ନୂଆଦିଲ୍ଲୀ: ଦେଶର କୋଭିଡ ସ୍ଥିତି ଉଦବେଗ ଜନକ ସ୍ଥିତିରେ ପହଞ୍ଚିଥିବାବେଳେ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଏହି ବୈଠକରେ 11 ରାଜ୍ୟ ଓ କିଛି କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟ ମନ୍ତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ । ଭିସି ଯୋଗେ ଏହି ବୈଠକ ଅନୁଷ୍ଠିତ ହୋଇଛି ।
ଦେଶରେ କୋରୋନା ସଂକ୍ରମଣର ସର୍ବାଧିକ ସ୍ତରରେ ପହଞ୍ଚିଥିବାବେଳେ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି । ସଂକ୍ରମଣ ବୃଦ୍ଧି, ପ୍ରତିରୋଧ ଏବଂ ପରିଚାଳନା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନେ କି ପ୍ରକାର ପଦକ୍ଷେପ ନେଇଛନ୍ତି,ତାହା ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।
ଏହି ବୈଠକ ଭିସି ଯୋଗେ ଆୟୋଜିତ ହୋଇଥିଲା । ଦେଶରେ ବର୍ତ୍ତମାନ ବିଭିନ୍ନ ରାଜ୍ୟରେ କୋଭିଡ ସଂକ୍ରମଣ ଶୀର୍ଷ ସ୍ତରରେ ପହଞ୍ଚି ।ବିଭିନ୍ନ ପ୍ରାଦେଶିକ ସ୍ତରରେ ଏହାର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ତେବେ ଅନୁରୂପ ଭାବେ ଟିକାଯୋଗାଣ ଓ ଟିକା ପ୍ରଦାନ ପ୍ରକ୍ରିୟାକୁ ତ୍ବରାନିତ କରିବା ପାଇଁ ମଧ୍ୟ କେନ୍ଦ୍ର ସରକାର ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରି ରଖିଛି ।
@ANI