ETV Bharat / bharat

ଜମ୍ମୁର ଦୁଇଟି ସ୍ଥାନରେ ବିସ୍ଫୋରଣ, ୬ ଆହତ - ଜମ୍ମୁକାଶ୍ମୀରରେ ଭୟଙ୍କର ବିସ୍ଫୋରଣ

ଜମ୍ମୁ ନରୱାଲ ଅଞ୍ଚଳର ଦୁଇଟି ସ୍ଥାନରେ ବିସ୍ଫୋରଣ ଘଟି ୬ଜଣ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jan 21, 2023, 12:18 PM IST

Updated : Jan 21, 2023, 12:33 PM IST

ଶ୍ରୀନଗର: ଜମ୍ମୁରେ ଭୟଙ୍କର ବିସ୍ଫୋରଣ । ନରୱାଲ ଅଞ୍ଚଳର ଦୁଇଟି ସ୍ଥାନରେ ବିସ୍ଫୋରଣ ହୋଇଥିବା ସୂଚନା । ବିସ୍ଫୋରଣ ଯୋଗୁଁ ୬ଜଣ ଆହତ ହୋଇଛନ୍ତି । ଏନେଇ ଜମ୍ମୁ ଜୋନର ଏଡିଜିପି ସୂଚନା ଦେଇଛନ୍ତି । ତେବେ ଏହା ଆଇଡି ବିସ୍ଫୋରଣ ନା ଆଉ କିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ତେବେ ଜାନୁଆରୀ ପ୍ରଥମ ସପ୍ତାହରେ ଦୁଇ ଦୁଇ ଥର ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସିଥିଲା । ପ୍ରଥମେ ୧ତାରିଖ ରାତିରେ ରୌଜରୀରେ ଗୁଳିକାଣ୍ଡ ଘଟିଥିଲା । ଦାଙ୍ଗୀର ଗ୍ରାମରେ ଆତଙ୍କବାଦୀ ୩ଟି ଘର ଉପରକୁ ଗୁଳିମାଡ କରିଥିଲେ । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହେବା ସହ ୬ଜଣ ଗୁରୁତର ହୋଇଥିଲେ । ଚାରି ନାଗରିକଙ୍କ ମୃତ୍ୟୁ ପରେ ଜମ୍ମୁକାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ସହାୟତା ରାଶି ଘୋଷଣା କରିଥିଲେ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବା ସରକାରୀ ଚାକିରି ଦିଆଯିବା ନେଇ କହିଥିଲେ ମନୋଜ ସିହ୍ନା । ସେହିପରି ଆହତଙ୍କୁ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା ।

ଏହାର ଗୋଟିଏ ଦିନ ପରେ ୨ ତାରିଖରେ ରଜୌରୀରେ ଆଇଡି ବିସ୍ଫୋରଣ ହୋଇଥିଲା । ରଜୌରୀ ଅପର ଦାଙ୍ଗୀର ଗ୍ରାମରେ ଆଇଡି ବିସ୍ଫୋରଣ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ। ସମସ୍ତ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ବେଳେ ଆଉ ଜଣେ ଶିଶୁ ରହିଥିଲେ । ଏହାପରେ ଦାଙ୍ଗରୀ ଗ୍ରାମରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମୃତକଙ୍କ ପରିବାର । ଫଳରେ ରଜୌରୀ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଏଥିସହ କାଲାକୋଟ ନୋଶେରାରେ ରଜୌରୀରେ ସଟଡାଉନ କରାଯାଇଥିଲା ।

ତେବେ ଚଳିତ ମାସରେ ପ୍ରଥମେ ଗୁଳିକାଣ୍ଡ ପରେ ଦୁଇ ଦୁଇ ଥର ବିସ୍ଫୋରଣ ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ଭୟଭୀତ ଅଛନ୍ତି ସ୍ଥାନୀୟ ଲୋକେ । ପୂର୍ବରୁ ଆତଙ୍କବାଦୀ ଦୁଇ ଥର ଆକ୍ରମଣ କରିଥିବା ବେଳେ ଏହି ବିସ୍ଫୋରଣ ଆତଙ୍କବାଦୀ କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସର୍ଚ୍ଚଅପରେସନ ପରେ ବିସ୍ଫୋରଣ କାରଣ ଜଣାପଡିବ ।

Last Updated : Jan 21, 2023, 12:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.