ETV Bharat / bharat

ସୀମାରେ ଅନୁପ୍ରବେଶ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ସନ୍ଦିଗ୍ଧ - ପଞ୍ଜାବ

ପଞ୍ଜାବର ଫେରେଜପୁରରେ ପାକିସ୍ତାନରୁ ଦୁଇଜଣ ଅନୁପ୍ରବେଶକାରୀଙ୍କୁ ଗୁଳି । ସେଠାରେ ଅପରେସନକୁ ଜୋରଦାର କରାଯାଇଛି । ଅଧିକ ପଢନ୍ତୁ...

ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଲେ ୨ ପାକିସ୍ତାନୀ ସନ୍ଧିଗ୍ଧ

author img

By

Published : Jul 31, 2021, 12:38 PM IST

ଚଣ୍ତିଗଡ: ପଣ୍ତ ହେଉଛି ପାକିସ୍ତାନର ଗୋଟିଏ ପରେ ଗୋଟିଏ ଷଡଯନ୍ତ୍ର । କେତେବେଳେ ସେନାକୁ କ୍ଷତି ପହଞ୍ଚାଇବା ପାଇଁ ଆଇଡି ଖଞ୍ଜୁଛି ତ ଆଉ କେତେବେଳେ ଆତର୍କିତ ଗୁଳି ଚାଳନା କରୁଛି । ଏହାସହ ଏଲଓସିକୁ ବାରମ୍ବାର ଉଲ୍ଲଘଂନ କରିଛି । କିନ୍ତୁ ପଞ୍ଜାବର ସୀମାନ୍ତ ଫେରେଜପୁରରେ ପାକିସ୍ତାନରୁ ଦୁଇଜଣ ଅନୁପ୍ରବେଶକାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ବିଏସଏଫ ଯବାନ । ପରେ ସେଠାରେ ଅପରେସନକୁ ଜୋରଦାର କରାଯାଇଛି ।

ସୂଚନା ଅନୁସାରେ, ପାକିସ୍ତାନର ୨ ସନ୍ଦିଗ୍ଧ ସୀମାରେ ପହଞ୍ଚି ଭାରତକୁ ପ୍ରବେଶ କରିବା ପାଇଁ ଉଦ୍ୟମ ଚଳାଇଥିଲେ । କିନ୍ତୁ ସେନା ପକ୍ଷରୁ ବାରଣ କରାଯାଇଥିଲା । ହେଲେ ଅମାନିଆ ହୋଇଥିଲେ ସେମାନେ । ପରେ ସେନା ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ଯେଉଁଥିରେ ୨ ପାକିସ୍ତାନୀ ସନ୍ଦିଗ୍ଧ ଟଳି ପଡିଥିଲେ । ଏହି ଘଟଣା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଏହାସହ ସର୍ଚ୍ଚ ଅପରେସନ ଜାରି ରହିଛି । ଦେଶର ସୁରକ୍ଷା ପାଇଁ ପଞ୍ଜାବ ସୀମାରେ 553 କିଲୋମିଟର ପର୍ଯ୍ୟନ୍ତ ଲୁହାର କଣ୍ଟାବାଡ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.