ETV Bharat / bharat

Srinagar Encounter: ସେନା ଗୁଳିରେ ଟଳିଲେ ୨ ଆତଙ୍କୀ

author img

By

Published : Dec 13, 2021, 1:41 PM IST

ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁକାଶ୍ମୀର ଶ୍ରୀନଗରର ରଙ୍ଗରେତରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଛି । ଏଥିରେ ୨ଜଣ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବାହିନୀ । ଅଧିକ ପଢନ୍ତୁ

ସେନା ଗୁଳିରେ ଟଳିଲେ ୨ଆତଙ୍କୀ
ସେନା ଗୁଳିରେ ଟଳିଲେ ୨ଆତଙ୍କୀ

ଶ୍ରୀନଗର: ଜମ୍ମୁକାଶ୍ମୀର ଶ୍ରୀନଗରର ରଙ୍ଗରେତରେ ଅଞ୍ଚଳରେ ଏନକାଉଣ୍ଟରରେ (Encounter) ସୁରକ୍ଷାବାହିନୀକୁ (security forces) ସଫଳତା । ପୁଣି ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ଶ୍ରୀନଗରର ରଙ୍ଗରେତରେ ଅଞ୍ଚଳରେ ଜାରି ଥିବା ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବାବେଳେ ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳତା ପାଇଛି ସୁରକ୍ଷାବଳୟ ।

କଶ୍ମୀର ଆଜିପି ବିଜୟ କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏନକାଉଣ୍ଟରରେ ନିପାତ ଦୁଇ ଆତଙ୍କୀଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ଥିବା ସୂଚନା ଦେଇଛନ୍ତି ଆଜିପି । ଆତଙ୍କୀ ଲୁଚିଥିବା ନେଇ ବିଶେଷ ସୁତ୍ରରୁ ଖବର ମିଳିଥିଲା । ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ପୋଲିସ, ସେନା ଓ ସିଆରପିଏଫଙ୍କ ମିଳିତ ସର୍ଚ୍ଚ ଅପରେସନରେ ଏହି ସଫଳତା ହାସଲ ହୋଇଥିବା କହିଛନ୍ତି ଆଜିପି ବିଜୟ କୁମାର ।

ପ୍ରକାଶ ଥାଉ କି, ଗତ କିଛି ଦିନ ହେବ ସୀମାରେ ସୁରକ୍ଷାକର୍ମୀ ଓ ଆତଙ୍କୀବାଦ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗତକାଲି ଅବନ୍ତିପୋରାରର ବାରାଗମ ଅଞ୍ଚଳରେ ଏନକାଉଣ୍ଟରରେ ଜଣେ ଆତଙ୍କୀକୁ ନିପାତ କରିଥିଲେ ସୁରକ୍ଷାବାହିନୀ । ଡିସେମ୍ବର ୧ରେ ଜମ୍ମୁକାଶ୍ମୀର ପୁଲୱାମା ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କ ନିପାତ କରିବାରେ ସଫଳ ହୋଇଥିଲା ସୁରକ୍ଷାକର୍ମୀ । ଏହା ପୂର୍ବରୁ ଗତ ନଭେମ୍ବର ୨୪ରେ ଶ୍ରୀନଗର ନିକଟବର୍ତ୍ତୀ ରାମବାଗରେ ୩ ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା ସେନା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.