ETV Bharat / bharat

Teenager Vaccination: ଜାନୁଆରୀ ପ୍ରଥମ ସପ୍ତାହରେ ଟିକା ନେଲେଣି ୨ ଲକ୍ଷରୁ ଊର୍ଦ୍ଧ୍ବ

author img

By

Published : Jan 9, 2022, 6:12 PM IST

ଓମିକ୍ରନକୁ ନେଇ ଦେଶରେ ଭୟର ଆତଙ୍କ । ଚଳିତ ମାସ ୩ ତାରଖରୁ କିଶୋର କିଶୋରୀଙ୍କୁ ମଧ୍ୟ ଟୀକାକରଣ ଆରମ୍ଭ କରାଯାଇଛି । ତେବେ ଚଳିତ ମାସ ପ୍ରଥମ ସପ୍ତାହରେ ଦିଲ୍ଲୀରେ ଦୁଇ ଲକ୍ଷ ୪୨ ହଜାର ୩୦୭ ଜଣଙ୍କୁ କୋରୋନା ଟିକା ଦିଆଯାଇଛି । ଅଧିକ ପଢନ୍ତୁ

Teenager Vaccination : ଜାନୁଆରୀ ପ୍ରଥମ ସପ୍ତାହରେ ୨ ଲକ୍ଷ ପାର କରିଛି ଟୀକାକରଣ

ନୂଆଦିଲ୍ଲୀ: ଓମିକ୍ରନକୁ ନେଇ ଦେଶରେ ଭୟର ଆତଙ୍କ । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଟୀକାକରଣକୁ ମଧ୍ୟ ଜୋରଦାର କରୁଛନ୍ତି କେନ୍ଦ୍ର ସରକାର । ଏ କ୍ରମରେ ଚଳିତ ମାସ ୩ ତାରଖରୁ କିଶୋର କିଶୋରୀଙ୍କୁ ମଧ୍ୟ ଟୀକାକରଣ ଆରମ୍ଭ କରାଯାଇଛି । ତେବେ ଚଳିତ ମାସ ପ୍ରଥମ ସପ୍ତାହରେ ଦିଲ୍ଲୀରେ ଦୁଇ ଲକ୍ଷ ୪୨ ହଜାର ୩୦୭ ଜଣଙ୍କୁ କୋରୋନା ଟିକା ଦିଆଯାଇଛି । ସୂଚନା ଅନୁସାରେ,ଉତ୍ତର-ପଶ୍ଚିମ ଦିଲ୍ଲୀରେ କେନ୍ଦ୍ର ଗୁଡିକରେ କିଶୋରକିଶୋରୀଙ୍କ ମଧ୍ୟରେ ଟିକା ନେବାକୁ ଅଧିକ ଉତ୍ସାହ ଦେଖିବାକୁ ମିଳିଥିଲା ।

କାହିଁକିନି ଉତ୍ତର-ପଶ୍ଚିମ ଦିଲ୍ଲୀ କେନ୍ଦ୍ର ଗୁଡିକରେ ସର୍ବାଧିକ 37 ହଜାର 532 ଟୀକାକରଣ ହୋଇଛି । ଯାହା ପ୍ରଥମ ସ୍ଥାନରେ ରହିଛି । ସେହିପରି ଦକ୍ଷିଣ ପଶ୍ଚିମ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ 15ରୁ 17 ବର୍ଷ ବୟସର କିଶୋର କିଶୋରୀମାନଙ୍କୁ 30 ହଜାର 620 ଜଣଙ୍କୁ ଟୀକାକରଣ କରାଯାଇଛି । ଅନ୍ୟପକ୍ଷରେ, 23 ହଜାର 111 କିଶୋରଙ୍କ ଟୀକାକରଣ ସହିତ ଦକ୍ଷିଣ ପୂର୍ବ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି ।

କେନ୍ଦ୍ରୀୟ ଦିଲ୍ଲୀରେ କମ ସଂଖ୍ୟକ ଟୀକାକରଣ କରାଯାଇଛି । ଏଠାରେ କେବଳ 16 ହଜାର 950 କିଶୋରମାନଙ୍କୁ ଟୀକାକରଣ କରାଯାଇଛି । ସର୍ବନିମ୍ନ ଟୀକାକରଣ ମଧ୍ୟରେ ପଶ୍ଚିମ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ଥିଲା । ଯେଉଁଠାରେ 17 ହଜାର 298 କିଶୋରଙ୍କୁ ଟୀକାକରଣ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.