ଅମରାବତୀ: ଜାଆଁଳା ଶିଶୁମାନେ ଅଧିକାଂଶ ସମୟରେ ଏକାପରି ଦେଖାଯାଆନ୍ତି । ଅନ୍ୟ କେତେକ କ୍ଷେତ୍ରରେ ଏମାନେ ଅଲଗା ଅଲଗା ମଧ୍ୟ ଦେଖାଯାଆନ୍ତି । କିନ୍ତୁ ଆନ୍ଧ୍ର ପ୍ରଦେଶ ପାଲନାଡୁ ଜିଲ୍ଲାର କରୁମଞ୍ଚି ଗ୍ରାମର ଦୁଇ ଭଉଣୀ ସ୍ବପ୍ନା ଓ ସ୍ବାତୀଙ୍କ କ୍ଷେତ୍ରରେ କିଛି ଅଲଗା ଦେଖିବାକୁ ମିଳିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।
ସ୍ବପ୍ନା ଓ ସ୍ବାତୀ ଗୋଟିଏ ବିଦ୍ୟାଳୟରେ ପାଠ ପଢୁଥିଲେ। ଉଭୟଙ୍କ 10 ଶ୍ରେଣୀ ଅଧ୍ୟୟନ ଶେଷ ହୋଇଛି । ସଭିଁଙ୍କୁ ଦ୍ବନ୍ଦରେ ପକାଉଥିବା ଦୁଇ ଭଉଣୀଙ୍କ ପରୀକ୍ଷା ଫଳ ଦେଖି ସଭିଏଁ ଚକିତ ହୋଇପଡ଼ିଛନ୍ତି । ଚଳିତ ଦଶମ ପରୀକ୍ଷାରେ ଉଭୟେ 600 ମାର୍କରୁ 578 ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଗତ 6 ବର୍ଷ ପୂର୍ବେ ସ୍ବପ୍ନା ଓ ସ୍ବାତୀଙ୍କ ପିତାଙ୍କ ମୃତ୍ୟୁ ଘଟିଥିଲା । ପରିବାର କହିଲେ ତାଙ୍କ ମା' ଓ ଦୁଇ ଭଉଣୀ। ମା' କ୍ରୀଷ୍ଣାକୁମାରୀ ସିଲେଇ କାମ କରି ପରିବାର ଚଳାନ୍ତି । ସେ ତାଙ୍କ ଦୁଇ ଝିଅଙ୍କ ପଢ଼ା ପ୍ରତି ଧ୍ୟାନ ଦେବାସହ ସିଲେଇ କାମ ମଧ୍ୟ ଶିଖାନ୍ତି । ସ୍ବପ୍ନା ଓ ସ୍ବାତୀଙ୍କ ଏଭଳି ସଫଳତା ଦେଖି ସେ ବହୁତ ଖୁସି ଥିବା କହିଛନ୍ତି କ୍ରୀଷ୍ଣାକୁମାରୀ । ଆହୁରି ପରିଶ୍ରମ କରି ଭଲ ଚାକିରୀ କରିବେ ବୋଲି ସେମାନେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ