ETV Bharat / bharat

ଭାରତୀୟଙ୍କୁ ୟୁକେ ଯିବା ମନା, କୋଭିଡ ପାଇଁ ଲାଗିଲା କଟକଣା

author img

By

Published : Apr 20, 2021, 8:07 AM IST

ସଂକ୍ରମଣ ବୃଦ୍ଧି ପାଉଥିବାରୁ ୟୁକେ ସରକାର ଭାରତୀୟଙ୍କ ୟୁକେ ପ୍ରବେଶ ଉପରେ ରୋକ ଲଗାଇଛନ୍ତି । ଅଧିକ ପଢନ୍ତୁ...

ଭାରତ ଫେରନ୍ତାଙ୍କୁ ୟୁକେକୁ ଯିବା ମନା
ଭାରତ ଫେରନ୍ତାଙ୍କୁ ୟୁକେକୁ ଯିବା ମନା

ନୂଆଦିଲ୍ଲୀ: ଦକ୍ଷିଣ ଏସିଆ ଦେଶଗୁଡିକରେ କୋରୋନା ମହାମାରୀର ଦ୍ବିତୀୟ ଲହରୀ ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ୟୁକେ ସରକାର ଭାରତୀୟଙ୍କ ଉପରେ କଟକଣା ଲଗାଇଛନ୍ତି । ତେବେ ୟୁକେକୁ ବିମାନ ଯୋଗେ ଯାଉଥିବା ଯାତ୍ରୀଙ୍କ ପ୍ରବେଶ ଉପରେ ୟୁକେ ସ୍ବାସ୍ଥ୍ୟ ସଚିବ ମାଟ୍‌ ହ୍ୟାନକକ୍‌ କଟକଣା ଲଗାଇଛନ୍ତି ।

ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବାରୁ ବର୍ତ୍ତମାନ ଦେଶ 'ରେଡ' ତାଲିକା ମଧ୍ୟରେ ରହିଛି । ତେବେ ଏହି ଦେଶରୁ ଫେରୁଥିବା ଲୋକଙ୍କୁ ୟୁକେରେ ଯାତ୍ରା କରିବା ପାଇଁ ଦିଆଯିବ ନାହିଁ ବୋଲି ୟୁକେ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି କଷ୍ଟକର ହୋଇଥିଲେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି ହ୍ୟାନକକ୍‌ କହିଛନ୍ତି । ଆଇରିସ ନାଗରିକ(ଆୟରଲ୍ୟାଣ୍ଡ ଅଧିବାସୀ) ଓ ବିଦେଶୀଙ୍କୁ ଆସନ୍ତା ଶୁକ୍ରବାର ସକାଳଠାରୁ ଆଗାମୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଏହି ୟୁରୋପୀୟ ଦେଶ ଭିତରକୁ ପ୍ରବେଶ ପାଇଁ ୟୁକେ ସରକାର କଟକଣା ଲଗାଇଛନ୍ତି ।

ତେବେ ବର୍ତ୍ତମାନ ଭିସ୍ତାରା, ଏୟାର ଇଣ୍ଡିଆ, ଭର୍ଜିନ ଆଟଲାଣ୍ଟିକ ଓ ବ୍ରିଟିଶ ଏୟାରୱେଜ ଆଦି ବିମାନ କମ୍ପାନୀଗୁଡିକ 2 ଦେଶ ମଧ୍ୟରେ ବିମାନ ସେବା ଯୋଗାଉଛନ୍ତି । ଗତବର୍ଷ ୟୁକେରେ କୋରୋନା ସ୍ଥିତି ଗମ୍ଭୀର ଥିବାରୁ ଭାରତ ୟୁକେରୁ ଏବଂ ୟୁକେକୁ ସମସ୍ତ ବିମାନେ ସେବା ଡିସେମ୍ବର 23 ତାରିଖରେ ବନ୍ଦ କରିଥିଲା । ଭାରତରେ ବର୍ତ୍ତମାନ କୋରୋନା ସ୍ଥିତି ଅତ୍ୟନ୍ତ ଖରାପ ଥିବାରୁ ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ନୂଆ କୋଭିଡ ଗାଇଡଲାଇନ ପ୍ରସ୍ତୁତ କରି ଏହାକୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶର ହସ୍ପିଟାଲଗୁଡିକରେ ପରିଚାଳନା ବ୍ୟବସ୍ଥା ମଧ୍ୟ କଷ୍ଟକର ହୋଇପଡିଥିବା ସୂଚନା ମିଳିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.