ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ରେଳବାଇ ପୋଲିସ (RPF)ର ଦୁଇ ଅଧିକାରୀଙ୍କୁ ଆତଙ୍କବାଦୀଙ୍କ ଆକ୍ରମଣ କରିଛନ୍ତି । ଏଥିରେ ଜଣେ ଅଧିକାରୀ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଅଧିକାରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହତ ଅଧିକାରୀଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିିଁ । ଗୁଳିମାଡ ସମୟର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।
ଭିଡିଓ ଫୁଟେଜରୁ ମିଳିଥିବା ସୂଚନା ଆଧାରରେ, ଏକ ଦୋକାନ ନିକଟରେ ଦୁଇ ଅଧିକାରୀ ବସିଥିବା ବେଳେ ଜଣେ ଆତଙ୍କୀ ଅତର୍କିତ ଭାବେ ଦୁହିଁଙ୍କ ଉପରେ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ସୁରକ୍ଷାକର୍ମୀ ପହଞ୍ଚିଛନ୍ତି । ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନକୁ ଜୋରଦାର ମଧ୍ୟ କରାଯାଇଛି । ଜମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଚାରିଜଣ ଲଶ୍କର-ଏ-ତାଇବା (L-ET) ଆତଙ୍କବାଦୀ ନିପାତ ହେବାର ମାତ୍ର 2 ଦିନ ପରେ ଏହି ଆତଙ୍କବାଦୀ ଆକ୍ରମଣ ଘଟିଛି ।
-
#UPDATE | One railway police official killed in the militant attack in Pulwama: Police
— ANI (@ANI) April 18, 2022 " class="align-text-top noRightClick twitterSection" data="
">#UPDATE | One railway police official killed in the militant attack in Pulwama: Police
— ANI (@ANI) April 18, 2022#UPDATE | One railway police official killed in the militant attack in Pulwama: Police
— ANI (@ANI) April 18, 2022
-
Jammu & Kashmir | Two Railway Police officials of Railway Police injured in a militant attack in the Kakapora area of South Kashmir’s Pulwama district: Police
— ANI (@ANI) April 18, 2022 " class="align-text-top noRightClick twitterSection" data="
">Jammu & Kashmir | Two Railway Police officials of Railway Police injured in a militant attack in the Kakapora area of South Kashmir’s Pulwama district: Police
— ANI (@ANI) April 18, 2022Jammu & Kashmir | Two Railway Police officials of Railway Police injured in a militant attack in the Kakapora area of South Kashmir’s Pulwama district: Police
— ANI (@ANI) April 18, 2022
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ