ETV Bharat / bharat

Ram Navami violence: ବିହାର ରାଜ୍ୟପାଳଙ୍କ ସହ କଥା ହେଲେ ଶାହ - Bihar Politics

ବିହାରରେ ହିଂସା ସ୍ଥିତି ସମ୍ପର୍କରେ ରାଜ୍ୟପାଳଙ୍କ ସହ କଲେ ଆଲୋଚନା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ । ଅଧିକ ପଢନ୍ତୁ

ବିହାର ରାଜ୍ୟପାଳଙ୍କ ସହ କଥା ହେଲେ ଶାହ
ବିହାର ରାଜ୍ୟପାଳଙ୍କ ସହ କଥା ହେଲେ ଶାହ
author img

By

Published : Apr 2, 2023, 5:29 PM IST

Updated : Apr 2, 2023, 5:37 PM IST

ପାଟନା: ବିହାର ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟରେ ଲାଗିରହିଥିବା ହିଂସା ସ୍ଥିତି ସମ୍ପର୍କରେ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ରାମ ନବମୀ ପର ଠାରୁ ଲାଗିରହିଥିବା ହିଂସା ସ୍ଥିତିକୁ ନେଇ ଶାହ ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟକୁ ଅତିରିକ୍ତ କେନ୍ଦ୍ରୀୟ ଫୋର୍ସ ପଠାଇବା ପାଇଁ ବିଚାର ବିମର୍ଶ କରାଯାଉଥିବା ଗୃହ ମନ୍ତ୍ରଣାଳୟ ସୂତ୍ରରୁ ସୂଚନା ମିଳିଛି । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ଯବାନ ମୁତୟନ ହେବା ନେଇ ନିଷ୍ପତ୍ତି ହୋଇଛି । ଏହି ଅତିରିକ୍ତ ବଳ ସ୍ଥାନୀୟ ପ୍ରଶାସନକୁ ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ସହଯୋଗ କରିବ ।

ଅନ୍ୟପଟେ ଆଜି ରାଜଧାନୀ ପାଟନାରେ ଏସଏସବି (ସଶସ୍ତ୍ର ସୀମା ବଳ) କମାଣ୍ଡରେ ଅମିତ ଶାହାଙ୍କ କାର୍ଯ୍ୟକ୍ରମ ଥିଲା, ଯାହାକୁ ଶେଷ ମୁହୂର୍ତ୍ତରେ ବାତିଲ କରିବାକୁ ପଡିଛି । ସମ୍ରାଟ ଅଶୋକଙ୍କ ଜନ୍ମବାର୍ଷିକୀ ଅବସରରେ ସକାଳ 11:30ରେ ଶାହଙ୍କର ଏକ କାର୍ଯ୍ୟକ୍ରମ ଥିଲା । ପରେ ସେ ଏସଏସବି ବିଲ୍ଡିଂର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥାନ୍ତେ । ହେଲେ ରାଜ୍ୟବ୍ୟାପି ଲାଗି ରହିଥିବା ହିଂସା ସ୍ଥିତିକୁ ଦେଖି ଶାହଙ୍କ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଛି । ପୂର୍ବରୁ ଶାହଙ୍କର ସାସାରାମ କାର୍ଯ୍ୟକ୍ରମ ମଧ୍ୟ ସାମାନ କାରଣ ପାଇଁ ବାତିଲ କରିବାକୁ ପଡିଥିଲା ।

ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଭାରତୀୟ ଜନତା ପାର୍ଟି ନୀତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀଙ୍କ 2 ଦିନିଆ ଗସ୍ତ ଥିବା ସତ୍ତ୍ବେ ମଧ୍ୟ ରାଜ୍ୟ ସରକାର ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିନଥିବା ବିଜେପି ଅଭିଯୋଗ କରିଛି । ଶାହଙ୍କ ବିହାର ଗସ୍ତରେ ମହାଗଠନବନ୍ଧନ ସରକାର ଭୟଭୀତ ହୋଇପଡିଥିବା ବିରୋଧୀ କହିଛନ୍ତି । ଅନ୍ୟପଟେ ବିଜେପିର ଏପରି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । କେନ୍ଦ୍ରରୁ କେହି ମନ୍ତ୍ରୀ ବିହାର ଗସ୍ତରେ ଆସିଲେ, ତାଙ୍କୁ ଯଥେଷ୍ଟ ସୁରକ୍ଷା ଯୋଗାଇ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ।

ରାମ ନବମୀଠାରୁ ବିହାରର ନାଳନ୍ଦା ଓ ସାସାରାମରେ ହିଂସା ଓ ଉତ୍ତେଜନା ଲାଗି ରହିଛି । ଏପର୍ଯ୍ୟନ୍ତ 6 ଜଣ ଆହତ ହୋଇଥିବା ନେଇ ପ୍ରଦେଶ ସରକାର କହି ଆସୁଥିଲେ ସୁଦ୍ଧା ହିଂସାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବିରୋଧୀ ଅଭିଯୋଗ କରୁଛନ୍ତି । କୌଣସି ମୃତ୍ୟୁ ସୂଚନାକୁ ବିହାର ସରକାର ସ୍ବୀକାର କରିନାହାନ୍ତି । ବର୍ତ୍ତମାନ ମଧ୍ୟ ଏକାଧିକ ସ୍ଥାନରେ ଚାପା ଉତ୍ତେଜନା ଲାଗି ରହିଛି । ପୋଲିସ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରିବା ସହ 2 ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଗତକାଲି ଠାରୁ ଅମିତ ଶାହ ଦୁଇ ଦିନିଆ ବିହାର ଗସ୍ତରେ ଅଛନ୍ତି । ତାଙ୍କର ଏକାଧିକ କାର୍ଯ୍ୟକ୍ରମ ଥିବା ବେଳେ ବର୍ତ୍ତମାନର ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଶାହଙ୍କର ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 2, 2023, 5:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.