ନୂଆଦିଲ୍ଲୀ: ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ଚିଠି । କୋରୋନା ସଂକ୍ରମଣ ହ୍ରାସ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ । ଟେଷ୍ଟ, ଟ୍ରାକ୍, ଟ୍ରିଟ୍ ଓ ଟିକାକରଣକୁ ଗୁରୁତ୍ବ ଦେବାକୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । ଜିନୋମ ସିକ୍ବେନ୍ସିଂ ଓ ସର୍ଭେଲାନ୍ସକୁ ଗୁରୁତ୍ବ ଦେବାକୁ ପରାମର୍ଶ ।
ଅଧିକରୁ ଅଧିକ ଲକ୍ଷଣଯୁକ୍ତଙ୍କ ସାମ୍ପଲ ସଂଗ୍ରହ କରି ଟେଷ୍ଟ କରିବାକୁ ନିର୍ଦ୍ଦେଶ ଚିଠିରେ ଉଲ୍ଲେଖ ହୋଇଛି । ଯୋଗ୍ୟ ବ୍ୟକ୍ତିଙ୍କ ଟୀକାକରଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ସହ କୋରୋନା କଟକଣାର କଡ଼ାକଡ଼ି ପାଳନ ଉପରେ ଗୁରୁତ୍ବ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । ଚିଠିରେ ସମସ୍ତ ସମର୍ଥନ ଜାରି ରଖିବାକୁ ଆଶା ରଖିଛନ୍ତି ମନ୍ତ୍ରଣାଳୟ । ମହାମାରୀ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସବୁବେଳେ ଚେଷ୍ଟିତ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ମହାମାରୀକୁ ନେଇ ସଚେତନ କରାଇବା ସହ ନିୟମ ଯେପରି ମାସ୍କ ପିନ୍ଧିବା, ସମାଜିତ ଦୂରତା ରଖିବା ଓ ହାତ ଧୋଇବା ଆଦିକୁ ଗୁରୁତ୍ବ ଦେବାକୁ ଚିଠିରେ ଉଲ୍ଲେଖ ରହିଛି ।
ପ୍ରକାଶ ଥାଉ କି, ଦେଶରେ ଯେତେ ପରିମାଣର ସଂକ୍ରମଣ ମାମଲା ବଢୁଥିଲା ସେଥିରେ ବ୍ରେକ ଲାଗିଛି । ଆଜି ଦିନକରେ ୩ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪୯ ଜଣଙ୍କ ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨୫୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ସଂକ୍ରମଣ କମିଲେ ମଧ୍ୟ ମୃତ୍ୟୁସଂଖ୍ୟା କମୁନାହିଁ ଯାହା ଚିନ୍ତାଜନକ । ସଂକ୍ରମଣ କମିଥିଲେ ବି ଏହାକୁ ଖାମ ଖିଆଲି କରିପାରିବା ନାହିଁ । ଏନେଇ ନିୟମ କଡାକଡି ପାଳନ ପାଇଁ ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି ।
@ANI