ETV Bharat / bharat

ପୁଣି ଘାଟିରେ ମାତିଲେ ଆତଙ୍କୀ, ଆକ୍ରମଣରେ ୨ ବିହାର ବାସିନ୍ଦାଙ୍କ ମୃତ୍ୟୁ - କୁଲଗାମ ଆକ୍ରମଣ

ରବିବାର ଜମ୍ମୁ କାଶ୍ମୀରରେ ଅଣସ୍ଥାନୀୟଙ୍କୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ବିହାରର ୨ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ସେପଟେ ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଆତଙ୍କୀଙ୍କ ଗୁଳିରେ ୨ ଅଣକାଶ୍ମୀରବାସୀଙ୍କ ମୃତ୍ୟୁ

author img

By

Published : Oct 17, 2021, 9:00 PM IST

ଶ୍ରୀନଗର: ଘାଟିରେ ସେନାର ଆଣ୍ଟି ଟେରର ଅପରେସନ ଯୋଗୁଁ ବିଚଳିତ ଆତଙ୍କୀ ଜଣେ ପରେ ଜଣେ ଅଣକାଶ୍ମୀରବାସୀଙ୍କୁ କରୁଛନ୍ତି ଟାର୍ଗେଟ । ରବିବାର ମଧ୍ୟ ଅଣ-ସ୍ଥାନୀୟଙ୍କୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ବିହାରର ୨ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ସେପଟେ ଘଟଣାରେ ଜଣେ ବ୍ୟକ୍ତି ଆହତ ଅଛନ୍ତି ।

ମୃତକ ୨ ଜଣ ବିହାରର ରାଜା ଓ ଜୋଗିନ୍ଦର ବୋଲି ସୂଚନା ମିଳିଛି । ଆହତ ଯୁବକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହିତ ଘଟଣାସ୍ଥଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ ।

କୁଲଗାମ ଆକ୍ରମଣକୁ ନେଇ ସ୍ପଷ୍ଟ କରିଛି ଜମ୍ମୁ କାଶ୍ମୀର ପୋଲିସ । ସୂଚନା ଅନୁଯାୟୀ, କୁଲଗାମର ୱାନପୋହ ଅଞ୍ଚଳରେ ଆତଙ୍କବାଦୀମାନେ ଅଣ-ସ୍ଥାନୀୟ ଶ୍ରମିକଙ୍କୁ ଘରେ ପଶି ଗୁଳି କରିଥିଲେ ଆତଙ୍କବାଦୀ । ଯେଉଁ ସମୟରେ ଆତଙ୍କବାଦୀମାନେ ଗୁଳି କରିଥିଲେ ସେତେବେଳେ ୩ ଜଣ ଶ୍ରମିକ ଗୋଟିଏ ଜାଗାରେ ଉପସ୍ଥିତ ଥିଲେ ।

ଘାଟିରେ ଆତଙ୍କବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି । ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କୀ । ଜମ୍ମୁ କାଶ୍ମୀରରେ ଗତ କିଛି ଦିନ ହେବ ଆତଙ୍କବାଦୀଙ୍କ ଗୁଳିରେ ଅନେକ ସାଧାରଣ ଲୋକେ ପ୍ରାଣ ହରାଇସାରିଲେଣି । ଏମାନଙ୍କ ମଧ୍ୟରେ 2 ଶିକ୍ଷକ ଓ କାଶ୍ମୀର ପଣ୍ଡିତ ମଧ୍ୟ ସାମିଲ ଅଛନ୍ତି । ସେପଟେ ଅପରେସନ ସମୟରେ ଆତଙ୍କୀଙ୍କ ଗୁଳିରେ ୯ରୁ ଅଧିକ ସୁରକ୍ଷାକର୍ମୀ ଶହୀଦ ହୋଇସାରିଲେଣି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.