ETV Bharat / bharat

10 ବର୍ଷ ପୁରୁଣା ଆଧାରକାର୍ଡ ଥିଲେ ତୁରନ୍ତ ଅପଡେଟ କରନ୍ତୁ, ସୂଚାଇଲା UIDAI

author img

By

Published : Oct 12, 2022, 11:47 AM IST

Updated : Oct 12, 2022, 12:10 PM IST

10 ବର୍ଷ ପୂର୍ବେ ତିଆରି ହୋଇଥିବା ଆଧାର କାର୍ଡକୁ ଅପଡେଟ କରିବା ପାଇଁ ଆଧାର ସଂସ୍ଥା UIDAI ସତର୍କ ସୂଚନା ଜାରି କରିଛି । ଅଧିକ ପଢ଼ନ୍ତୁ

uidai alert for during ten year old aadhar card update and know details
10 ବର୍ଷ ପୁରୁଣା ଆଧାରକାର୍ଡ ଥିଲେ ତୁରନ୍ତ ଅପଡେଟ କରନ୍ତୁ, ସୂଚନା ଦେଲା UIDAI

ନୂଆଦିଲ୍ଲୀ: ଆଧାର ସଂସ୍ଥା (UIDAI)ସମସ୍ତ ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରି କରିଛି । 10 ବର୍ଷ ପୂର୍ବେ ତିଆରି ହୋଇଥିବା ଆଧାରକାର୍ଡ ଅପଡେଟ କରିବାକୁ କୁହାଯାଇଛି । ନାଗରିକମାନେ ବ୍ୟକ୍ତିଗତ ପରିଚୟ ପ୍ରମାଣ, ଠିକଣା ସମ୍ବନ୍ଧୀୟ ଡକ୍ୟୁମେଣ୍ଟ ଅପେଡଟ କରିବାକୁ ପରାମର୍ଶ ଦିଆଯାଇଛି ।

UIDAI କହିଛି, ଯେଉଁ ନାଗରିକମାନେ 10 ବର୍ଷ ପୂର୍ବେ ତିଆରି ହୋଇଥିବା ଆଧାର କାର୍ଡରେ କୌଣସି ପରିବର୍ତ୍ତନ କରିନାହାନ୍ତି, ସେମାନେ ତୁରନ୍ତ ଅପଡେଟ କରନ୍ତୁ । ନିଜର ବ୍ୟକ୍ତିଗତ ତଥ୍ୟ ସହ ସଠିକ ଠିକଣା ପୁନଃ ଅପଡେଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସୁବିଧା ଅନଲାଇନରେ ମଧ୍ୟ ଉପଲବ୍ଧ ହୋଇପାରିବ । ଆଧାରର ସଂଖ୍ୟା ଭାରତୀୟ ନାଗରିକଙ୍କ ପରିଚୟ ପ୍ରମାଣ ଆକାରରେ ଗ୍ରହଣ କରାଯାଏ । ଏପରିକି ବିଭିନ୍ନ ସରକାରୀ ଯୋଜନା ତଥା ସେବା ପାଇବା ପାଇଁ ଆଧାରର ବ୍ୟବହାର କରାଯାଏ । ଏହି ଯୋଜନାକୁ ପାଇବାକୁ ହେଲେ ଲୋକଙ୍କୁ ନିଜ ଆଧାର ତଥ୍ୟକୁ ଅପଡେଟ କରିବାକୁ ହେବ । ଯାହା ଫଳରେ ଆଧାର ପ୍ରମାଣିକିକରଣ ଏବଂ ଯାଞ୍ଚରେ କୌଣସି ଅସୁବିଧା ହେବନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: ସାଇବର କାଫେରୁ ଆଧାରକାର୍ଡ ବାହାର କରୁଥିଲେ ସାବଧାନ !

ସୂଚନା ଥାଉକି, କେନ୍ଦ୍ର ସରକାରଙ୍କ ଦ୍ବାରା ଜାନୁୟାରୀ 28 ତାରିଖ 2009 ମସିହାରେ UIDAI ବ୍ୟବସ୍ଥା ଆରମ୍ଭ ହୋଇଥିଲା । ସମସ୍ତ ଭାରତୀୟ ନାଗରିକଙ୍କୁ 'ଆଧାର' ନାମକ ବିଶିଷ୍ଟ ପରିଚୟ ସଂଖ୍ୟା (UDI) ଜାରି କରାଯାଇଥିଲା । ନକଲି ପରିଚୟ ପତ୍ର ହଟାଇବା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 12, 2022, 12:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.