ETV Bharat / bharat

ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ କାରକେଡ୍‌କୁ ପଥରମାଡ - ବଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ

ପୁଣି ପଶ୍ଚିମବଙ୍ଗରେ ରାଜନୈତିକ ଅସହିଷ୍ଣୁତା । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କାଫିଲାକୁ ପଥରମାଡ । ପୋଲିସର ଲୁହବୁହା ଗ୍ୟାସ ପ୍ରୟୋଗ । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗରେ କେନ୍ଦ୍ର ମନ୍ତ୍ରୀ ନିତିଶ ପରମାଣିକଙ୍କ କାଫିଲାକୁ ପଥରମାଡ

author img

By

Published : Feb 25, 2023, 6:03 PM IST

କୋଲକାତା: ପୁଣି ପଶ୍ଚିମବଙ୍ଗରେ ରାଜନୈତିକ ଅସହିଷ୍ଣୁତାର ଚିତ୍ର ଦେଖିବାକୁ ମିଳିଛି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିଶିତ ପରମାଣିକଙ୍କ କନଭୟ ଉପରେ ପଥରମାଡ କରିଛନ୍ତି ଦୁର୍ବୃତ୍ତ । ଆଜି (ଶନିବାର) କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିଶିତ ପରମାଣିକ କୁଚବିହାର ଅଞ୍ଚଳ ଗସ୍ତରେ ଯାଇଥିବା ବେଳେ ତାଙ୍କ କନଭେୟ ଉପରେ ପଥରମାଡ କରାଯାଇଥିବା ଦେଖିବାକୁ ମିଳିଛି । ସଙ୍ଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ ହୋଇଥିଲା । ଏଥିରେ ଏକାଧିକ ଗାଡି କ୍ଷତିଗ୍ରସ୍ତ ହୋଇଛି । ଉତ୍ୟେକ୍ତ ଭିଡକୁ ଘଉଡାଇବା ପାଇଁ ପୋଲିସ ବଳ ପ୍ରୟୋଗ କରିବା ସହ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିଥିଲା । ଏହି ଆକ୍ରମଣ ଶାସକ ତୃଣମୂଳ କଂଗ୍ରେସ କର୍ମୀମାନେ କରିଥିବା ଅଭିଯୋଗ ହୋଇଛି ।

ଘଟଣା ନେଇ ନିଜେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ପରମାଣିକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଯଦି ମନ୍ତ୍ରୀ ସୁରକ୍ଷିତ ନୁହନ୍ତି ତେବେ ସାଧାରଣ ଜନତାଙ୍କ ଅବସ୍ଥା କ’ଣ । ଏହି ଘଟଣା ପଶ୍ଚିମବଙ୍ଗରେ ଗଣତନ୍ତ୍ରର ଅବସ୍ଥାକୁ ଦର୍ଶାଉଛି ବୋଲି ସେ ଏକ ପୋଷ୍ଟରେ ଲେଖିଛନ୍ତି । ତେବେ ଆଜି କାର୍ଯ୍ୟକ୍ରମରେ କୁଚବିହାର ଅଞ୍ଚଳ ଗସ୍ତ କରିଥିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିଶିତ ପରମାଣିକ । ଏହି ସମୟରେ ହାତରେ ତୃଣମୂଳ କଂଗ୍ରେସ ପତାକା ଧରିଥିବା ଶତାଧିକ ବ୍ୟକ୍ତି ତାଙ୍କ କାଫିଲାକୁ ଅଟକାଇବା ସହ ତାଙ୍କ ବିରୋଧରେ ନାରାବାଜୀ କରିଥିଲେ । ପରେ ତାଙ୍କ କାଫିଲା ଉପରେ ପଥରମାଡ ମଧ୍ୟ ହୋଇଥିଲା ।

  • #WATCH | West Bengal: The convoy of Nisith Pramanik, MoS Home & Youth Affairs and Sports was attacked allegedly by Trinamool Congress-backed goons when he was going to meet with the party workers in Coochbehar's Dinhata area. More details awaited. pic.twitter.com/eXWqt7U2K9

    — ANI (@ANI) February 25, 2023 " class="align-text-top noRightClick twitterSection" data=" ">

ସ୍ଥାନୀୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସର ଯବାନ ଭିଡ ମଧ୍ୟରେ ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବାର ଭିଡିଓ ଭାଇରାଲ ହେଉଛି । ଲୋକଙ୍କୁ ଘଉଡାଇବା ପାଇଁ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଇଥିଲା । ଗତ ବିଧାନସଭା ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ରାଜନୈତିକ ଅସହିଷ୍ଣୁତାର ଚରମ ସ୍ଥିତି ଦେଖିବାକୁ ମିଳିଥିଲା । ଏପରିକି ଏକାଧିକ ସ୍ଥାନରେ ପ୍ରଚାର ବେଳେ ଭାରତୀୟ ଜନତା ପାର୍ଟିର ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଆକ୍ରମଣରୁ ବର୍ତ୍ତି ନଥିଲେ । ରାଜ୍ୟରେ ଦଳର ତତ୍କାଳୀନ ପ୍ରଭାରୀ ଥିବା କୈଳାଶ ବିଜୟବର୍ଗିୟ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ।

କଡା ପ୍ରତିଦ୍ବନ୍ଦ୍ବିତା ସତ୍ତ୍ବେ ମଧ୍ୟ ନିର୍ବାଚନରେ ବିଜେପିକୁ ମାତ ଦେଇ ମମତାଙ୍କ ତୃଣମୂଳ କଂଗ୍ରେସ କ୍ଷମତା ହାତେଇଥିଲେ ସୁଦ୍ଧା ପରବର୍ତ୍ତୀ କିଛି ମାସ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ଅଶାନ୍ତି ଲାଗିରହିଥିଲା । ନିର୍ବାଚନୀ ପରବର୍ତ୍ତୀ ହିଂସାରେ ଅନେକ ଜୀବନ ଯାଇଥିଲା । ବିଜେପି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ବାରମ୍ବାର ଦାବି ମଧ୍ୟ କରିଥିଲା । ଏବେ କିଛି ମାସର ବ୍ୟବଧାନ ପରେ ପୁଣି ଏପରି ଘଟଣା ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.