ଚେନ୍ନାଇ: ପୁଣି ଲଜ୍ଜା । ନରରୂପୀ ପିଶାଚର ସୀମା ଲଙ୍ଘିଛି ଅତ୍ୟାଚାର । ଜଣେ 14 ବର୍ଷୀୟ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ନାମାକ୍କାଲ ଜିଲ୍ଲାରେ । ଘଟଣାରେ ସମ୍ପୃକ୍ତ ଥିବା 12 ଅଭିଯୁକ୍ତଙ୍କ ମଧ୍ୟରୁ 11 ଜଣ ଗିରଫ ହୋଇଛନ୍ତି ଏବଂ ଜଣେ ଏଯାବତ ଫେରାର ଅଛି । ପୋଲିସ ପୋକ୍ସୋ ଆଇନରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଏଠାରେ ସବୁଠୁ ବଡ଼ କଥା ହେଲା ଏହି ଗଣଦୁଷ୍କର୍ମରେ ସାମିଲ ଅଛି ନାବାଳିକାର ଖୋଦ ଭିଣୋଇ ।
ସୂଚନା ଅନୁସାରେ ତାମିଲନାଡୁର ନାମାକାଲ ଜିଲ୍ଲାରେ ମାସେ ଧରି ଏହି 14 ବର୍ଷର ବାଳିକାଙ୍କୁ ଏକାଧିକଥର ଦୁଷ୍କର୍ମ କରାଯାଉଥିବା ଅଭିଯୋଗ ଆସିଛି । ଏହି ଦୁଷ୍କର୍ମରେ ଅଭିଯୁକ୍ତ ଭିଣୋଇ ସହ ବନ୍ଧୁମାନେ ମଧ୍ୟ ସାମିଲ ଥିଲେ । ପୀଡିତା ଜଣକ ପେଟପାଟଣା ପାଇଁ ଜଣେ ବ୍ୟକ୍ତିଙ୍କ ଘରେ ଘରୋଇ ସହାୟତା ଭାବରେ କାର୍ଯ୍ୟ କରୁଥିଲେ । ସେଠାରେ ସେ ଦୀର୍ଘ ମାସେ ହେବ ଏଭଳି ଯୌନ ନିର୍ଯାତନାର ଶିକାର ହୋଇ ଆସୁଥିଲେ । ଏଠାରେ ବଡ଼ କଥା ହେଲା ଘର ମାଲିକ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ କରିବାକୁ ପଛାଇନଥିଲା । ଘଟଣାର ପର୍ଦ୍ଦା ଫାସ ହେବା ପରେ ପୋଲିସ 11 ଅଭିଯୁକ୍ତଙ୍କୁ ଗିରଫ କରିଛି । ଏବଂ ଏଥିରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି ।