ETV Bharat / bharat

ପୁଣି ବିବାଦରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ, ଅଜବ ବୟାନ ଦେଇ ଟ୍ରୋଲ - ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ପୁଣି ଏକ ବୟାନ ଦେଇ ବିବାଦ ଘେରକୁ ଟାଣି ହୋଇଆସିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ । ଅଧିକ ପଢନ୍ତୁ...

ଅଜବ ବୟାନ ଦେଇ ବିବାଦରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

author img

By

Published : Mar 21, 2021, 9:53 PM IST

ଡେରାଡୁନ: ନିଜ ଅଜବ ବୟାନକୁ ନେଇ କିଛି ଦିନ ହେବ ଚର୍ଚ୍ଚାରେ ରହିଥିବା ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ । ରବିବାର ପୁଣି ଏକ ବୟାନ ଦେଇ ବିବାଦ ଘେରକୁ ଟାଣି ହୋଇଆସିଛନ୍ତି ତୀରଥ ସିଂହ ।

ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ଲକଡାଉନ ସମୟରେ ସରକାରଙ୍କ ପକ୍ଷରୁ ବଣ୍ଟା ଯାଇଥିବା ଚାଉଳ ବିଷୟରେ କହିଛନ୍ତି ଯେ 2 ଜଣ ସଦସ୍ୟ ବିଶିଷ୍ଠ ପରିବାରକୁ 10 କିଲୋଗ୍ରାମ ଚାଉଳ ଦିଆଯାଇଥିବା ବେଳେ 20 ସଦସ୍ୟ ବିଶିଷ୍ଟ ପରିବାରକୁ ଦିଆଯାଇଥିଲା 1 କ୍ବିଣ୍ଟାଲ ଚାଉଳ । ଲୋକେ ଚାଉଳ ନେଇ ଘରେ ଷ୍ଟୋର କରି ରଖିବା ପରେ ଗ୍ରାହକ ଖୋଜିବାରେ ଲାଗିପଡିଥିଲେ ।

ତୀରଥ ସିଂହ କହିଛନ୍ତି, ଚାଉଳକୁ ନେଇ ଲୋକଙ୍କ ମନରେ ଇର୍ଷା ଭାବ ମଧ୍ୟ ଜାଗ୍ରତ ହୋଇଥିଲା । ଦୁଇ ଜଣ ଶିଶୁ ଜନ୍ମ କରିଥିବା ପରିବାରକୁ 5 କିଲୋ ହିସାବରେ 10 କିଲୋ ଚାଉଳ ଦିଆଯାଇଥିଲା । ସେହିପରି 20 ଜଣଙ୍କୁ 1 କ୍ବିଣ୍ଟାଲ ।

ଆପଣ ଦୁଇ ଜନ୍ମ କଲେ ସେମାନେ 20 । ଏଥିରେ ଦୋଷ କାହାର ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ତୀରଥ ସିଂହ । ଯେବେ ସମୟ ଥିଲା ଆପଣ 2 ଜନ୍ମ କଲେ, ସେତେବେଳେ 20 କଣ ପାଇଁ ଜନ୍ମ ନ କଲେ ବୋଲି ପଚାରିଥିଲେ ମୁଖ୍ୟମନ୍ତ୍ରୀ ।

କେବଳ ଏତିକି ନୁହେଁ, ଆମେରିକା ଭାରତକୁ 200 ବର୍ଷ ଧରି ଶାସନ କରିଥିଲା ବୋଲି ଜ୍ଞାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତୀରଥ ସିଂହ । ସେ କହିଛନ୍ତି 200 ବର୍ଷ ଧରି ଭାରତକୁ ଶାସନ କରିଥିବା ଆମେରିକା ମଧ୍ୟ ଏହି ମହାମାରୀରେ ଦୋହଲିଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଲୋକେ ସମାଲୋଚନା କରିବାରେ ଲାଗିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.