ETV Bharat / bharat

ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ବ ସମୁଦାୟକୁ ଜାତିସଂଘ ମୁଖ୍ୟଙ୍କ ଆହ୍ବାନ

author img

By

Published : Sep 8, 2021, 10:58 PM IST

ଆଫଗାନିସ୍ତାନ ପ୍ରସଙ୍ଗରେ ଜାତିସଂଘ ମୁଖ୍ୟଙ୍କ ଆହ୍ବାନ। ସମସ୍ତ ସାମର୍ଥ୍ୟ ଖଟାଇବା ପାଇଁ ବିଶ୍ବ ସମୁଦାୟକୁ ଦେଲେ ଆହ୍ବାନ । ଅଧିକ ପଢନ୍ତୁ...

ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ବ ସମୁଦାୟକୁ ଜାତିସଂଘ ମୁଖ୍ୟଙ୍କ ଆହ୍ମାନ

ନ୍ୟୁୟର୍କ: ଆଫଗାନିସ୍ତାନରେ ତାଲିବାନର ବର୍ବରତା ବିଶ୍ବବାସୀଙ୍କ ଚିନ୍ତା ବଢାଇଥିବାବେଳେ ଗତ କିଛି ଦିନ ହେବ ଏହି ପ୍ରସଙ୍ଗରେ ଆଖିଦୃଶିଆ ସକ୍ରିୟ ନ ଥିବା ଜାତିସଂଘ ବଡ ପଦକ୍ଷେପ ଗ୍ରହଣ କରିଛି । ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଭୁସ୍ବର୍ଗରେ ପରିଣତ ହେବା ପୂର୍ବରୁ ଏହାକୁ ପ୍ରତିହତ କରିବାକୁ ପଡିବ ବୋଲି କହିଛି ଜାତିସଂଘ ।

ଏନେଇ ବିଶ୍ବ ସମୁଦାୟକୁ ଆତଙ୍କବାଦ ବିରୋଧରେ ନିଜର ସମସ୍ତ ସାମର୍ଥ୍ୟ ଲଗାଇବା ପାଇଁ ଆହ୍ବାନ ଦେଇଛନ୍ତି ଜାତିସଂଘ ସୁରକ୍ଷା ପରିଷଦ ମୁଖ୍ୟ ଆଣ୍ଟୋନିଓ ଗୁଏଟ୍ରେସ । ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ସ୍ଥିତି ବିଶ୍ବ ଶାନ୍ତି ଓ ନିରାପତ୍ତା ପ୍ରତି ସବୁଠୁ ବଡ ଆହ୍ବାନ ସୃଷ୍ଟି କରିଥିବା କହିଛନ୍ତି ଆଣ୍ଟୋନିଓ ।

ଆଫଗାନିସ୍ତାନରୁ ସ୍ଥାନାନ୍ତରଣବେଳେ 26 ଅଗଷ୍ଟରେ କାବୁଲ ବିମାନ ବନ୍ଦର ବାହାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣକୁ ନିନ୍ଦା କରିଛି ଜାତିସଂଘ । ଆଫଗାନିସ୍ତାନ ବର୍ତ୍ତମାନ ଆତଙ୍କବାଦୀଙ୍କ ଭୂସ୍ବର୍ଗରେ ପରିଣତ ହେଲାଣି । ମାନବାଧିକାର ଖୋଲାଖୋଲି ଉଲ୍ଲଙ୍ଘନ ହେବାରେ ଲାଗିଛି। ଜାତିସଂଘ ସୁରକ୍ଷା ପରିଷଦ ଓ ବିଶ୍ବ ସମୁଦାୟକୁ ପଦକ୍ଷେପ ନେବାକୁ ଆହ୍ବାନ ଦେଇଛନ୍ତି ଜାତିସଂଘ ମୁଖ୍ୟ । ବିଶ୍ବ ପ୍ରତି ସୃଷ୍ଟି ହୋଇଥିବା ଆତଙ୍କବାଦକୁ ପ୍ରତିହତ କରିବାକୁ ପଡିବ ।

ଗୁଏଟ୍ରେସ ଆହୁରି ମଧ୍ୟ କହିଛନ୍ତି, ଯେ ଆଫଗାନିସ୍ତାନରେ ଘଟିଥିବା ଘଟଣାଗୁଡ଼ିକୁ ନେଇ ବିଶ୍ବର ବିଭିନ୍ନ ଦେଶରେ ଗଭୀର ଅସନ୍ତୋଷ ଦେଖାଦେଇଛି । ଆଫଗାନିସ୍ତାନରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟଣାରେ ଉଦବେଗ ପ୍ରକାଶ କରିବା ସେ ତାଲିବାନ ଏବଂ ଅନ୍ୟ ସମସ୍ତ ଦଳକୁ ହିଂସାକୁ ତୁରନ୍ତ ବନ୍ଦ କରିବାକୁ ନିବେଦନ ମଧ୍ୟ କରିଛନ୍ତି। ବ୍ୟକ୍ତିଗତ ତଥା ସାମାଜିକ ସ୍ବାଧୀନତା ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ମହିଳାଙ୍କ ଅଧିକାର ତଥା ଶିକ୍ଷା ସମେତ ବିଭିନ୍ନ ସେବାରେ ପ୍ରବେଶ ଉପରେ ତାଲିବାନ ଅଧୀନରେ ଥିବା ରିପୋର୍ଟରୁ ଏହା ପ୍ରକାଶ ପାଇଛି ବୋଲି ସେ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.