ETV Bharat / bharat

Dharmendra Pradhan In UAE: ‘ଭାରତ ୟୁଏଇ ଦ୍ବିପାକ୍ଷିକ ସମ୍ପର୍କର ଶକ୍ତିଶାଳୀ ସ୍ତମ୍ଭ ହେବ ଶିକ୍ଷା’

author img

By ETV Bharat Odisha Team

Published : Nov 2, 2023, 8:42 PM IST

କେନ୍ଦ୍ରମନ୍ତ୍ରୀ ୟୁଏଇର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶେଖ ଅବଦୁଲ୍ଲା ବିନ ଜାୟେଦଙ୍କ ସହ ଭାରତ ଓ ୟୁଏଇ ମଧ୍ୟରେ ବହୁମୁଖୀ ସହଭାଗୀତାକୁ ଅଧିକ ଶକ୍ତିଶାଳୀ କରିବା ସହ ଭାଗିଦାରୀକୁ ଆଗେଇ ନେବା ଉପରେ ଆଲୋଚନା କରିଥିଲେ । ଆବୁଧାବୀରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପ୍ରତିଷ୍ଠା ସହ ୟୁଏଇରେ ରହୁଥିବା ଭାରତୀୟଙ୍କୁ ସହଯୋଗ ପ୍ରଦାନ କରୁଥିବାରୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଅଧିକ ପଢନ୍ତୁ

Dharmendra Pradhan In UAE
Dharmendra Pradhan In UAE

ଆବୁଧାବୀ/ନୂଆଦିଲ୍ଲୀ: ତିନି ଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଏଇ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଏହାସହ ଆବୁଧାବୀର ଗ୍ଲୋବାଲ ଟେକ ଇକୋସିଷ୍ଟମ ହବ ୭୧ ପରିଦର୍ଶନ କରିଛନ୍ତି । ୟୁଏଇ ମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ଭାରତ ଓ ୟୁଏଇ ଦ୍ବିପାକ୍ଷିକ ସମ୍ପର୍କର ଶିକ୍ଷାକୁ ଶକ୍ତିଶାଳୀ ସ୍ତମ୍ଭ ଭାବରେ ପ୍ରତିଷ୍ଠା କରିବା ପାଇଁ ଆଲୋଚନା ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

  • An insightful visit to HUB71 in Abu Dhabi.

    A vibrant community of innovators, entrepreneurs and investors working together to shape a sustainable and prosperous future. At @hub71ad industry partners, corporates, investors, mentors as well as govt regulators provide all the… pic.twitter.com/1WCvNi0i5E

    — Dharmendra Pradhan (@dpradhanbjp) November 2, 2023 " class="align-text-top noRightClick twitterSection" data=" ">

କେନ୍ଦ୍ରମନ୍ତ୍ରୀ ୟୁଏଇର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶେଖ ଅବଦୁଲ୍ଲା ବିନ ଜାୟେଦଙ୍କ ସହ ଭାରତ ଓ ୟୁଏଇ ମଧ୍ୟରେ ବହୁମୁଖୀ ସହଭାଗୀତାକୁ ଅଧିକ ଶକ୍ତିଶାଳୀ କରିବା ସହ ଭାଗିଦାରୀକୁ ଆଗେଇ ନେବା ଉପରେ ଆଲୋଚନା କରିଥିଲେ । ଆବୁଧାବୀରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପ୍ରତିଷ୍ଠା ସହ ୟୁଏଇରେ ରହୁଥିବା ଭାରତୀୟଙ୍କୁ ସହଯୋଗ ପ୍ରଦାନ କରୁଥିବାରୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଦେଇଥିଲେ ।

  • Glad to call-on HH Sheikh Abdullah bin Zayed Al Nahyan, Minister of Foreign Affairs, the UAE.

    Productive discussions on further strengthening and carrying forward our multi-faceted partnership. Thanked HE @ABZayed for his valuable and unstinting support to the IIT Delhi-Abu… pic.twitter.com/fbox9GsORF

Glad to call-on HH Sheikh Abdullah bin Zayed Al Nahyan, Minister of Foreign Affairs, the UAE.

Productive discussions on further strengthening and carrying forward our multi-faceted partnership. Thanked HE @ABZayed for his valuable and unstinting support to the IIT Delhi-Abu… pic.twitter.com/fbox9GsORF

— Dharmendra Pradhan (@dpradhanbjp) November 2, 2023

ଅଧିକ ପଢନ୍ତୁ- ଆବୁଧାବୀରେ ନିର୍ମାଣାଧୀନ BPS ହିନ୍ଦୁ ମନ୍ଦିର ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସେହିପରି ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ତଥା ଆବୁଧାବୀ ଶିକ୍ଷା ଓ ଜ୍ଞାନ ବିଭାଗର ଅଧ୍ୟକ୍ଷା ସାରା ମୁସଲ୍ଲମଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ବୈଠକ ହୋଇଥିଲା । ବୈଠକରେ ଶିକ୍ଷା କ୍ଷେତ୍ରରେ ସହଯୋଗକୁ ବ୍ୟାପକ କରିବା ଏବଂ ଶିକ୍ଷାକୁ ଦ୍ବିପାକ୍ଷିକ ସମ୍ପର୍କର ଅନ୍ୟତମ ଶକ୍ତିଶାଳୀ ସ୍ତମ୍ଭ ଭାବରେ ପ୍ରତିଷ୍ଠା କରିବା ଉପରେ ଆଲୋଚନା ହୋଇଥିଲା । ଆଇଆଇଟି ଦିଲ୍ଲୀ-ଆବୁଧାବୀ କ୍ୟାମ୍ପସର ଅଗ୍ରଗତିକୁ ସହଜ କରିବା ପାଇଁ ଭାରତ ପକ୍ଷରୁ ଆବଶ୍ୟକ ସହଯୋଗ, ୟୁଏଇରେ କାର୍ଯ୍ୟ କରୁଥିବା ସିବିଏସଇ ଅନୁବନ୍ଧିତ ଭାରତୀୟ ବିଦ୍ୟାଳୟ ଗୁଡିକୁ ଏଡିଇକେର ସମର୍ଥନ ଓ ଦୁବାଇରେ ସିବିଏସଇର ଏକ କାର୍ଯ୍ୟାଳୟ ସ୍ଥାପନ କରିବା ପାଇଁ ଯୋଜନା ଉପରେ ଉଭୟ ମନ୍ତ୍ରୀ ଆଲୋଚନା କରିଥିଲେ ।

ଏହି ଗସ୍ତକାଳରେ ଆବୁଧାବୀର ଗ୍ଲୋବାଲ ଟେକ ଇକୋସିଷ୍ଟମ ହବ ୭୧ ପରିଦର୍ଶନ କରିଥିଲେ । ଏହାକୁ ଦେଖିବା ପରେ ସେ କହିଛନ୍ତି ଯେ ଏକ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ ଗଠନ ପାଇଁ ଉଦ୍ଭାବକ, ଉଦ୍ୟୋଗୀ ଏବଂ ନିବେଶକଙ୍କ ଏକ ଜୀବନ୍ତ ସମୁଦାୟ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି । ହବ ୭୧ ଶିଳ୍ପ ଅଂଶୀଦାର, କର୍ପୋରେଟ, ନିବେଶକ, ପରାମର୍ଶଦାତା ଉଦ୍ୟୋଗର ଭାବନାକୁ ପ୍ରୋତ୍ସାହିତ କରିବା ଏବଂ ଷ୍ଟାର୍ଟଅପ ଗୁଡିକୁ ଦ୍ରୁତ ଗତିରେ ବ୍ୟାପକ କରିବାରେ ସାହାଯ୍ୟ କରିବା ପାଇଁ ସମସ୍ତ ଆବଶ୍ୟକ ସହାୟତା ପ୍ରଦାନ କରନ୍ତି । ସାମଗ୍ରିକ ସମାଜ ଆଭିମୁଖ୍ୟ ସହିତ ଏଭଳି ଇକୋସିଷ୍ଟମ ଦେଶର ସମ୍ପୂର୍ଣ୍ଣ ଉଦ୍ୟୋଗୀ ଏବଂ ଅଭିନବ ସମ୍ଭାବନାକୁ ଉପଲବ୍ଧି କରିବା ଦିଗରେ ଏକ ଚାବିକାଠି ଅଟେ ବୋଲି କହିଥିଲେ ।

ଅଧିକ ପଢନ୍ତୁ- ଭାରତ ୟୁଏଇ ଷ୍ଟ୍ରାଟେଜିକ ସମ୍ପର୍କକୁ ଶିଖର ନେବା ଆମର ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ଏହା ପୂର୍ବରୁ ଧର୍ମେନ୍ଦ୍ର ଜାଏଡ ବିଶ୍ବବିଦ୍ୟାଳୟ ପରିସରରେ ନିର୍ମାଣାଧୀନ ଆଇଆଇଟି ଦିଲ୍ଲୀ–ଆବୁଧାବୀ କ୍ୟାମ୍ପସକୁ ଯାଇଥିଲେ । ଏହା ଉଭୟ ଦେଶର ନେତୃତ୍ବର ଦୂରଦର୍ଶିତା ଏବଂ ପ୍ରାଥମିକତାର ପ୍ରମାଣ । ଭାରତର ଶିକ୍ଷାକୁ ଅନ୍ତର୍ଜାତୀୟକରଣ କରିବା ପାଇଁ ଆଇଆଇଟି ଦିଲ୍ଲୀ-ଆବୁଧାବୀ କ୍ୟାମ୍ପସ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଏହା ଦ୍ବାରା ଭାରତ ଓ ୟୁଏଇ ମଧ୍ୟରେ ସମୃଦ୍ଧି ଏବଂ ବିଶ୍ବ କଲ୍ୟାଣ ପାଇଁ ଜ୍ଞାନର ଶକ୍ତିର ଉପଯୋଗ କରିବା ପାଇଁ ଅନେକ ସୁଯୋଗ ପ୍ରଦାନ କରିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।

ଗତକାଲି ଉଭୟ ଦେଶ ମଧ୍ୟରେ ଥିବା ଶିକ୍ଷା ସହଯୋଗକୁ ସୁଦୃଢ କରିବା ପାଇଁ ଭାରତ ଓ ୟୁଏଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଓ ୟୁଏଇର ଶିକ୍ଷା ମନ୍ତ୍ରୀ ଅହମ୍ମଦ ଅଲ ଫଲାସୀଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ଆଦାନ ପ୍ରଦାନ ହୋଇଥିଲା । ଏହି ବୁଝାମଣାପତ୍ର ଦ୍ବାରା ଉଭୟ ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶିକ୍ଷା ଏବଂ ଗବେଷଣା ସହଯୋଗ ସହ ଉଭୟ ଦେଶର ଛାତ୍ରଛାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.