ଲକ୍ଷ୍ନୌ: ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାରୁ ଘଟିଛି ଏକ ଅଭାବନୀୟ ଘଟଣା । ଟ୍ରେନ ଧକ୍କା ହେବା ପରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଛି (Two youths died while making Reels)। ଏହି ୨ ଯୁବକ ରେଳ ଲାଇନରେ ଠିଆ ହୋଇ ରିଲ୍ସ ବନାଉଥିବା ବେଳେ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେମାନଙ୍କ ମୃତ୍ୟୁ ଘଟିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡ଼ିଛି ।
ଷ୍ଟେସନ ଦାୟିତ୍ବରେ ଥିବା ଥାନା ଅଧିକାରୀ ମହେଶ ସିଂ କହିଛନ୍ତି, "କରଣ ଏବଂ ତାଙ୍କ ବନ୍ଧୁ ଶଶାଙ୍କ ବରନାହଲ ପୋଲିସ ଷ୍ଟେସନ ଅଞ୍ଚଳର ମୈନପୁରୀ ଅଧିବାସୀ । ତେବେ ସେମାନେ କୌଣସି କାମ ପାଇଁ ନିକଟସ୍ଥ ପୁରା ଗାଁକୁ ଆସିଥିଲେ। ଏହି ସମୟରେ ସେମାନେ ରୂପସପୁର ଫାଟକ ନିକଟକୁ ଯାଇଥିଲେ । ତେବେ ଏଠାରେ ସେମାନେ ରିଲ୍ସ ବନାଇଥିଲେ । କାନରେ ଇଅର ଫୋନ ଦେଇ ରିଲ୍ସ ବନାଉଥିବାରୁ ସେମାନଙ୍କୁ ଟ୍ରେନ ହର୍ଣ୍ଣ ଶବ୍ଦ ଶୁଣାଇଯାଇନଥିଲା । ଫଳରେ ହଠାତ୍ ରାଜଧାନୀ ଏକ୍ସପ୍ରେସ୍ ଟ୍ରେନ୍ ଆସି ତାଙ୍କୁ ଧକ୍କା ଦେଇଥିଲା । ଉଭୟ ଯୁବକ ଅକାଳରେ ମୃତ୍ୟୁ ଘଟିଛି ।"
ଏହା ବି ପଢନ୍ତୁ- Bijapur Encounter: ନକ୍ସଲଙ୍କ ହାତରେ ଆମେରିକା ନର୍ମିତ ରାଇଫଲ, ବଢିଲା ଚିନ୍ତା
ସୂଚନା ଅନୁଯାୟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହିତ ମୃତକଙ୍କ ପରିବାର ସଦସ୍ୟଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇଛି । ଏହାପରେ ପରିବାରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।