ଭୋପାଳ: ଥମୁନି ମଧ୍ୟପ୍ରଦେଶ ଶହଡୋଲ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁ । ପୁଣି ଆଉ ଦୁଇ ଜଣଙ୍କର ଯାଇଛି ଜୀବନ । ଫଳରେ ମୋଟ ଶିଶୁ ମୃତ୍ୟୁ ସଂଖ୍ୟା 23ରେ ପହଞ୍ଚିଛି । ସେପଟେ ହସ୍ପିଟାଲର ସିଏମଏଚଓଙ୍କୁ ବଦଳି କରାଯାଇଥିବା ଜଣାପଡିଛି ।
ସୂଚନା ଥାଉକି, ବିଗତ କିଛି ଦିନରେ ଶହଡୋଲ ହସ୍ପିଟାଲରେ 23 ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ନଭେମ୍ବର 30 ତାରିଖରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ଆଜି ପୁଣି ଆଉ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ।
ଯାହା ମେଡିକାଲ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । ନଭେମ୍ବର 27ରୁ ଆଜି ଯାଏ ମୋଟ 23 ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ତେବେ ମୃତ୍ୟୁର କାରଣ ଜଣାପଡିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ