର ଆବଶ୍ୟକତା ବଢୁଥିବାରୁ ମଦ ଦୋକାନା ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଅଧିକ ରାଜସ୍ବ ଆୟ ଅବକାରୀ ଜିନିଷରୁ ହିଁ ଆସିଥାଏ । ରାଜସ୍ବ ବଢାଇବାକୁ ହେଲେ ମଦ ଦୋକାନା ଖୋଲିବା ସରକାରଙ୍କ ପାଇଁ ଲାଭଦାୟକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଫାଗନ ସିଂ କୁଲାସ୍ତେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ