ETV Bharat / bharat

Umesh Pal Murder Case: କ୍ରେଟା କାର ଛଡା ଆହୁରି ତିନୋଟି ଗାଡିରେ ତୟାର ଥିଲେ ସୁଟର !

author img

By

Published : Mar 16, 2023, 12:19 PM IST

ଉମେଶ ପାଲ ହତ୍ୟାକାଣ୍ଡ ଘଟଣା । ସିସିଟିଭିରେ ଦେଖାଯାଉଥିବା ସୁଟରଙ୍କ ବ୍ୟତୀତ ହତ୍ୟାରେ ସମ୍ପୃକ୍ତ ଅଛନ୍ତି ଅତିକ ଗ୍ୟାଙ୍ଗର ଆହୁରି ୮ରୁ ୧୦ ଜଣ ସଦସ୍ୟ । ଅଧିକ ପଢନ୍ତୁ

Umesh Pal Murder Case
Umesh Pal Murder Case
Umesh Pal Murder Case

ଲକ୍ଷ୍ନୌ: ବହୁଚର୍ଚ୍ଚିତ ଉମେଶ ପାଲ ହତ୍ୟା ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏହି ହତ୍ୟାକାଣ୍ଡ ପରଠୁ ଧଳାରଙ୍ଗର କ୍ରେଟା କାର୍ ବେଶ୍ ଚର୍ଚ୍ଚାର ରହିଛି, ଯେଉଁଥିରେ ସୁଟରମାନେ ଆସି ଉମେଶଙ୍କୁ ଗୁଳି କରିଥିଲେ । କିନ୍ତୁ ଛାନଭିନ୍‌ରୁ ଜଣାପଡିଛି ଯେ, ସେଦିନ କେବଳ ସେହି ଗୋଟିଏ କାର୍ ନଥିଲା, ଘଟଣାସ୍ଥଳରେ ସୁଟରଙ୍କ ସହାୟତା ପାଇଁ ଆଉ ତିନୋଟି କାର ମହଜୁତ ରହିଥିଲା । ସିସିଟିଭିରେ ଦେଖାଯାଉଥିବା ୬ ଜଣ ସୁଟରଙ୍କ ବ୍ୟତୀତ ଆହୁରି ୮ରୁ ୧୦ ଜଣ ଦୁର୍ବୃତ୍ତ ହତ୍ୟାକାଣ୍ଡରେ ସାମିଲ ଥିଲେ । ସେମାନେ ବିଚ୍ ରାସ୍ତାରେ ସୁଟଆଉଟ୍ ପାଇଁ ବ୍ୟାକଅପ୍ ଟିମ୍ ଭାବେ ତୟାର ରହିଥିବା ଆଶଙ୍କା କରାଯାଉଛି ।

ଯେଉଁଠି ଉମେଶ ପାଲଙ୍କୁ ହତ୍ୟା କରାଯାଇଥିଲା, ସେଠାରେ କ୍ରେଟା କାର ଛଡା ଆହୁରି ତିନୋଟି କାରରେ ଅତିକ୍ ଗ୍ୟାଙ୍ଗର ସଦସ୍ୟ ରହିଥିଲେ । ହତ୍ୟାକାଣ୍ଡ ପରେ ଖସିବା ପାଇଁ ରାସ୍ତା ସଫା କରିବାକୁ ସେମାନଙ୍କୁ ଦାୟିତ୍ବ ଦିଆଯାଇଥିଲା ଅଥବା କୌଣସି ଗଡବଡ ହେଲେ ହତିଆର ନେଇ ସ୍ଥିତି ସମ୍ଭାଳିବାକୁ ନିର୍ଦ୍ଦେଶ ମିଳିଥିଲା । ଯାଞ୍ଚ ଟିମ୍‌ର ଏକ୍ସପର୍ଟମାନେ ସିସିଟିଭି ଫୁଟେଜ ଏବଂ ଅନ୍ୟାନ୍ୟ ତଥ୍ୟ ଆଧାରରେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଦୁର୍ବୃତ୍ତଙ୍କ ସମ୍ପର୍କରେ ଜାଣିବାକୁ ପାଇଛନ୍ତି ।

ସୂଚନା ମୁତବାକ, ଉମେଶଙ୍କୁ ହତ୍ୟା ପାଇଁ ଦୁଇଟି ପ୍ଲାନ କରାଯାଇଥିଲା । ସୁଟରମାନେ ପ୍ଲାନ-B ପ୍ରସ୍ତୁତ ରଖିଥିଲେ । ଏହି ପ୍ଲାନ ଅନୁସାରେ ସୁଟର ଏବଂ ବୋମା ବିସ୍ଫୋରଣକାରୀଙ୍କ ଯୋଜନାରେ କିଛି ଏପଟ ସେପଟ ହେଲେ ଅନ୍ୟ ତିନୋଟି କାରରେ ଥିବା ଅତିକ୍ ଗ୍ୟାଙ୍ଗର ଗୁଣ୍ଡାମାନେ ବାହାରକୁ ବାହାରି ହତ୍ୟାକାଣ୍ଡକୁ ରୂପ ଦେଇଥାନ୍ତେ । ସେଠାରୁ ସୁଟରଙ୍କୁ ଖସାଇବା ପାଇଁ ସେମାନଙ୍କୁ ରାସ୍ତା ସଫା କରିବାର ଦାୟିତ୍ବ ଦିଆଯାଇଥିଲା । ଏହି କାର ଗୁଡିକ କ୍ରେଟା କାରର୍ ଠିକ୍ ପଛରେ ରହିଥିଲେ ।

ସବୁଠୁ ପଛରେ ଥିବା ଏକ ଲାଲ୍ ରଙ୍ଗର କାର୍ ଉମେଶ ପାଲଙ୍କ ଘର ପାଖରେ ଥିବା ଡିଭାଇଡର ପାଖରେ ଟ୍ରାଫିକ୍ ରୋକିବା କାର୍ଯ୍ୟ କରିଥିଲା । ଯେଉଁ କାରଣରୁ ସେଠାରେ ଏହି କାରକୁ କାଟି ଅନ୍ୟ ଗାଡି ଗୁଡିକ ଆଗକୁ ବଢି ପାରିନଥିଲେ । ଏହିସହିତ ସୁଟର ଅରମାନ ଏବଂ ବୋମା ପକାଇଥିବା ଗୁଡୁ ବାଇକ ଯୋଗେ ସହଜରେ ରାସ୍ତାର ଅପରପାର୍ଶ୍ବକୁ ଯାଇପାରିଥିଲେ ଏବଂ କ୍ରେଟାରେ ଅନ୍ୟ ସୁଟରମାନେ ଫେରାର୍ ହୋଇଯାଇଥିଲେ । ଏହି ସମୟରେ ଗୁଡୁ ଲାଲ୍ କାର ପଛରେ ବୋମା ପକାଇଥିଲା । ଯାହାଫଳରେ ସେଠାରେ ଆତଙ୍କ ଖେଳି ଯାଇଥିଲା ।

ବର୍ତ୍ତମାନ ପୋଲିସ ଓ ଏସଟିଏଫ ଟିମ୍ ସିସିଟିଭିରେ ଦେଖାଯାଉଥିବା ସୁଟର ଏବଂ ତାଙ୍କର ସହଯୋଗୀମାନଙ୍କୁ ଧରିବାକୁ ଛାନଭିନ କରୁଛି । କ୍ରେଟା କାର୍ ବ୍ୟତୀତ ସେଠାରେ ଥିବା ଅନ୍ୟ କାରଗୁଡିକରେ ୮ରୁ ୧୦ ଜଣ ଦୁର୍ବୃତ୍ତ ଥିବା ସନ୍ଦେହ କରାଯାଉଛି । କେବଳ ଏତିକି ନୁହେଁ, ଉମେଶ ପାଲଙ୍କୁ ଗୁଳିମାଡ ସମୟରେ ଆଖପାଖରେ ଥିବା ଲୋକମାନେ ଏଣେତେଣେ ଦୌଡୁଥିବାବେଳେ କ୍ରେଟା କାରର ଠିକ୍ ପଛରେ ଜଣେ ଯୁବତୀ ନିର୍ଭୟ ଭାବେ ଛିଡା ହୋଇଥିବା ସିସିଟିଭିରେ ଦେଖିବାକୁ ମିଳିଛି । ଯୁବତୀ ଜଣକ ନିଜ ମୋବାଇଲରେ ଘଟଣାର ଭିଡିଓ ଉତ୍ତୋଳନ କରୁଥିଲେ ନଚେତ୍ କାହାକୁ ଲାଇଭ୍ ସୁଟଆଉଟ୍ ଦେଖାଉଥିଲେ । ତେବେ ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିବା କିଏ ସେହି ଯୁବତୀ ? ସେନେଇ ଯାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଛି ।

ଏମିତି ସନ୍ଦେହ କରାଯାଉଛି ଯେ, ଯୁବତୀ ଜଣକ ଜେଲ୍‌ରେ ଥିବା ଅତିକ ଗ୍ୟାଙ୍ଗ ସହ ଜଡିତ । ସୁଟଆଉଟ ସମୟରେ ସେ ଜେଲ୍‌ରେ ଥିବା ଅତିକ ଅହମ୍ମଦ, ତାର ଭାଇ ଅଶରଫକୁ ହତ୍ୟାକାଣ୍ଡର ଲାଇଭ୍ ଦେଖାଉଥିଲେ । ପୋଲିସ ଏବଂ ଏସଟିଏଫ ଟିମ୍ ଯୁବତୀଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.