ETV Bharat / bharat

Union Cabinet Expansion; ଆଜି ମୋଦି ସରକାର 2.0ର ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ

author img

By

Published : Jul 7, 2021, 10:07 AM IST

ସନ୍ତୁଳନ ରକ୍ଷା ପାଇଁ କ୍ୟାବିନେଟରେ ଉଚ୍ଚ ଶିକ୍ଷିତ, ଯୁବକ ଓ ପ୍ରଶାସନିକ କ୍ଷେତ୍ରରେ ଅନୁଭବ ଥିବା ସାଂସଦଙ୍କୁ ମଧ୍ୟ ଅତି ଗୁରୁତ୍ବପୂର୍ଣ୍ଣ ପଦପଦବୀ ମିଳିବାର ଯଥେଷ୍ଟ ସମ୍ଭାବନ ରହିଛି । ଅଧିକ ପଢନ୍ତୁ...

Union Cabinet
Union Cabinet

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧିନ କେନ୍ଦ୍ର କ୍ୟାବିନେଟର ଆଜି ସମ୍ପ୍ରସାରଣ ହେବ । ସଂଧ୍ୟା 6 ଟାରେ ରାଷ୍ଟ୍ରପତି ଭବନରେ ଏହି ସମ୍ପ୍ରସାରଣ ଉତ୍ସବ ହେବ । ଏଥିପାଇଁ କେନ୍ଦ୍ର ସରକାର ଆବଶ୍ୟକ ପ୍ରସ୍ତୁତି ସହ ନୂଆ ମନ୍ତ୍ରୀଙ୍କ ତାଲିକାରେ ଶେଷ ମୋହର ମାରୁଛନ୍ତି । ଲଗାତାର ଦ୍ବିତୀୟ ଥର କ୍ଷମତାକୁ ଫେରିବା ପରେ ଏହା ମୋଦି ସରକାରଙ୍କ ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ । ସଂଧ୍ୟାରେ ପ୍ରୋଟୋକଲ ଅନୁସାରେ କୋଭିଡ କଟକଣା ମଧ୍ୟରେ ରାଷ୍ଟ୍ରପତି ଭବନର ଅଶୋକା ହଲରେ ହେବ ଶପଥ ଗ୍ରହଣ ଉତ୍ସବ । ନୂତନ ଭାବେ ମନ୍ତ୍ରୀ ହେବାକୁ ଥିବା ନେତାଙ୍କୁ ପରିବାରର ଜଣେ ସଦସ୍ୟଙ୍କୁ ସାଙ୍ଗରେ ଆଣିବା ପାଇଁ ଅନୁମତି ରହିଛି ।

ଜାତି ଓ ରାଜ୍ୟକୁ ଗୁରୁତ୍ବ...

କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ଜାରି ରହିଛି ଆଲୋଚନା ତର୍କ ବିତର୍କ । କିଏ ହେବେ ମନ୍ତ୍ରୀ, କେଉଁ ରାଜ୍ୟକୁ ମିଳିବ ପ୍ରାଧାନ୍ୟ, କଣ ହେବ ରୂପରେଖ ତାହାକୁ ନେଇ ଏବେ ପ୍ରତି ମୂହୁର୍ତ୍ତରେ ବଦଳୁଛି ସମୀକରଣ । ତେବେ ପ୍ରଧାନମନ୍ତ୍ରୀ କ୍ୟାବିନେଟରେ ଓବିସି ବର୍ଗରୁ ଅଧିକ ସାମିଲ କରିବାକୁ ଯାଉଛନ୍ତି । ସେହିପରି ଅନୁସୂଚିତ ଜାତି ଓ ଜନଜାତି ବର୍ଗରୁ ମଧ୍ୟ ମିଳିବ ଗୁରୁତ୍ବ । ସେହିପରି ଆସନ୍ତା ବର୍ଷ ହେବାକୁ ଥିବା 7 ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ମଧ୍ୟ ହେବ ବିସ୍ତାର ।

ଉଚ୍ଚ ଶିକ୍ଷିତ ଓ ଯୁବକଙ୍କୁ ସୁଯୋଗ...

ସନ୍ତୁଳ ରକ୍ଷା ପାଇଁ କ୍ୟାବିନେଟରେ ଉଚ୍ଚ ଶିକ୍ଷିତ, ଯୁବକ ଓ ପ୍ରଶାସନିକ କ୍ଷେତ୍ରରେ ଅନୁଭବ ଥିବା ସାଂସଦଙ୍କୁ ମଧ୍ୟ ଅତି ଗୁରୁତ୍ବପୂର୍ଣ୍ଣ ପଦ ପଦବୀ ମିଳିବାର ଯଥେଷ୍ଟ ସମ୍ଭାବନ ରହିଛି । ମନ୍ତ୍ରୀମଣ୍ଡଳରେ ମହିଳା ପ୍ରତିନିଧିତ୍ବକୁ ଦିଆଯାଇପାରେ ଗୁରୁତ୍ବ । କ୍ୟାବିନେଟ ବିସ୍ତାର ପରେ ବର୍ତ୍ତମାନ ତୁଳନାରେ ମନ୍ତ୍ରୀମଣ୍ଡଳରେ ମହିଳାଙ୍କ ସଂଖ୍ୟା ବଢିବ । କ୍ୟାବିନେଟ ବିସ୍ତାର ଜରିଆରେ ସରକାର ଗରିବ, ଦଳିତ, ବଞ୍ଚିତଙ୍କ ସରକାର ବୋଲି ବାର୍ତ୍ତା ଦେବା ଉପରେ ଜୋର ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.