ETV Bharat / bharat

କୋଟାକ ମହିନ୍ଦ୍ରା ବ୍ୟାଙ୍କ ମୁଖ୍ୟ ଉଦୟ କୋଟାକଙ୍କ ଇସ୍ତଫା

ଇସ୍ତଫା ଦେଲେ କୋଟାକ ମହିନ୍ଦ୍ରା ବ୍ୟାଙ୍କ ମୁଖ୍ୟ ଉଦୟ କୋଟାକ । ଡିସେମ୍ବରରେ ସରିଥାନ୍ତା କାର୍ଯ୍ୟକାଳ । ଅଧିକ ପଢନ୍ତୁ

କୋଟାକ ମହିନ୍ଦ୍ରା ବ୍ୟାଙ୍କ ମୁଖ୍ୟ ଉଦୟ କୋଟାକଙ୍କ ଇସ୍ତଫା
କୋଟାକ ମହିନ୍ଦ୍ରା ବ୍ୟାଙ୍କ ମୁଖ୍ୟ ଉଦୟ କୋଟାକଙ୍କ ଇସ୍ତଫା
author img

By ETV Bharat Odisha Team

Published : Sep 2, 2023, 4:50 PM IST

ନୂଆଦିଲ୍ଲୀ: କୋଟାକ ମହିନ୍ଦ୍ରା ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉଦୟ କୋଟାକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଥିଲେ। ସେ ଗତକାଲି ତାଙ୍କ ଇସ୍ତଫାପତ୍ର ବ୍ୟାଙ୍କର ବୋର୍ଡ ଅଫ ଡିରେକ୍ଟର୍ସ ଅଧ୍ୟକ୍ଷ ପ୍ରକାଶ ଆପଟେଙ୍କ ନିକଟକୁ ପଠାଇ ଦେଇଥିବା ଜଣାପଡିଛି । ତାଙ୍କର କାର୍ଯ୍ୟକାଳ ଚଳିତ ଡିସେମ୍ବରରେ ଶେଷ ହେବାର ଥିଲା । ନିଜର ଅବସରର ପ୍ରାୟ 4 ମାସ ପୂର୍ବରୁ ସେ ପଦ ଛାଡିଛନ୍ତି । ସେ ଏବେ ଜଣେ ନନ-ଏକ୍ସିକ୍ଯୁଟିଭ୍‌ ନିର୍ଦ୍ଦେଶକ ଭାବେ ବ୍ୟାଙ୍କ ସହ ଜଡିତ ରହିବେ । ନିଜ ଇସ୍ତଫା ସ ମ୍ପର୍କରେ ସେ ଆଜି ନିଜେ ଏକ୍ସ ରେ ଟ୍ବିଟ କରି ସୂଚନା ଦେଇଛନ୍ତି ।

  • Succession at Kotak Mahindra Bank has been foremost on my mind, since our Chairman, myself and Joint MD are all required to step down by year end. I am keen to ensure smooth transition by sequencing these departures. I initiate this process now and step down voluntarily as CEO.…

    — Uday Kotak (@udaykotak) September 2, 2023 " class="align-text-top noRightClick twitterSection" data=" ">

ବୋର୍ଡ ଅଫ ଡିରେକ୍ଟରର ଅଧ୍ୟକ୍ଷ ପ୍ରକାଶ ଆପଟେଙ୍କୁ ଲେଖିଥିବା ଇସ୍ତଫାପତ୍ରରେ ଉଦୟ ଲେଖିଛନ୍ତି, ତାଙ୍କର କାର୍ଯ୍ୟକାଳ ଶେଷ ହେବା ପାଇଁ ଆଉ କିଛି ମାସ ଥିବା ବେଳେ ସେ ଏବେ ଇସ୍ତଫା ଦେବା ଉଚିତ ବୋଲି ବିଚାର କରିଛନ୍ତି । ଏହି ନିଷ୍ପତ୍ତିକୁ ସେ ବିଶ୍ଳେଷଣ ମଧ୍ୟ କରିଛନ୍ତି । ସେ ଏବେ ଏହା କରିବା ଉଚିତ ବୋଲି ଅନୁଭବ କରିବା ପରେ ଇସ୍ତଫା ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କରେ ଉତ୍ତରାଧିକାରୀ ପ୍ରସଙ୍ଗ ତାଙ୍କ ମନରେ ସର୍ବପ୍ରଥମରୁ ରହି ଆସିଛି । ଚଳିତ ବର୍ଷ (2024) ଶେଷ ସୁଦ୍ଧା ବ୍ୟାଙ୍କ ବୋର୍ଡ ଅଫ ଡିରେକ୍ଟରର ଅଧ୍ୟକ୍ଷ, ସେ ଏବଂ ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ମଧ୍ୟ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ତେଣୁ ଏହି କ୍ରମରେ ସେ ପ୍ରଥମେ ସ୍ବେଚ୍ଛାକୃତ ଭାବରେ ଇସ୍ତଫା ଦେଇଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-National Teachers Award 2023: 75ଜଣ ଶିକ୍ଷକଙ୍କୁ ଗୁରୁ ଦିବସରେ ସମ୍ମାନିତ କରିବେ ରାଷ୍ଟ୍ରପତି

ଉଦୟ କୋଟାଙ୍କର କାର୍ଯ୍ୟକାଳ ଚଳିତ ବର୍ଷ ଡିସେମ୍ବର 31ରେ ଶେଷ ହେବାର ଥିଲା । ହେଲେ ସେ ନିଜ ଅବସରର 4 ମାସ ପୂର୍ବରୁ ବ୍ୟାଙ୍କର ସର୍ବୋଚ୍ଚ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ଏବେ ଯୁଗ୍ମ ନିର୍ଦ୍ଦେଶକ ଦୀପକ ଗୁପ୍ତା ବର୍ଷ ଶେଷ ଯାଏ କାର୍ଯ୍ୟଭାର ସମ୍ଭାଳିବା ନେଇ ବ୍ୟାଙ୍କ ସୂତ୍ରରୁ ସୂଚନା ମିଳିଛି । ଏହା ପରେ ଆସନ୍ତାବର୍ଷ ଜାନୁଆରୀ ପହିଲା ସୁଦ୍ଧା ନୂଆ ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ଯ କାର୍ଯ୍ୟନିର୍ବାହୀ ଅଧିକାରୀ ଚୟନ ପ୍ରକ୍ରିୟା ଚୂଡାନ୍ତ କରିବ ବ୍ୟାଙ୍କ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.