ETV Bharat / bharat

En Mann En Makkal Yatra: ରାମେଶ୍ବରମରୁ ଶୁଭାରମ୍ଭ କଲେ ଶାହ, କହିଲେ ତାମିଲନାଡୁ ଶାସନକୁ ପରିବାରବାଦ ମୁକ୍ତ କରିବା ଲକ୍ଷ୍ୟ - ଏନ ମନ ଏନ ମକ୍କଲ ପଦଯାତ୍ରା

ଦଯାତ୍ରାର ଶୁଭାରମ୍ଭ କରି ଅମିତ ଶାହ କହିଛନ୍ତି, ‘‘ଏହି ପଦଯାତ୍ରାର ଲକ୍ଷ୍ୟ ତାମିଲନାଡୁ ଶାସନକୁ ପରିବାରବାଦ ମୁକ୍ତ କରିବା, ଦୁର୍ନୀତି ହଟାଇବା, ମହାନ ତାମିଲ ଭାଷାକୁ ସାରା ବିଶ୍ବରେ ପହଞ୍ଚାଇବା ସହିତ ରାଜ୍ୟର ଆଇନ ବ୍ୟବସ୍ଥାକୁ ସୁଦୃଢ କରିବା ।’’ ଅଧିକ ପଢନ୍ତୁ

En Mann En Makkal Yatra
En Mann En Makkal Yatra
author img

By

Published : Jul 28, 2023, 11:00 PM IST

ରାମେଶ୍ବରମ/ଚେନ୍ନାଇ : ତାଲିମନାଡୁ ବିଜେପି ଆଜି(ଶୁକ୍ରବାର) ଠାରୁ ଛ’ ମାସିଆ ଲମ୍ବା ପଦଯାତ୍ରା ‘ଏନ ମନ ଏନ ମକ୍କଲ’ ( ମୋ ମାଟି ମୋର ଲୋକ) ଆରମ୍ଭ କରିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାମେଶ୍ବରମ ଠାରୁ ଏହି ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ।

  • #WATCH | Tamil Nadu: Union Home Minister Amit Shah says, "This Yatra is not only a political Yatra, the En Mann En Makkal Yatra is a Yatra to spread the Tamil language worldwide. It is to free Tamil Nadu from family dynastic politics, corruption, and to improve the law & order… pic.twitter.com/jci5mzEmSx

    — ANI (@ANI) July 28, 2023 " class="align-text-top noRightClick twitterSection" data=" ">

ପଦଯାତ୍ରାର ଲକ୍ଷ୍ୟ: ପଦଯାତ୍ରାର ଶୁଭାରମ୍ଭ କରି ଅମିତ ଶାହ କହିଛନ୍ତି, ‘‘ଏହି ପଦଯାତ୍ରାର ଲକ୍ଷ୍ୟ ତାମିଲନାଡୁ ଶାସନକୁ ପରିବାରବାଦ ମୁକ୍ତ କରିବା, ଦୁର୍ନୀତି ହଟାଇବା, ମହାନ ତାମିଲ ଭାଷାକୁ ସାରା ବିଶ୍ବରେ ପହଞ୍ଚାଇବା ସହିତ ରାଜ୍ୟର ଆଇନ ବ୍ୟବସ୍ଥାକୁ ସୁଦୃଢ କରିବା ।’’

  • #WATCH | Tamil Nadu: Union Home Minister Amit Shah says, "Through the En Mann En Makkal Yatra state BJP president K Annamalai is going to establish the nationalism of PM Modi across Tamil Nadu. PM Modi was the first to speak in Tamil- world's oldest language in UN..." pic.twitter.com/kJl55r55Zh

ଏହାବି ପଢନ୍ତୁ- ‘ଗେହଲଟ୍ ସରକାର ସ୍ୱତନ୍ତ୍ର କୋର୍ଟ ବସାଇଥିଲେ, କହ୍ନେୟାଲାଲ ହତ୍ୟାକାରୀଙ୍କୁ ଫାଶୀ ହୋଇସାରନ୍ତାଣି’

ସାରା ବିଶ୍ବରେ ପହଞ୍ଚିବ ତାମିଲ ଭାଷା: ସେହିପରି ଶାହ କହିଛନ୍ତ ଏହି ଯାତ୍ରା ଏକ ରାଜନୈତିକ ଯାତ୍ରା ଖାଲି ନୁହେଁ... ଏହି ଯାତ୍ରା ଜରିଆରେ ତାମିଲନାଡୁର ସ୍ବାଭିମାନ, ବିକାଶକୁ ଶୀର୍ଷକୁ ନେବା ସହିତ, ତାମିଲ ଭାଷାକୁ ସାରା ବିଶ୍ବରେ ପହଞ୍ଚାଇବା ପାଇଁ ଉଦ୍ୟମ । ଏହି ଯାତ୍ରାର ଲକ୍ଷ୍ୟ ଦୁର୍ନୀତିକୁ ପୂର୍ଣ୍ଣଛେଦ ପକାଇ ବିକାଶ କାମକୁ ତ୍ବରାନ୍ବିତ କରିବା । ଆମର ଏହି ଲକ୍ଷ୍ୟ ଆମର କାର୍ଯ୍ୟକର୍ତ୍ତା ତାମିଲନାଡୁର ଗାଁ ଗାଁରେ ପହଞ୍ଚାଇବେ ।

  • #WATCH | Tamil Nadu: Union Home Minister Amit Shah says, "The massacre of Tamils ​​took place in Sri Lanka during the rule of this Congress-UPA. DMK and Congress are responsible for the plight of Tamil fishermen during their rule..." pic.twitter.com/uUuaQwFkBV

ମତ୍ସ୍ୟଜୀବୀଙ୍କ ଦୁର୍ଦ୍ଦଶା ପାଇଁ ଦାୟୀ କିଏ : ତାମିଲନାଡୁ ରାମେଶ୍ବରମରୁ ଶାସକ ଡିଏମକେ ବିରୋଧରେ ଗର୍ଜିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଶାହ କହିଛନ୍ତି ମୁଁ କଂଗ୍ରେସ ପାର୍ଟି ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ କହିବାକୁ ଚାହେଁ... ନା ପରିବର୍ତ୍ତନ କରିଦେଲେ କିଛି ହେବ ନାହିଁ । ଆପଣ ଯେତେବେଳେ ଲୋକଙ୍କ ପାଖକୁ ଯିବେ ଲୋକଙ୍କୁ ଆପଣଙ୍କର 2ଜି ଦୁର୍ନୀତି , କମନୱେଲଥ, କୋଇଲା, ବୋଫର୍ସ, ଇସ୍ରୋ, ଭଳି ଦୁର୍ନୀତି ମନେ ପଡିବ । କଣ ଜବାବ ଦେବେ ।’’ ଶ୍ରୀଲଙ୍କାରେ ତାମିଲ ମାନଙ୍କ ନରସଂହାର ଏହି କଂଗ୍ରେସ ସରକାର ସମୟରେ ହୋଇଥିଲା । ତାମିଲ ମତ୍ସ୍ୟଜୀବୀଙ୍କ ଦୁର୍ଦ୍ଦଶା ପାଇଁ ଡିଏମକେ- କଂଗ୍ରେସ ମିଳିତ ଭାବେ ଦାୟୀ । ନିଜ ପରିବାର ସ୍ବାର୍ଥ ବ୍ୟତୀତ ଏମାନଙ୍କୁ ଆଉ କିଛି ଦେଖାଯାଉନାହିଁ ।

  • #WATCH | Tamil Nadu: Union Home Minister Amit Shah along with state BJP president K. Annamalai flagged off the En Mann En Makkal Yatra from Rameswaram. pic.twitter.com/UGUTFLzbwK

ଏହାବି ପଢନ୍ତୁ- ଅମିତ ଶାହଙ୍କ ସୁରକ୍ଷାରେ ତ୍ରୁଟି: ଚେନ୍ନାଇ ଗସ୍ତ ସମୟରେ ରାସ୍ତାରେ ବନ୍ଦ ହୋଇଗଲା ଷ୍ଟ୍ରିଟ ଲାଇଟ

ଦୁର୍ନୀତିଗ୍ରସ୍ତ ପାର୍ଟି DMK: ଡିଏମକେ ଉପରେ କଡା ପ୍ରହାର କରି ଶାହ କହିଛନ୍ତି ଦେଶର ସବଠାରୁ ଦୂର୍ନୀତିଗ୍ରସ୍ତ ଦଳ ହେଉଛି ଡିଏମକେ । ଡିଏମକେର ମନ୍ତ୍ରୀ ଦୁର୍ନୀତି କରି ଇଡି ଦ୍ବାରା ଗିରଫ ହୋଇ ଏବେ ଜେଲରେ । ତଥାପି ମୁଖ୍ୟମନ୍ତ୍ରୀ ତାଙ୍କୁ ବରଖାସ୍ତ କରୁନାହାଁନ୍ତି । କାରଣ ଜେଲରେ ଥିବା ମନ୍ତ୍ରୀଙ୍କୁ ଷ୍ଟାଲିନଙ୍କ ସବୁ ଦୁର୍ନୀତି ପେଡି ଜଣା ଅଛି ।

  • #WATCH | "PM Modi loves the people of Tamil Nadu, this yatra is to connect him & BJP party with the people and also to end the corrupt DMK politics. People of Tamil Nadu are upset with DMK's corrupt politics...DMK is a part of dynasty politics...": CT Ravi, BJP National General… pic.twitter.com/ejCPR39tUg

ଲୋକଙ୍କ ସମର୍ଥନ ଲୋଡିବ ବିଜେପି: ତାମିଲନାଡୁ ବିଜେପି ଅଧ୍ୟକ୍ଷ ତଥା ଚର୍ଚିତ ରାଜନେତା କେ ଆନ୍ନାମଲ୍ଲାଇଙ୍କ ନେତୃତ୍ବରେ ରାଜ୍ୟ ବିଜେପି ଶାଖା ଏହି ଲମ୍ବା ପଦଯାତ୍ରା ଆୟୋଜନ କରୁଛି । ଏହା ଆସନ୍ତା 6 ମାସ ପର୍ଯ୍ୟନ୍ତ ଚାଲିବ । ପଦଯାତ୍ରା ରାଜ୍ୟର ମୋଟ 234 ବିଧାନସଭାରେ ପହଞ୍ଚିବ । ଯାତ୍ରା କାଳରେ ଲୋକଙ୍କ ସମସ୍ୟା, ଦାବି ଆପତ୍ତି ସଂଗ୍ରହ କରିବା ସହିତ କେନ୍ଦ୍ର ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବ । ଏତତ ବ୍ୟତୀତ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ବିଭିନ୍ନ ଜନବିରୋଧୀ କାର୍ଯ୍ୟକ୍ରମକୁ ବିଜେପି ଲୋକଙ୍କୁ ବୁଝାଇବ । ଏହାସହ ଏହି ପଦଯାତ୍ରା ସମୟରେ ଛୋଟ ବଡ ସଭା ସମିତି ଆୟୋଜନ ହେବ । ଏତତ ବ୍ୟତୀତ ପଦଯାତ୍ରା କାଳରେ ବିଜେପି 10 ଟି ବଡ ସମାବେଶ ଆୟୋଜନ କରିବ । ପ୍ରତି ସମାବେଶରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବରିଷ୍ଠ ଦଳୀୟ ନେତା ସାମିଲ ହେବେ । ଯାତ୍ରାର ଉଦଯାପନୀ ସମାବେଶରେ ପ୍ରଧାନମନ୍ତ୍ରୀ ସାମିଲ ହେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.