ETV Bharat / bharat

ଅପହୃତ ONGC କର୍ମଚାରୀଙ୍କୁ ଛାଡିଲା ଉଗ୍ରବାଦୀ ସଙ୍ଗଠନ

ଉଗ୍ରବାଦୀ ସଙ୍ଗଠନ ULFA (i) ଦ୍ବାରା ଅପହରଣ ହୋଇଥିବା ONGC କର୍ମଚାରୀଙ୍କୁ ସଙ୍ଗଠନ ମୁକ୍ତ କରିଛି । ଅଧିକ ପଢନ୍ତୁ...

author img

By

Published : May 22, 2021, 1:48 PM IST

ଅପହରଣ କରିଥିବା ONGC କର୍ମଚାରୀଙ୍କୁ ଛାଡିଲା ଉଗ୍ରବାଦୀ ସଙ୍ଗଠନ

ଦିସପୁର: ଅପହରଣ ହୋଇଥିବା ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ(ONGC)ର କର୍ମଚାରୀ ରିତୁଲ ସାଇକିଆଙ୍କୁ ସଶସ୍ତ୍ର ଉଗ୍ରବାଦୀ ULFA (i) ମୁକ୍ତ କରିଛି । ରିତୁଲଙ୍କ ସମେତ ଆଉ 2 ଜଣଙ୍କୁ ଉଗ୍ରବାଦୀ ଶିବସାଗର ଜିଲ୍ଲାରୁ ଅପହରଣ କରିଥିଲା ।

ପୂର୍ବରୁ ମୋନ ଜିଲ୍ଲାର ପୋଲିସଙ୍କ ଦ୍ବାରା ଅପହରଣ ହୋଇଥିବା ଅନ୍ୟ 2 କର୍ମଚାରୀ ମୋହିନି ମୋହନ ଗୋଗେଇ ଓ ଅଲକେଶ ସାଇକିଆଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ମିଳିତ ଅପରେସନରେ ରିତୁଲଙ୍କୁ ପୋଲିସ ଉଦ୍ଧାର କରିପାରିନଥିଲା । ଏହି 3 କର୍ମଚାରୀଙ୍କୁ ଶିବସାଗର ଜିଲ୍ଲାର ଲକୱା ଅଏଲ ଫିଲ୍ଡରୁ ଅପହରଣ କରାଯାଇଥିଲା ।

ଗତ ଗୁରୁବାର ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ରିତୁଲଙ୍କୁ ମୁକ୍ତ କରିବା ପାଇଁ ULFA (i)ର ମୁଖ୍ୟ କମାଣ୍ଡର ପରେଶ ବୁରହାଙ୍କୁ ଅପିଲ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅପିଲର ପ୍ରତିକ୍ରିୟା ରଖି ସଙ୍ଗଠନ ରିତୁଲଙ୍କୁ ଶନିବାର ସକାଳ 7ଟାରେ ମୋନ ଜିଲ୍ଲାର ଲଙ୍ଗୱାଠାରେ ମୁକ୍ତ କରିଥିବା ଘୋଷଣା କରିଥିଲା । ଏହାପରେ ସେ ମିଆଁମାରରୁ ଚାଲି ଚାଲି ନାଗାଲାଣ୍ଡରେ ପହଞ୍ଚିଥିଲେ ।

ରିତୁଲଙ୍କ ମୁକ୍ତି ପରେ ତାଙ୍କ ପରିବାର ଅତ୍ୟନ୍ତ ଖୁସି ଥିବା ବେଳେ ସେ ବର୍ତ୍ତମାନ ସୋମ ଜିଲ୍ଲାର ଆସାମ ରାଇଫଲ କ୍ୟାମ୍ପରେ ଥିବା ରିତୁଲଙ୍କ ଭାଇ କହିଛନ୍ତି। ରିତୁଲଙ୍କୁ ମୁକ୍ତ କରିଥିବାରୁ ପରିବାର ସଦସ୍ୟ ULFA (i)ର ମୁଖ୍ୟ କମାଣ୍ଡର ପରେଶ ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.