ETV Bharat / bharat

Union Budget 2023: ନୂଆ ସଂସଦ ଭବନରେ ବଜେଟ ଉପସ୍ଥାପନ କରିପାରନ୍ତି ଅର୍ଥମନ୍ତ୍ରୀ - ସଂସଦରେ ବଜେଟ ଅଧିବେଶନ

ଚଳିତ ବର୍ଷର ବଜେଟ ଅଧିବେଶନ ନୂଆ ସଂସଦ ଭବନରେ ହୋଇପାରେ । ଏନେଇ ସଂସଦ ଭବନରେ ଚାଲିଛି ଜୋରଦାର ପ୍ରସ୍ତୁତି । ଅଧିକ ପଢନ୍ତୁ

Union Budget might be presented in new Parliament

author img

By

Published : Jan 20, 2023, 10:28 AM IST

ନୂଆଦିଲ୍ଲୀ: ଜାନୁଆରୀ ୩୧ ତାରିଖରେ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବ । ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ । ଚଳିତ ବର୍ଷର ବଜେଟ ଅଧିବେଶନ ନୂଆ ସଂସଦ ଭବନରେ ହୋଇପାରେ । ଏନେଇ ସଂସଦ ଭବନରେ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଜାରି ରହିଛି ।

ନୂଆ ସଂସଦ ଗୃହର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଜାନୁଆରୀ ଶେଷ ସୁଦ୍ଧା ଏହା ବଜେଟ ଉପସ୍ଥାପନ ପାଇଁ ପୁରା ପ୍ରସ୍ତୁତ ହୋଇଯିବା ନେଇ ଆଶା କରାଯାଉଛି । ତେଣୁ ବଜେଟ ଅଧିବେଶନ ପାଇଁ ସଂସଦରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ଆର୍ଥିକ ବର୍ଷର ବଜେଟ ନୂତନ ସଂସଦ ଭବନରେ ଉପସ୍ଥାପନ ହେବ ନା ନାହିଁ ସେନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ଲୋକସଭା ସଚିବାଳୟ ନୂତନ ସଂସଦ ଭବନରେ ପ୍ରବେଶ ପାଇଁ ବିଭିନ୍ନ ଦଳର ସାଂସଦମାନଙ୍କ ପାଇଁ ନୂତନ ପରିଚୟ ପତ୍ର ପ୍ରସ୍ତୁତ ଆରମ୍ଭ କରି ଦେଇଛନ୍ତି ।

ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନରେ ମୋଟ ୬୬ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୨୭ଟି ସରକାରୀ କାର୍ଯ୍ୟ ଦିବସ ରହିଛି । ଆସନ୍ତା ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ । ବଜେଟ ଅଧିବେଶନ ପ୍ରଥମ ଦିନ ଅର୍ଥାତ ଜାନୁଆରୀ ୩୧ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୁଗ୍ମ ସଂସଦକୁ ସମ୍ବୋଧିତ କରିବେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଯୁଗ୍ମ ସଂସଦରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଚାଲିଥିବା ତର୍କ ବିତର୍କ ଉପରେ ଜବାବ ରଖିବେ । ଫେବୃଆରୀ ୧ ତାରିଖରେ ସଂସଦରେ ବଜେଟ ଉସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ତେବେ ପୂର୍ବରୁ ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟ ନୂଆ ସଂସଦ ଭବନରେ ବସିବା ନେଇ କୁହାଯାଉଥିଲା । କିନ୍ତୁ ଅଧିବେଶନ ପ୍ରଥମ ପର୍ଯ୍ୟାୟ ଏଠାରେ ଆରମ୍ଭ ହେବା ନେଇ ଚର୍ଚ୍ଚା ହେଉଛି । ନୂତନ ସଂସଦ ଭବନର ବାହାର ସାଜସଜ୍ଜା କାର୍ଯ୍ୟ ଆରମ୍ଭ ହୋଇସାରିଛି । ଯଦି କିଛି ବୈଷୟିକ ତ୍ରୁଟି ନ ଉପୁଜେ ତେବେ ଏଥର ନୂତନ ସଂସଦ ଗୃହରେ ବଜେଟ ଅଧିବେଶନ ଆରମ୍ଭ ହୋଇପାରିବ । ପରେ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆୟୋଜନ କରିବାକୁ ଉଦ୍ୟମ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.