ETV Bharat / bharat

ଦେବଭୂମିରେ ବର୍ଷା ତାଣ୍ଡବ: ଗଲାଣି 55 ଜୀବନ, ଆଜି ସମୀକ୍ଷା କରିବେ ଶାହ - ଉତ୍ତରାଖଣ୍ଡରେ ଅମିତ ଶାହ

ବାଦଲଫଟା ବର୍ଷା କାରଣରୁ ଉତ୍ତରାଖଣ୍ଡରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା 55 ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଧନଜୀବନ ନଷ୍ଟ ହୋଇଛି । ଯାହାର ସମୀକ୍ଷା କରିବାକୁ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ...

Amit Shah
Amit Shah
author img

By

Published : Oct 21, 2021, 8:33 AM IST

ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରେ ପ୍ରଳୟ ରଚୁଛି ପ୍ରକୃତି । ବାଦଲଫଟା ବର୍ଷାରେ ଜଳମୟ ହୋଇଯାଇଛି ଉତ୍ତରାଖଣ୍ଡ । ପ୍ରକୃତିର ଏହି ତାଣ୍ଡବରେ ଅନେକ ଜୀବନ ଝଡି ପଡିଥିବାବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ସ୍ଥିତି ସମୀକ୍ଷା କରିବାକୁ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ବୁଧବାର ବିଳମ୍ବିତ ରାତି ପ୍ରାୟ 11.40ରେ ଡେରାଡୁନରେ ପହଞ୍ଚିଥିଲେ । ଏୟାରପୋର୍ଟରେ ତାଙ୍କୁ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ, କେନ୍ଦ୍ରମନ୍ତ୍ରୀ ଅଜୟ ଭଟ୍ଟ । ତେବେ ଆଜି ଶାହ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତିର ସମୀକ୍ଷା କରିବେ ।

ସୂଚନା ଥାଉକି, ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ଉତ୍ପନ୍ନ ହୋଇଛି । ବର୍ତ୍ତମାନ ସୁଦ୍ଧା 55 ଜଣ ପ୍ରାଣ ହରାଇଛନ୍ତି। ଏଥିରେ ନୈନତାଲରେ 30, ଚମ୍ପାବନରେ 11, ଅଲମୋଡା 6, ପୌଡି 3, ଉଧମସିଂହନଗର 2, ପିଥୌରାଗଡରେ 2 ଓ ବାଗେଶ୍ବର ଜଣଙ୍କର ମୃତ୍ୟୁ ହୋଇଛି ।

ଉତ୍ତରାଖଣ୍ଡରେ ଗତ କିଛି ଦିନରୁ ମୂଷଳଧାରାରେ ବର୍ଷା ଲାଗି ରହିଛି । ଫଳରେ ଏଥିରେ 55 ଜଣଙ୍କ ଜୀବନ ଯାଇସାରିଲାଣି । ଦେବଭୂମିରେ ୧୨୪ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା । ସେପଟେ ରାଜ୍ୟରେ ଦୋକାନ, ପୋଲ ସମେତ ଭିତ୍ତିଭୂମିର ବ୍ୟାପକ କ୍ଷମକ୍ଷତି ହୋଇଛି । ପୂର୍ବରୁ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବିପର୍ଯ୍ୟୟ ବାବଦରେ ଅବଗତ କରାଇଥିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ମୁତୟନ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.