ETV Bharat / bharat

ମିଳିଲା ଇଶ୍ବରଙ୍କ ବରଦାନ, ଯାଆଁଳା କନ୍ୟାକୁ ସାତଜନ୍ମର ସାଥି କଲେ ଯାଆଁଳା ଭାଇ - ଯାଆଁଳା କନ୍ୟାକୁ ଯାଆଁଳା ବର

ଯାଆଁଳା ଝିଅକୁ ଯାଆଁଳା ପୁଅର ବାହାଘର ଫିଲ୍ମର ଏକ କାହାଣୀ ପରି ଲାଗୁଥିଲେ ମଧ୍ୟ ​​ବାସ୍ତବରେ ପରିଣତ ହୋଇଛି । ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଏହି ଆକର୍ଷଣୀୟ ବିବାହ ଦେଖିବାକୁ ମିଳିଛି । ଯାଆଁଳା ଭଉଣୀ ଅର୍ପିତା ଓ ପରମିତା ଯାଆଁଳା ଭାଇ ଲବ ଓ କୁଶଙ୍କୁ ବିବାହ କରିଛନ୍ତି । ଅଧିକ ପଢୁଛି

ଯାଆଁଳା କନ୍ୟାର ହାତ ଧରିଲେ ଯାଆଁଳା ଭାଇ
ଯାଆଁଳା କନ୍ୟାର ହାତ ଧରିଲେ ଯାଆଁଳା ଭାଇ
author img

By

Published : Dec 9, 2022, 7:15 AM IST

କୋଲକାତା: ସାଧାରଣତଃ ଯାଆଁଳା ଝିଅକୁ ଯାଆଁଳା ପୁଅ ବିଦେଶରେ ବାହା ହୋଇଥାନ୍ତି । କିନ୍ତୁ ବର୍ତ୍ତମାନ ପଶ୍ଚିମବଙ୍ଗରୁ ଏଭଳି ଏକ ସମାନ ଖବର ସାମ୍ନାକୁ ଆସିଛି । ଦୁଇ ଯାଆଁଳା ଭଉଣୀ ଦୁଇ ଯାଆଁଳା ଭାଇଙ୍କୁ ବିବାହ କରିଛନ୍ତି(Twin Sisters Marry Twin Brothers)। ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସୂଚନାଅନୁସାରେ, ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଏହି ବିବାହ ହୋଇଛି । ଯାଆଁଳା ଭଉଣୀ ଅର୍ପିତା ଓ ପରମିତା ଯାଆଁଳା ଭାଇ ଲବ ପାକରେ ଓ କୁଶଙ୍କୁ ବିବାହ କରିଛନ୍ତି । ପିଲାବେଳୁ ଦୁଇ ଯାଆଁଳା ଭଉଣୀଙ୍କ ମଧ୍ୟରେ ସମ୍ପର୍କ ମଜଭୁତ ରହିଥିବା ବେଳେ ପିଲାବେଳୁ ଉଭୟେ ଏକାଠି ପାଠପଢୁଥିଲେ । ସେଥିପାଇଁ ଦୁହେଁ ଏକାଠି ବିବାହ କରିବା ପାଇଁ ସ୍ଥିର କରିଥିଲେ । ଅର୍ପିତା ଏବଂ ପରମିତା ଉଭୟେ ଭାତର ସ୍କୁଲରେ ଶିକ୍ଷା ଆରମ୍ଭ କରିଥିବା ବେଳେ ସେମାନେ ଗ୍ରାଜୁଏସନ କରିଛନ୍ତି ।

ଖବରଅନୁସାରେ, ଦୁଇ ଯାଆଁଳା ଭଉଣୀଙ୍କ ବାପା ଗୌରଚନ୍ଦ୍ର ସନ୍ତରା ଏକ ଫ୍ୟାକ୍ଟ୍ରିରେ କାମ କରନ୍ତି । ଯେତେବେଳେ ସେ ନିଜ ଝିଅମାନଙ୍କ ଇଚ୍ଛା ଜାଣିବାକୁ ପାଇଲେ ସେତେବେଳେ ସେ ଯାଆଁଳା ପୁଅ ଖୋଜିବା ଆରମ୍ଭ କରିଦେଇଥିଲେ । ଏହାପରେ କୁରମୁନ ଜିଲ୍ଲାରୁ ଲବ ଏବଂ କୁଶଙ୍କୁ ପାଇଥିଲେ । ଲବ କୁଶଙ୍କ ପରିବାର ଲୋକ ମଧ୍ୟ ଯାଆଁଳା କନ୍ୟା ଖୋଜୁଥିଲେ । ଭଗବାନଙ୍କ କୃପାରୁ ସେମାନେ ନିଜ ଇଚ୍ଛା ଅନୁସାରେ ଲବ ଏବଂ କୁଶ ମଧ୍ୟ ପିଲାବେଳୁ ଏକାଠି ରହୁଥିବା ବେଳେ ଗୋଟିଏ କମ୍ପାନୀରେ ଉଭୟ ଚାକିରି କରୁଛନ୍ତି ।

ଏହାପରେ ଡିସେମ୍ବର ୫ତାରିଖର ଶୁଭ ସମୟ ଦେଖି ଚାରିଜଣ ଗୋଟିଏ ମଣ୍ଡପରେ ବିବାହ କରିଥିଲେ । ବିବାହ ସମୟରେ ମଧ୍ୟ ଉଭୟେ ଯାଆଁଳା ପୁଅ ଏବଂ ଝିଅ ଏକା ରଙ୍ଗର ଡ୍ରେସ ଏବଂ ଶାଢୀ ପିନ୍ଧିଥିଲେ । ଉଭୟ ଭଉଣୀ ମଧ୍ୟ ଲାଲ ରଙ୍ଗର ଶାଢୀ ଏବଂ ଅଳଙ୍କାର ମଧ୍ୟ ସମାନ ପିନ୍ଧିଥିଲେ । ବର୍ତ୍ତମାନ ବାହାଘର ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.