କୋଲକାତା: କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଓ ତାଙ୍କ ପତ୍ନୀଙ୍କୁ କୋରୋନା । ଆଜି(ରବିବାର) ଏନେଇ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ସୂଚନା ଦେବା ସହ ଆସନ୍ତା ଏପ୍ରିଲ 26 ରେ ଆସାନସୋଲରେ ହେବାକୁ ଥିବା ସପ୍ତମ ପର୍ଯ୍ୟାୟ ଭୋଟ୍ ଦେଇ ପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି ।
ଦ୍ୱିତୀୟଥର କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ବାବୁଲ ସୁପ୍ରିଓ । ତେବେ ସେ ଉପସ୍ଥିତ ହୋଇ ନପାରିଲେ ମଧ୍ୟ ମାନସିକ ସ୍ତରରେ ରହିବେ । ଆଉ ଆସାନସୋଲ୍ ଅଞ୍ଚଳର ବିଜେପି ପ୍ରାର୍ଥୀଙ୍କ ସହ ରହିବେ ଏବଂ ଘରେ ରହି ପରିସ୍ଥିତି ଉପରେ ନଜର ରଖିବେ।ଏହାସହ ସେ ଟ୍ବିଟ କରି କହିଛନ୍ତି ଯେ "ମୁଁ ଏବଂ ମୋ ପତ୍ନୀ ଉଭୟ ପଜିଟିଭ । ମୁଁ ଦ୍ୱିତୀୟ ଥର ପାଇଁ !! ମୁଁ ବହୁତ ଦୁଃଖିତ ଯେ, ମୁଁ ଆସାନସୋଲରେ ରହିଥିବାରକୁ ଭୋଟ୍ ଦେଇପାରିବି ନାହିଁ।
ଆସାନସୋଲର ଦୁଇଥର ସାଂସଦ ହୋଇଥିବା ବାବୁଲ ସୁପ୍ରିଓ ଟଲିଗୁଞ୍ଜ ବିଧାନସଭା ଆସନରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ପଶ୍ଚିମବଙ୍ଗର 36 ଟି ବିଧାନସଭା ବିଭାଗରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ 26 ଏପ୍ରିଲରେ ଅନୁଷ୍ଠିତ ହେବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ