ETV Bharat / bharat

ଗରବା ନୃତ୍ୟ ବେଳେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ, ପୁଅର ମୃତ୍ୟୁ ଖବର ଶୁଣି ବାପା ବି ଟଳି ପଡିଲେ - ଗରବା ନୃତ୍ୟ ବେଳେ ଚାଲିଗଲା ଯୁବକଙ୍କ ଜୀବନ

ମହାରାଷ୍ଟ୍ରରେ ନବରାତ୍ରିରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ନବରାତ୍ରିରେ ଗରବା ଖେଳି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ପରେ ଜଣେ ଯୁବକଙ୍କ ମୃତ୍ୟୁର ଖବର ଶୁଣି ତାଙ୍କ ବାପାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

two young man died During Garba dance father passes away after son death news in Maharastra
ଗରବା ନୃତ୍ୟ ବେଳେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ, ପୁଅର ମୃତ୍ୟୁ ଖବର ଶୁଣି ବାପା ବି ଟଳି ପଡ଼ିଲେ
author img

By

Published : Oct 3, 2022, 10:16 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ନବରାତ୍ରିରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ନବରାତ୍ରିରେ ଗରବା ଖେଳି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି(two young man died During Garba dance) । ଜଣେ ଯୁବକଙ୍କ ମୃତ୍ୟୁର ଖବର ଶୁଣି ତାଙ୍କ ବାପାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ପାଲଘର ଜିଲ୍ଲାର ପଶ୍ଚିମ ବିରାରା ଅଞ୍ଚଳରେ ମନୀଷ ନରପାତ ଜୈନ ନାମକ ଯୁବକ ନିଜ ପରିବାର ସହ ବାସ କରୁଥିଲେ । ଗତ ରବିବାର ସେ ନବରାତ୍ରିରେ ଗରବା କରିବାକୁ ବିଲ୍ଡିଂ ତଳକୁ ଯାଇଥିଲେ । ତେବେ ଗର୍‌ବା କରୁଥିବା ବେଳେ ସେ ହୃଦଘାତର ଶିକାର ହୋଇଥିଲେ ।

ତୁରନ୍ତ ତାଙ୍କୁ ସ୍ଥାନୀୟ ସଞ୍ଜୀବନୀ ହସ୍ପିଟାଲ୍‌କୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ପୁଅର ମୃତ୍ୟୁର ଖବର ଶୁଣିବା କ୍ଷଣି ହସ୍ପିଟାଲ୍‌ରେ ହିଁ ଟଳି ପଡ଼ିଥିଲେ ଯୁବକଙ୍କ ବାପା । ଏହାପରେ ତାଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କିରଛନ୍ତି (father passes away after hearing son's death news) । ନବରାତ୍ରିରେ ଗୋଟିଏ ଘରେ ବାପପୁଅଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଏହା ବି ପଢ଼ନ୍ତୁ ଗରବା ନୃତ୍ୟବେଳେ ଟଳି ପଡିଲେ ଯୁବକ, ଦେଖନ୍ତୁ ଭିଡିଓ

ସେପଟେ ମହାରାଷ୍ଟ୍ରର ମୁଳୁନ୍ଦ ଅଞ୍ଚଳରେ ମଧ୍ୟ ଜଣେ ଯୁବକ ଗର୍‌ବା କରୁଥିବା ବେଳେ ମୃତ୍ୟୁବରଣ କରିଛନ୍ତି । ଏଠାରେ ବିଜେପି ପକ୍ଷରୁ କାଳୀଦାସ ଥିଏଟରରେ ପ୍ରେରଣା ରାସ ଦାଣ୍ଡିଆ ନୃତ୍ୟ ଆୟୋଜନ କରାଯାଇଥିଲା । ଋଷଭ ଲାହାରି ମାଙ୍ଗେ ନାମକ ଯୁବକ ଏଥିରେ ଅଂଶ ଗ୍ରହଣ କରିଥିଲେ । ତେବେ ନୃତ୍ୟ କରୁଥିବା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହି ସମୟରେ ଉପସ୍ଥିତ ପରିବାରବର୍ଗ ବଦହଜମି ସନ୍ଦେହ କରି ତାଙ୍କୁ ଥଣ୍ଡାପାନୀୟ ପିଇବାକୁ ଦେଇଥିଲେ ।

ଏହାପରେ ମଧ୍ୟ ତାଙ୍କ ଛାତିରେ ଯନ୍ତ୍ରଣା କମିନଥିଲା । ଓଲଟା ବଢ଼ିବାରେ ଲାଗିଲା, ଏହାପରେ ତୁରନ୍ତ ପରିବାର ବର୍ଗ ତାଙ୍କୁ ସ୍ଥାନୀୟ ଅଦିତି ହସ୍ପିଟାଲ୍‌କୁ ନେଇ ଯାଇଥିଲେ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଉଭୟ ମାମଲାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିଛି । ତିନିଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.