ETV Bharat / bharat

4 ମାସ ପାଇଁ ଭାରତୀୟ ଗହମ ଆମଦାନୀ ବନ୍ଦ କଲା UAE

author img

By

Published : Jun 16, 2022, 4:35 PM IST

4 ମାସ ପାଇଁ ଭାରତରୁ ଗହମ ଆମଦାନୀ କରିବ ନାହିଁ UAE । ଅଧିକ ପଢନ୍ତୁ

4 ମାସ ପାଇଁ ଭାରତୀୟ ଗହମ ଆମଦାନୀ ବନ୍ଦ କାଲ UAE

ନୂଆଦିଲ୍ଲୀ: ଭାରତରୁ 4 ମାସ ପାଇଁ ଗହମ ଆମଦାନୀ କରିବ ନାହିଁ ସଂଯୁକ୍ତ ଆରବ ଏମିରେଟ୍ସ ( UAE) । ଏନେଇ UAE ଅର୍ଥନୀତି ମନ୍ତ୍ରଣାଳୟ ଚାରିମାସ ପାଇଁ ଭାରତରୁ ଉତ୍ପନ୍ନ ଗହମ ଓ ଅଟା ଆମଦାନୀ ସାମୟିକ ଭାବେ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଜାରି କରିଥିବା ସ୍ଥାନୀୟ ଗଣମାଧ୍ୟମ ଏଜେନ୍ସି WAM ରିପୋର୍ଟ କରିଛି ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତ ଘରୋଇ ବ୍ୟବହାର ପାଇଁ ଗହମର ରପ୍ତାନୀକୁ ଅନୁମତି ଦେଇଥିଲା । ତେବେ ଯେଉଁମାନେ ବ୍ୟାନ ଆଦେଶ ପୂର୍ବରୁ ଗହମ ରପ୍ତାନୀ ପାଇଁ ବ୍ୟବସ୍ଥା କରି ସାରିଥିଲେ, ସେମାନଙ୍କ ପାଇଁ କୌଣସି ଅସୁବିଧା ହୋଇ ନଥିଲା । ତେବେ ମନ୍ତ୍ରଣାଳୟ 2022ର କ୍ୟାବିନେଟ ରିଜୋଲ୍ୟୁସନ୍ ନମ୍ବର-72 ଏହି ନିୟମ ଜାରି କରିଛି । ଏଥିରେ ଗହମ ଓ ଏହା ସହିତ ଜଡିତ ଥିବା ସାମଗ୍ରୀ ଆମଦାନୀ ପାଇଁ ଏହି କଟକଣା ଲାଗୁ ହେବ । ଅନ୍ତର୍ଜାତୀୟ ଘଟଣାକ୍ରମରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଏହା ବାଣିଜ୍ୟକୁ ବିଶେଷ ଭାବେ ପ୍ରଭାବିତ କରିବ ।

ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଭାରତ ଫେବୃଆରୀରେ ଏକ ବ୍ୟାପକ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ପରସ୍ପରର ସାମଗ୍ରୀ ଉପରେ ସମସ୍ତ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ ଦୁଇ ଦେଶ । ଏହି ଚୁକ୍ତିନାମାର ସଫଳ କାର୍ଯ୍ୟକାରିତା ଦ୍ବାରା ପାଞ୍ଚ ବର୍ଷ ମଧ୍ୟରେ ବାର୍ଷିକ ବାଣିଜ୍ୟକୁ 100 ବିଲିୟନ ଡ଼ଲାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.