ETV Bharat / bharat

LOCରେ ଅନୁପ୍ରବେଶ ପଣ୍ଡ: ସେନା ଗୁଳିରେ ଟଳିଲେ 2 ଆତଙ୍କୀ, ମାରଣାସ୍ତ୍ର ଜବତ

LOC ନିକଟବର୍ତ୍ତୀ କୁପୱାରାରେ ସେନା ଗୁଳିରେ ଦୁଇ ଆତଙ୍କୀ ନିପାତ । ଅନୁପ୍ରବେଶକରିବା ପାଇଁ ଉଦ୍ୟମ କରୁଥିଲେ । ବିପୁଳ ମାରଣାସ୍ତ୍ର ଜବତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 30, 2023, 9:39 PM IST

LOC ରେ ଅନୁପ୍ରବେଶ ପଣ୍ଡ: ସେନା ଗୁଳିରେ ଟଳିଲେ 2 ଆତଙ୍କୀ, ମାରଣାସ୍ତ୍ର ଜବତ

ଶ୍ରୀନଗର: ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବାରେ ସେନାକୁ ସଫଳତା ମିଳିଛି । ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର ମାସିଲ୍ ସେକ୍ଟର ନିକଟବର୍ତ୍ତୀ ଏରିଆରେ ସେନା ଓ ସ୍ଥାନୀୟ ପୋଲିସର ମିଳିତ ଅପରେସନରେ ଦୁଇଜଣ ଅନୁପ୍ରବେଶକାରୀଙ୍କୁ ନିପାତ କରାଯାଇଛି । ଦୁଇ ଅନୁପ୍ରବେଶକାରୀ ପାକିସ୍ତାନ ପଟୁ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବା ଉଦ୍ୟମ ସମୟରେ ଟଳିଛନ୍ତି । ଅପରେସନରେ ଏକାଧିକ ମାରଣାସ୍ତ୍ର ଜବତ କରାଯାଇଛି ।

କୁପୱାରାର ଜିଲ୍ଲା ପୋଲିସ୍ ମୁଖପାତ୍ର ‘ଏକ୍ସ’ର ପୋଷ୍ଟ କରି କହିଛନ୍ତି ଯେ, ‘‘କୁପୱାରା ପୋଲିସ ଦ୍ବାରା ପ୍ରଦାନ କରାଯାଇଥିବା ଗୁଇନ୍ଦା ଇନପୁଟକୁ ଆଧାର କରି ମାଚାଲ ସେକ୍ଟରର କୁମକାଡିଆରିଆରେ ସେନା ଏବଂ ପୋଲିସ ମିଳିତ ଅପରେସନ ଆରମ୍ଭ କରିଥିଲା । ଏପର୍ଯ୍ୟନ୍ତ ଦୁଇଜଣ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି । ଅପରେସନ୍ ଏବେ ମଧ୍ୟ ଜାରି ରହିଛି ।’’

ପୋଲିସ ମୁଖପାତ୍ରଙ୍କ କହିବାନୁସାରେ, ଏନକାଉଣ୍ଟର ସ୍ଥାନରୁ ଦୁଇଟି AK-47 ରାଇଫଲ, 4ଟି ମାଗାଜିନ୍, 90 ରାଉଣ୍ଡ ଗୁଳି, ଗୋଟିଏ ପିସ୍ତଲ ସହିତ ପାକିସ୍ତାନୀ ମୁଦ୍ରା ମଧ୍ୟ ଜବତ କରାଯାଇଛି । ତେଣୁ ଏହି ଦୁଇ ଅନୁପ୍ରବେଶକାରୀ ପାକିସ୍ତାନୀ ଆତଙ୍କୀ ହୋଇଥିବା ପ୍ରାଥମିକ ଭାବେ ସ୍ପଷ୍ଟ ହୋଇଛି । ସେନା ଚଳିତ ମାସ ଆରମ୍ଭରେ ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ LoC ନିକଟରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ସହ 2ଜଣଙ୍କୁ ଅନୁପ୍ରବେଶକାରୀଙ୍କୁ ମଧ୍ୟ ନିପାତ କରିଥିଲା ।

ସେହି ସମୟରେ ଜାରି କରାଯାଇଥିବା ବିବୃତ୍ତିରେ ସେନା ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ସୁନେଲ ବାର୍ଟୱାଲ କହିଥିଲେ, ପୁଞ୍ଚ ଜିଲ୍ଲାର ମାଣ୍ଡି ଉପ-ସେକ୍ଟରରେ ଭାରତୀୟ ଅଞ୍ଚଳରେ 2ଜଣ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା ସେନାକୁ ସୂଚନା ମିଳିଥିଲା । ସେନା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଭୟ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳତା ପାଇଥିଲା ।

ଏହା ମଧ୍ୟ ପଢନ୍ତୁ :-Manipur: ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ଦୁଇଟି ପଡୋଶୀ ଦେଶର ଆତଙ୍କବାଦୀଙ୍କ ସହ ଥିଲା ସମ୍ପର୍କ !

ସେନା ସୀମାରେ ଅନୁପ୍ରବେଶ ରୋକିବା ପାଇଁ ନିୟମିତ ଅପରେସନ ଜାରି ରଖିଛି । ସେହିପରି ଘାଟିରେ ଲୁଚି ରହିଥିବା ଆତଙ୍କୀଙ୍କ ବିରୋଧରେ ମଧ୍ୟ ନିୟମିତ ଆକ୍ସନ ଗ୍ରହଣ କରୁଛି । ନିକଟରେ ଆତଙ୍କବାଦୀ ଗୁଳିରେ 3 ସେନା ଓ ପୋଲିସ ଅଧିକାରୀଙ୍କ ସମେତ 4 ଜଣ ଶହୀଦ ହୋଇଥିଲେ । ପ୍ରାୟ ଶହେ ଘଣ୍ଟାରୁ ଅଧିକ ଏହି ଅପରେସନ ଜାରି ରହିଥିଲା । ଏଥିରେ ମଧ୍ୟ ଦୁଇ ଆତଙ୍କୀଙ୍କୁ ସେନା ନିପାତ କରିଥିଲା । ଏହି ଦୀର୍ଘ ଅପରେସନରେ ସେନା ହେଲିକପ୍ଟର ଓ ଡ୍ରୋନ ବ୍ୟବହାର କରି ଆତଙ୍କୀ ଆଡ୍ଡା ଉପରେ ବୋମା ବର୍ଷାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.