ETV Bharat / bharat

ଏୟାର ଇଣ୍ଡିଆ ଦିଲ୍ଲୀ-ସିଡନୀ ବିମାନରେ ଭୀଷଣ ଟର୍ବୁଲାନ୍ସ, ଯାତ୍ରୀ ସାମାନ୍ୟ ଆହତ

author img

By

Published : May 17, 2023, 4:47 PM IST

ଦିଲ୍ଲୀରୁ ସିଡନୀ ଅଭିମୁଖେ ଉଡାଣ ଭରିଥିବା ଏୟାର ଇଣ୍ଡିଆ ବିମାନରେ ଭୀଷଣ ଟର୍ବୁଲାନ୍ସ । କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ଦେଲା ଏୟାରଲାଇନ୍ସ । ଅଧିକ ପଢନ୍ତୁ

ଏୟାର ଇଣ୍ଡିଆ ଦିଲ୍ଲୀ-ସିଡନୀ ବିମାନରେ ଭୀଷଣ ଟର୍ବୁଲାନ୍ସ , ଅନେକ ଯାତ୍ରୀ ଆହତ

ନୂଆଦିଲ୍ଲୀ: ଦିଲ୍ଲୀରୁ ସିଡନୀ ଅଭିମୁଖେ ଉଡାଣ ଭରିଥିବା ଏୟାର ଇଣ୍ଡିଆ ବିମାନରେ ଭୀଷଣ ଟର୍ବୁଲାନ୍ସ ଅନୁଭୂତ ହୋଇଛି । ଫଳରେ ଏଥିରେ ଏକାଧିକ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ବେଶ କିଛି ସମୟ ଧରି ବିମାନଟି ଦୋହଲିବା ଫଳରେ ଯାତ୍ରୀମାନେ ଆଘାତପ୍ରାପ୍ତ ହୋଇଛନ୍ତି । ପ୍ରାୟ 7 ଯାତ୍ରୀଙ୍କୁ ସାମାନ୍ୟ ଧରଣର ଆଘାତ ଲାଗିଛି । କାହାକୁ ହସ୍ପିଟାଲରେ ଭର୍ତ୍ତି କରିବାର ଆବଶ୍ୟକତା ପଡିନାହିଁ । ପ୍ରାଥମିକ ଚିକିତ୍ସା ପରେ ଯାତ୍ରୀଙ୍କୁ ଛାଡି ଦିଆଯାଇଥିବା ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଳୟ ଓ ଏୟାର ଲାଇନ୍ସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ଏୟାର ଇଣ୍ଡିଆ ବିମାନ AI-302 ଦିଲ୍ଲୀରୁ ସିଡନୀ ଅଭିମୁଖେ ଉଡାଣ ଭରିଥିଲା । ହେଲେ ମଝି ଆକାଶରେ ଭୀଷଣ ଟର୍ବୁଲାନ୍ସର ସାମ୍ନା କରିଥିଲା ଏହି ବିମାନ । ଫଳରେ ଯାତ୍ରୀ ଆହତ ହେବା ସହ ଭୟଭୀତ ହୋଇପଡିଥିଲେ । ଏହି ସୂଚନା ମିଳିବା ପରେ ବିମାନ ଅବତରଣ ପୂର୍ବରୁ ସିଡନୀ ବିମାନ ବନ୍ଦରରେ ମେଡିକାଲ ସହାୟତା ବ୍ୟବସ୍ଥା କରାଯାଇଥିଲା । ସିଡନୀ ବିମାନ ବନ୍ଦରରେ ଥିବା ଏୟାର ଇଣ୍ଡିଆ ଏୟାରଲାଇନ୍ସ ମ୍ୟାନେଜରଙ୍କ ପକ୍ଷରୁ ଫାଷ୍ଟଏଡ ଓ ଅନ୍ୟ ପ୍ରଥମିକ ଚିକିତ୍ସା ସୁବିଧା ବ୍ୟବସ୍ଥା କରାଯାଇଥିଲା । ତେବେ ଗମ୍ଭୀର ଭାବେ କେହି ଯାତ୍ରୀ ଆଘାତ ପାଇନଥିବା ଜଣାପଡିଥିଲା । 7 ଜଣଙ୍କୁ ସାମାନ୍ୟ ଆଘାତ ଲାଗିଥିବା ବେଳେ 3ଜଣ ଯାତ୍ରୀଙ୍କୁ ଫାଷ୍ଟଏଡ ଆବଶ୍ୟକ ପଡିଥିଲା ।

ଏୟାର ଇଣ୍ଡିଆ ପ୍ରବକ୍ତାଙ୍କ ପକ୍ଷରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି, ଘଟଣାଟି ଗତକାଲି (16 ତାରିଖ)ର ।ଏଥିରେ କେହି ଯାତ୍ରୀ ଓ ବିମାନଟି କୌଣସି କ୍ଷତିଗ୍ରସ୍ତ ହୋଇନାହିଁ । ଟର୍ବୁଲାନ୍ସ ଅନୁଭୂତ ହେବା ପରେ ଆହତ ଯାତ୍ରୀଙ୍କୁ ବିମାନରେ ହିଁ ପ୍ରାଥମିକ ମେଡିକାଲ ସୁବିଧା କ୍ର୍ୟୁ-ମେମ୍ବରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିଲା । ପରେ ବିମାନଟି ସିଡନୀ ବିମାନ ବନ୍ଦରରେ ସୁରକ୍ଷିତ ଲ୍ୟାଣ୍ଡିଂ କରିଥିଲା । ଯାତ୍ରୀ ଅବତରଣ କରିବା ପରେ ସେମାନଙ୍କ ମଧ୍ୟରୁ 3ଜଣଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା । କାହାକୁ ହସ୍ପିଟାଲ ନେବାକୁ ମଧ୍ୟ ପଡିନଥିଲା ।

ତେବେ ପାର୍ବତ୍ୟାଞ୍ଚଳ ଓ ସମୁଦ୍ର ଉପର ଦେଇ ଉଡାଣ ଭରୁଥିବା ବିମାନଟି ବାୟୁଚାପ, ହଠାତ ତାପମାତ୍ରାରେ ପରିବର୍ତ୍ତନ ଓ ପାଣିପାଗ ସମ୍ପର୍କିତ ପରିବର୍ତ୍ତନ ପାଇଁ ବେଳେ ବେଳେ ଟର୍ବୁଲାନ୍ସର ଶିକାର ହୋଇଥାଏ । ବିମାନଟି ଉଡୁଥିବା ଉଚ୍ଚତାର ସ୍ତରରେ ହ୍ରାସ ଘଟିବା ଫଳରେ ଏହା ଦୋହଲି ଉଠିଥାଏ । ଏପରି କିଛି ଘଟଣାରେ ବିମାନ କ୍ଷତିଗ୍ରସ୍ତ ହେବାର ମଧ୍ୟ ଉଦାହରଣ ରହିଛି । ଯାତ୍ରୀମାନେ ମଧ୍ୟ ଆହତ ହୋଇଥାନ୍ତି । ହେଲେ ଏହା ସାମାନ୍ୟ ଧରଣର ହେଲେ ସେପରି କିଛି ଆହ୍ବାନ ନଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.