ETV Bharat / bharat

Umesh Pal murder Case: ମାଫିଆ ଅତିକର ଦୁଇ ନାବାଳକ ପୁଅଙ୍କୁ ସୁରକ୍ଷା ଗୃହ ନେଲା ପୋଲିସ

author img

By

Published : Mar 4, 2023, 9:48 PM IST

ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ମାଫିଆ ଅତିକର ଦୁଇ ନାବାଳକ ପୁଅଙ୍କୁ ଶିଶୁ ସୁରକ୍ଷା ଗୃହକୁ ପଠାଇଛି ପୋଲିସ । ପୋଲିସ ଉଠାଇ ନେଇଥିବା ଅଭିଯୋଗ କରିଥିଲା ଅତିକର ପତ୍ନୀ । ଅଧିକ ପଢନ୍ତୁ

Umesh Pal murder case: ମାଫିଆ ଅତିକର ଦୁଇ ନାବାଳକ ପୁଅଙ୍କୁ ଶିଶୁ ସୁରକ୍ଷା ଗୃହକୁ ପଠାଇଲା ପୋଲିସ

ଲକ୍ଷ୍ନୌ: ଉମେଶ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜେଲରେ ବନ୍ଦ ଥିବା ମାଫିଆ ଅତିକ ଅହମ୍ମଦର ଦୁଇ ନାବାଳାକ ପୁଅଙ୍କୁ ଶିଶୁ ସୁରକ୍ଷା କେନ୍ଦ୍ର ପଠାଯାଇଛି । ଉଭୟଙ୍କୁ ପୋଲିସ ଉଠାଇ ନେଇଥିବା ଅତିକର ପତ୍ନୀ ଅଭିଯୋଗ କରିଥିଲା । ସେମାନଙ୍କୁ ଗିରଫ ନୁହେଁ ବରଂ ଶିଶୁ ସୁରକ୍ଷା କେନ୍ଦ୍ରକୁ ପଠାଯାଇଥିବା କୋର୍ଟରେ ପୋଲିସ ଉତ୍ତର ଦାଖଲ କରିଛି । ପୋଲିସର ସୂଚନାନୁସାରେ, ଉମେଶ ପାଲଙ୍କ ହତ୍ୟା ପରେ ଅତିକର ପତ୍ନୀ ମଧ୍ୟ ଫେରାର ହୋଇଯାଇଛି । ହେଲେ ସେ ରହୁଥିବା କୋଠା ବେଆଇନ ନିର୍ମାଣ ହୋଇଥିବା କାରଣରୁ ତାକୁ ଉଚ୍ଛେଦ କରିଛି ପ୍ରୟାଗରାଜ ଉନ୍ନୟନ ପ୍ରାଧିକରଣ । ଏହି ଅଭିଯାନରେ ଅତିକର ଦୁଇ ନାବାଳକ ପୁଅଙ୍କୁ ଉଦ୍ଧାର କରିଥିଲା ପୋଲିସ । ଉଭୟଙ୍କୁ ପ୍ରାଥମିକ ପ୍ରକ୍ରିୟା ପରେ ଶିଶୁ ସୁରକ୍ଷା କେନ୍ଦ୍ରକୁ ମାର୍ଚ୍ଚ ୨ ତାରିଖରେ ପଠାଯାଇଥିବା ପୋଲିସ କୋର୍ଟଙ୍କୁ ଅବଗତ କରିଛି ।

ଅନ୍ୟପଟେ ଅତିକର ଦୁଇ ନାବାଳକ ପୁଅଙ୍କୁ ପୋଲିସ ଉଠାଇନେଇଥିବା ଅଭିଯୋଗ କରିଥିଲା ଅତିକର ପତ୍ନୀ ସାହିସ୍ତା ପ୍ରବୀଣ । ପୋଲିସ ଉଭୟଙ୍କୁ ଉଠାଇ ନେଇ କୌଣସି ଅଜ୍ଞାତ ସ୍ଥାନରେ ରଖିଥିବା ନେଇ କୋର୍ଟରେ ଦ୍ବାରସ୍ଥ ମଧ୍ୟ ହୋଇଥିଲା । ପରେ କୋର୍ଟଙ୍କ ନିର୍ଦ୍ଦେଶରେ ଉତ୍ତର ରଖି ପୋଲିସ ସ୍ପଷ୍ଟ କରିଛି ଯେ, ଉଭୟ ନାବାଳକଙ୍କୁ ଗିରଫ ନୁହେଁ ବରଂ ଉଦ୍ଧାର କରାଯିବା ପରେ ସୁରକ୍ଷିତ ଶିଶୁ ସୁରକ୍ଷା କେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି । ପୋଲିସ ହେପାଜତରେ ଅତିକର କେହି ବି ସନ୍ତାନ ନଥିବା ପୋଲିସ କୋର୍ଟଙ୍କ ନିକଟରେ ସ୍ପଷ୍ଟ କରିଛି ।

ଘଟଣାରେ ଜେଲରେ ବନ୍ଦ ଥିବା ମାଫିଆ ତଥା ପୂର୍ବତନ ସାଂସଦ ଅତିକ ଅହମ୍ମଦ, ତାର ସାନଭାଇ ଓ ପତ୍ନୀ ସାହିସ୍ତା ପ୍ରବୀଣ ସମେତ ଅନ୍ୟ କିଛି ଅପରାଧିକ ସହଯୋଗୀଙ୍କ ବିରୋଧରେ ମାମଲା ଦାଏର ହୋଇଛି । ହତ୍ୟାକାଣ୍ଡକୁ ରୂପ ଦେବା ପରେ ହତ୍ୟାକାରୀମାନେ ଅତିକର ପତ୍ନୀ ସାହିସ୍ତାକୁ ଭେଟିବା ପରେ ଫେରାର ହୋଇଯାଇଥିବା ମଧ୍ୟ ସୂଚନା ମିଳିଛି । ନିଜେ ବାରମ୍ବାର ସ୍ବାମୀ ଓ ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ଥିବା କହିଆସୁଥିବା ଅତିକର ପତ୍ନୀ ସହିସ୍ତା ମଧ୍ଯ ଘଟଣା ପରଠାରୁ ଫେରାର ହୋଇଯାଇଛି ।

ତାଙ୍କ ସ୍ବାମୀ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ପୋଲିସ ଏନକାଉଣ୍ଟର କରି ହତ୍ୟା କରିବା ପାଇଁ ଯୋଜନା ରଖିଥିବା ଦର୍ଶାଇ ସେ ସୁରକ୍ଷା ମାଗିବା ସହ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ପୋଲିସ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ରଖିଥିବା ସେ ଅଭିଯୋଗ କରିଥିଲେ । ଯେଉଁଥିରେ ପୋଲିସ ସେପରି କିଛି ନୁହେଁ ବରଂ ଉଭୟ ଶିଶୁ ସରୁକ୍ଷା ଗୃହରେ ସୁରକ୍ଷିତ ଥିବା କୋର୍ଟରେ ସ୍ପଷ୍ଟ ଉତ୍ତର ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.