ETV Bharat / bharat

ମେ 26ରୁ ବନ୍ଦ ହେବ ଟ୍ବିଟର-ଫେସବୁକ - ଟ୍ବିଟର

ଟ୍ବିଟର, ଫେସବୁକର ନିୟମାବଳୀ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାର ଏହି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଚେତାବନୀ ଦେଇଥିଲେ ମାତ୍ର ଏବେ ସୁଦ୍ଧା କୌଣସି ପରିବର୍ତ୍ତନ କରାଯାଇ ନାହିଁ । ତେଣୁ ମେ 26ରେ ଏହି ସମସ୍ତ ସୋସିଆଲ ମିଡିଆକୁ ବ୍ଲକ୍ କରାଯିବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ମେ 26ରୁ ବନ୍ଦ ହେବ ଟ୍ବିଟର-ଫେସବୁକ
ମେ 26ରୁ ବନ୍ଦ ହେବ ଟ୍ବିଟର-ଫେସବୁକ
author img

By

Published : May 25, 2021, 9:03 AM IST

ନୂଆଦିଲ୍ଲୀ: ନୂଆ ନିୟମ ପାଇଁ ସୋସିଆଲ ମିଡିଆକୁ ଦିଆଯାଇଥିବା 3 ମାସର ଅବଧି ବୁଧବାର(26 ମେ) ଶେଷ ହେଉଛି । ଟ୍ବିଟର, ଫେସବୁକର ନିୟମାବଳୀ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାର ଏହି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଚେତାବନୀ ଦେଇଥିଲେ ମାତ୍ର ଏବେ ସୁଦ୍ଧା କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

ସରକାରୀ ସୂତ୍ରାନୁସାରେ, ଟ୍ବିଟର, ଫେସବୁକ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଭାରତର ନିୟମାନୁସାରେ କାମ କରିବା ପାଇଁ କୁହାଯାଇଥିଲା ଓ ସମସ୍ତେ ଆକାଉଣ୍ଟ ଡାଟା ଏକାଠି କରିବାକୁ କୁହାଯାଇଥିଲା, ଯେଉଁଥିରେ ବିଫଳ ହୋଇଛନ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମ । ଫେବୃଆରୀ 25ରେ ସରକାର ତିନି ମାସର ଚେତାବନୀ ଦେଇଥିଲେ । ନିୟମ ପରିବର୍ତ୍ତନ କର ନଚେତ୍ ଭାରତରୁ ଏହି ସବୁ ପ୍ଲାଟଫର୍ମକୁ ବନ୍ଦ କରି ଦିଆଯିବ ତେବେ କୌଣସି ପ୍ରତିକ୍ରିୟା ନ ମିଳିବାରୁ ମେ 26 ରେ ସରକାରଙ୍କ ନିୟମ କାର୍ଯ୍ୟକାରୀ ହେବ ।

ଗୋଟିଏ ଭାରତୀୟ ସୋସିଆଲ ମିଡିଆ କମ୍ପାନୀ ‘କୁ’ ବ୍ୟତୀତ ଅନ୍ୟ କୌଣସି ସୋସିଆଲ ମିଡିଆ ମଧ୍ୟସ୍ଥି, ଜଣେ ଅଭିଯୋଗ ଅଧିକାରୀ, ମୁଖ୍ୟ ନିୟମ ଅଧିକାରୀ ଏବଂ ନୋଡାଲ ଯୋଗାଯୋଗ ବ୍ୟକ୍ତିଙ୍କୁ ନିଯୁକ୍ତ କରିନାହାଁନ୍ତି।ଆକାଉଣ୍ଟଗୁଡିକୁ ମନଇଚ୍ଛା ବ୍ଲକ୍, ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପବ୍ୟବହାର ନେଇ ଭାରତୀୟମାନେ ଲଗାତାର ଅଭିଯୋଗ କରୁଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ମାସିକ ରିପୋର୍ଟ ପ୍ରଦାନ କରିବା ଆବଶ୍ୟକ ଥିଲା । କେତେ ଅଭିଯୋଗ ଦାଖଲ ଏବଂ ସମାଧାନ ହୋଇଛି ସେନେଇ ଡାଟା ଦେବାରେ ବିଫଳ ହୋଇଛି ସୋସିଆଲ ମିଡିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.