ETV Bharat / bharat

‘ଆର୍ଯ୍ୟନଙ୍କୁ ପଠାଅ ପୁନର୍ବାସ କେନ୍ଦ୍ର’

author img

By

Published : Oct 25, 2021, 11:12 AM IST

Updated : Oct 25, 2021, 11:18 AM IST

କେନ୍ଦ୍ର ରାଜ୍ୟ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠୱାଲେ ଆର୍ଯ୍ୟନଙ୍କୁ ପୁନର୍ବାସ କେନ୍ଦ୍ର ପଠାଇବାକୁ ଶାହରୁଖ ଖାନଙ୍କୁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଆର୍ଯ୍ୟନଙ୍କୁ ନିଶାନିବାରଣ କେନ୍ଦ୍ର ପଠାଇବାକୁ ଶାହାରୁଖଙ୍କୁ ପରାମର୍ଶ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ମିଳୁଛି ଉପଦେଶ । ସେ କିପରି ନିଶା ଛାଡିବେ ସେ ନେଇ ତାଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ରାଜ୍ୟ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠୱାଲେ ଆର୍ଯ୍ୟନଙ୍କୁ ପୁନର୍ବାସ କେନ୍ଦ୍ର ପଠାଇବାକୁ ଶାହରୁଖ ଖାନଙ୍କୁ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ଏତେ କମ୍ ବୟସରୁ ଡ୍ରଗ୍ସ ନେବା ଆଦୌ ଠିକ ନୁହେଁ । ଆର୍ଯ୍ୟନଙ୍କ ଲମ୍ବା ଭବିଷ୍ୟତ ରହିଛି । ମୁଁ ଶାହରୁଖଙ୍କୁ ପରାମର୍ଶ ଦେଉଛି ସେ ଆର୍ଯ୍ୟନଙ୍କୁ ପୁନର୍ବାସ କେନ୍ଦ୍ରକୁ ପଠାନ୍ତୁ । ଜେଲରେ ରହିବା ପରିବର୍ତ୍ତେ ସେଠାରେ ସେ ୧ ରୁ ୨ ମାସ ରହିବା ଉଚିତ୍ । ଦେଶରେ ଏଭଳି ଅନେକ କେନ୍ଦ୍ର ଅଛି। ସେଠାରେ ରହିଲେ ଆର୍ଯ୍ୟନ ନିଶା ସେବନରୁ ଦୂରେଇ ରହିବେ ବୋଲି ଗଣମାଧ୍ୟମକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ ଆହୁରି କହିଛନ୍ତି ମନ୍ତ୍ରଣାଳୟ ଅନୁଯାୟୀ ଏକ ନୂତନ ଆଇନ ପ୍ରଣୟନ କରାଯିବା ଉଚିତ ଯେଉଁଥିରେ ଅଭିଯୁକ୍ତଙ୍କୁ ଜେଲ ପଠା ନଯାଇ ପୁନର୍ବାସ କେନ୍ଦ୍ରକୁ ପଠାଯିବା ଦରକାର । କ୍ରୁଜ ଡ୍ରଗ୍ସ ମାମଲାରେ ଏନସିବି ଜୋନାଲ ନିର୍ଦ୍ଦେଶର ସମୀର ୱାଙ୍ଖଡେଙ୍କୁ ପ୍ରଶଂସା କରି ରାମଦାସ ଅଠୱାଲେ କହିଛନ୍ତି ଅତିକମରେ ୫ ରୁ ୬ଥର କୋର୍ଟରେ ଆର୍ଯ୍ୟନଙ୍କ ଜାମିନ ଆବେଦନ ହୋଇଛି ହେଲେ ତାହା ଖାରଜ ହୋଇଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଏନସିବିର ସମ୍ପୂର୍ଣ୍ଣ ଅନୁମୋଦନ ରହିଛି ଏବଂ ଆର୍ଯ୍ୟନଙ୍କ ଗିରଫ ବେଆଇନ ବୋଲି କହିବା ଭୁଲ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଡ୍ରଗ୍ସ ମାମଲା ଆର୍ଯ୍ୟନଙ୍କୁ ଗିରଫ କରିବା ପରେ ଚର୍ଚ୍ଚାରେ ଅଛନ୍ତି ସମୀର ୱାଙ୍ଖଡେ । ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଦାବି କରି କହିଛନ୍ତି ୱାଙ୍ଖଡେ ଦୁବାଇ ଗସ୍ତରେ ଟଙ୍କା କାରବାର କରିବାକୁ ଯାଇଥିଲେ । ଏନେଇ ରାମଲାଲ କହିଛନ୍ତି ନବାବ ମଲିକ ସମୀର ୱାଙ୍ଖଡେଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି । ମୁଁ ନବାବ ମଲିକଙ୍କୁ ଅନୁରୋଧ କରୁଛି କାହା ଉପରେ ମିଥ୍ୟା ଅଭିଯୋଗ ଲଗାନ୍ତୁ ନାହିଁ ।

ପ୍ରକାଶ ଥାଉ କି, ନବାବ ମଲିକ ଅଭିଯୋଗ କରିଛନ୍ତି ଯେ ୱାଙ୍ଖଡେ ମାଲଦ୍ବୀପ ଏବଂ ଦୁବାଇରେ ଫିଲ୍ମ ଇଣ୍ଡଷ୍ଟ୍ରି ବ୍ୟକ୍ତିଙ୍କଠାରୁ ଟଙ୍କା ଲୁଟି ନେଇଥିଲେ। ଏନେଇ ୱାଙ୍ଖଡେ ମୁମ୍ବାଇ ପୋଲିସ କମିସନରଙ୍କୁ ଏକ ଚିଠି ଲେଖିଥିଲେ । ପୂର୍ବରୁ ଜାନୁଆରୀ ୧୩ରେ ନବାବ ମଲିକଙ୍କ ଜ୍ବାଇଁ ସମୀର ଖାନଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିଥିଲା ଏନସିବି । ଆଠ ମାସ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା ।

@ANI

Last Updated : Oct 25, 2021, 11:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.