ETV Bharat / bharat

କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ ଉଦ୍ୟମ: ଦୁଇ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କୀଙ୍କ ଗୁଳିମାଡ

author img

By

Published : Nov 12, 2022, 10:59 PM IST

କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ ଉଦ୍ୟମ । ଘାଟିରେ ପୁଣି ଅଣସ୍ଥାନୀୟଙ୍କୁ ହତ୍ୟା ଉଦ୍ୟମ (Two outside labourers injured in Terrorists attack)। ଅନନ୍ତନାଗରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀ ଗୁଳିମାଡ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ ଉଦ୍ୟମ: ଦୁଇ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କୀଙ୍କ ଗୁଳିମାଡ
କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ ଉଦ୍ୟମ: ଦୁଇ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କୀଙ୍କ ଗୁଳିମାଡ

ଶ୍ରୀନଗର: କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ ଉଦ୍ୟମ । ଘାଟିରେ ସୁରକ୍ଷାକର୍ମୀଙ୍କ ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ଥମିବାର ନାଁ ନେଉନି ଅଣସ୍ଥାନୀୟଙ୍କୁ ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ (Two outside labourers injured in Terrorists attack) । ଆଜି (ଶନିବାର) ଅନନ୍ତନାଗରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳିମାଡ କରିଛନ୍ତି ଆତଙ୍କବାଦୀ । ଦୁଇ ପ୍ରବାସୀ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହତ ହୋଇଥିବା ଦୁଇ ପ୍ରବାସୀ ଶ୍ରମିକଙ୍କ ପରିଚୟ ସମ୍ପର୍କରେ ପୋଲିସ କିଛି ସ୍ପଷ୍ଟ କରିନଥିବା ବେଳେ ଉଭୟ ଚିକିତ୍ସାଧୀନ ଥିବା ସୂଚନା ଦେଇଛି ।

  • #Terrorists fired upon & injured two outside labourers in Rakh-Momin area of #Anantnag. Both the injured are being shifted to hospital for treatment. Area being #cordoned off. Further details shall follow.@JmuKmrPolice

    — Kashmir Zone Police (@KashmirPolice) November 12, 2022 " class="align-text-top noRightClick twitterSection" data=" ">

ଖବର ପାଇ ସ୍ଥାନୀୟ ପୋଲିସ ଓ ସୁରକ୍ଷାବଳର ଯବାନ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସ୍ଥାନୀୟ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ତେବେ ଗତ 10 ଦିନ ମଧ୍ୟରେ ଏହା ପ୍ରବାସୀ ତଥା ଅଣାସ୍ଥାନୀୟଙ୍କୁ ଆତଙ୍କୀ ଆକ୍ରମଣର ଦ୍ବିତୀୟ ଘଟଣା । ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ହ୍ରାସ କରିବା ପାଇଁ ସେନା ଓ ପୋଲିସ ନିରନ୍ତର ଆତଙ୍କୀ ନିରୋଧୀ ଅପରେସନରେ ଜାରି ରଖିଥିବା ବେଳେ ବାରମ୍ବାର ଆତଙ୍କୀ ଆକ୍ରମଣ ହେବା ଘାଟିରେ ପ୍ରବାସୀଙ୍କ ସୁରକ୍ଷା ନେଇ ଚିନ୍ତା ବଢାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.