ETV Bharat / bharat

Rozgar Mela: ଆଜି 71 ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : May 15, 2023, 8:16 PM IST

Updated : May 16, 2023, 9:46 AM IST

ନିଯୁକ୍ତି ସୃଷ୍ଟିକୁ ସର୍ବାଧିକ ଗୁରୁତ୍ବ ଦେବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ରୋଜଗାର ମେଳା । ଏହି ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ ଏବଂ ନିଯୁକ୍ତି ଆଶାୟୀଙ୍କୁ ଯଥାର୍ଥ କର୍ମନିଯୁକ୍ତି ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରୁଛନ୍ତି ସରକାର। ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅନୁଷ୍ଠିତ ହେଉଥିବା ରୋଜଗାର ମେଳା କାର୍ଯ୍ୟକ୍ରମରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମ ଭିଡିଓ କଫରେନ୍ସିଂ ବ୍ୟବସ୍ଥାରେ ଆୟୋଜିତ ହେବ । ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ ମିନିଟ ସମୟରେ ପ୍ରଧାନମନ୍ତ୍ରୀ ଏହି ନିଯୁକ୍ତିପତ୍ର ପ୍ରଦାନ କରିବା ସହିତ ନବନିଯୁକ୍ତ କର୍ମଚାରୀମାନଙ୍କୁ ମଧ୍ୟ ଉଦବୋଧନ ଦେବେ । ବିଭିନ୍ନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ୭୧ହଜାର ପରୀକ୍ଷାର୍ଥୀ ବିଭିନ୍ନ ସରକାରୀ ପଦ ଓ ସରକାରୀ ଅନୁଷ୍ଠାନରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଏହି ରୋଜଗାର ମେଳା ଦେଶର ୪୫ଟି ସ୍ଥାନରେ ଆୟୋଜିତ ହୋଇଛି । କେତେକ ପ୍ରାଦେଶିକ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳରେ ବିଭିନ୍ନ ପଦ ପାଇଁ ହୋଇଥିବା କର୍ମଚାରୀ ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କୁ ମଧ୍ୟ ଏହି ରୋଜଗାର ମେଳାରେ ନିଯୁକ୍ତିପତ୍ର ପ୍ରଧାନମନ୍ତ୍ରୀ ଆଭାସୀ ବ୍ୟବସ୍ଥାରେ ପ୍ରଦାନ କରିବେ । ଯେଉଁ ସବୁ ପଦ ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ସେଥିରେ ରହିଛି ଗ୍ରାମୀଣ ଡାକସେବକ, ଡାକ ଇନିସପେକ୍ଟର, କମର୍ସିଆଲ-କମ-ଟିକେଟ କ୍ଲର୍କ, ଟ୍ରାକ୍‌ ମେଣ୍ଟର୍ସ, ସହକାରୀ ସେକ୍ସନ ଅଫିସର, କନିଷ୍ଠ କିରାଣି, ଉପଖଣ୍ଡୀୟ ଅଧିକାରୀ, ଟିକସ ସହାୟକ, ସହକାରୀ ପ୍ରବର୍ତ୍ତନ ଅଧିକାରୀ, ଇନିସପେକ୍ଟର, ନର୍ସିଂ ଅଫିସର, ସହକାରୀ ନିରାପତ୍ତା ଅଧିକାରୀ, ଆଗ୍ନିକ, ସହକାରୀ ଆକାଉଣ୍ଟସ ଅଫିସର, ସହକାରୀ ଅଡିଟ ଅଫିସର, ଡିଭିଜିନାଲ ଅକାଉଣ୍ଟା, ଅଡିଟର, କନଷ୍ଟେବଲ, ହେଡ କନଷ୍ଟେବଲ, ସହକାରୀ କମାଣ୍ଡାଣ୍ଟ, ପ୍ରିନ୍ସିପାଲ, ଟ୍ରେନଡ ଗ୍ରାଜୁଏଟ ଟିଚର୍ସ, ସହକାରୀ ରେଜିଷ୍ଟ୍ରାର ଓ ସହକାରୀ ପ୍ରଫେସର ।

ନିଯୁକ୍ତି ସୃଷ୍ଟିକୁ ସର୍ବାଧିକ ଗୁରୁତ୍ବ ଦେବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ରୋଜଗାର ମେଳା ତାହାର ଏକ ଅଂଶବିଶେଷ । ଏହି ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ ଏବଂ ନିଯୁକ୍ତି ଆଶାୟୀଙ୍କୁ ଯଥାର୍ଥ କର୍ମନିଯୁକ୍ତି ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସରକାର ଆଶା କରିଛନ୍ତି। ଯଥାର୍ଥ କର୍ମ ନିଯୁକ୍ତି ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା । ଯଥା କର୍ମ ନିଯୁକ୍ତି ଓ ରୋଜଗାର ପାଇଲେ ଯୁବ ସମାଜ ସଶକ୍ତ ହେବା ସହିତ ଜାତୀୟ ବିକାଶ ପ୍ରକ୍ରିୟାରେ ଯଥାର୍ଥ ସହଯୋଗ ଯୋଗାଇ ପାରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

ନବନିଯୁକ୍ତ କର୍ମଚାରୀମାନେ ମଧ୍ୟ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନିଜକୁ ତାଲିମ ଦେବାରେ ସୁଯୋଗ ପାଇବେ । ଏହି କର୍ମଯୋଗୀ ପ୍ରାରମ୍ଭ ଏକ ଅନ୍‌ଲାଇନ୍‌ ଓରିଏଣ୍ଟେସନ୍‌ ପାଠ୍ୟକ୍ରମ । ବିଭିନ୍ନ ବିଭାଗର ସବୁ ନବନିଯୁକ୍ତ ସରକାରୀ ର୍କମଚାରୀ ଏହି ଓରିଓଣ୍ଟେସନ୍‌ ପାଠ୍ୟକ୍ରମରେ ଭାଗ ନେଇ ପ୍ରାରମ୍ଭିକ ତାଲିମ ଦେବାକୁ ବାଧ୍ୟ । ଯାହାଦ୍ବାରା ସେମାନଙ୍କର କାର୍ମିକ ଦକ୍ଷତା ଓ ଶୃଙ୍ଖଳା ବଢିବ ଏବଂ ସେମାନେ ସରକାରୀ କାର୍ଯ୍ୟ ଓ ଏହାର ସମ୍ପାଦନା ସମ୍ପର୍କରେ ଭଲଭାବେ ଅବଗତ ହେବେ ।

Last Updated : May 16, 2023, 9:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.