ETV Bharat / bharat

ଶଶିକଳାଙ୍କ ପୁତୁରା ସହ ହାତ ମିଳାଇଲେ ଓୱେସୀ, ତାମିଲନାଡୁର 3 ସିଟ୍‌ରେ ନିର୍ବାଚନ ଲଢିବ AIMIM

author img

By

Published : Mar 8, 2021, 10:20 PM IST

ଶଶିକଳାଙ୍କ ପୁତୁରା ଟିଟିବି ଦିନାକରନଙ୍କ ଦଳ ସହିତ ମେଣ୍ଟ ଘୋଷଣା କରିଛନ୍ତି ଓୱେସୀ । ମେଣ୍ଟ ଚୁକ୍ତି ଅନୁଯାୟୀ ଓୱେସୀଙ୍କ ଦଳ 3ଟି ଆସନ ୱାନୀୟଙ୍ଗବାଦୀ, କୃଷ୍ଣାଗିରି ଓ ଶଙ୍କରପୁରମରେ ଲଢିବ ନିର୍ବାଚନ । ଅଧିକ ପଢନ୍ତୁ...

ଶଶିକଳାଙ୍କ ପତୁରା ସହ ହାତ ମିଳାଇଲେ ଓୱେସୀ, ତାମିଲନାଡୁର 3 ସିଟ୍‌ରେ ନିର୍ବାଚନ ଲଢିବ AIMIM

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନରେ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛି ଅସଦୁଦ୍ଦିନ ଓୱେସୀଙ୍କ ଦଳ AIMIM । ଶଶିକଳାଙ୍କ ପୁତୁରା ଟିଟିବି ଦିନାକରନଙ୍କ ଦଳ ସହିତ ମେଣ୍ଟ ଘୋଷଣା କରିଛନ୍ତି ଓୱେସୀ । ମେଣ୍ଟ ଚୁକ୍ତି ଅନୁଯାୟୀ ଓୱେସୀଙ୍କ ଦଳ 3ଟି ଆସନ ୱାନୀୟଙ୍ଗବାଦୀ, କୃଷ୍ଣାଗିରି ଓ ଶଙ୍କରପୁରମରେ ଲଢିବ ନିର୍ବାଚନ ।

ଏଆଇଏମଆଇଏମ ଗତ କିଛି ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି । ଦଳ ବିହାର ବିଧାନସଭା ନିର୍ବାଚନରେ 5ଟି ଆସନରେ ବିଜୟ ହାସଲ କରିଥିଲା । ଏହାପରେ ଗୁଜୁରାଟ, ହାଇଦ୍ରାବାଦରେ ହୋଇଥିବା ମହାନଗରନିଗମ ନିର୍ବାଚନରେ ସଫଳତା ଅର୍ଜନ କରିଛି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମଧ୍ୟ ଭାଗ୍ୟ ନିର୍ଦ୍ଧାରଣ କରିବାର ନିଷ୍ପତ୍ତି ନେଇଛି ଏଆଇଏମଆଇଏମ । ବଙ୍ଗ ନିର୍ବାଚନରେ ପ୍ରାର୍ଥୀ ଦେବ ଦଳ ।

ଟିଟିବି ଦିନାକରନ ପୂର୍ବରୁ କହିଥିଲେ ଯେ ଶଶିକଳା ରାଜନୀତିକୁ ଅଲବିଦା କହିଦେଇଛନ୍ତି, ହେଲେ ତାଙ୍କ ଦଳ ଅମ୍ମା ମକ୍କଲ ମୁନେତ୍ର କଜଗମ(ଏଏମଏମକେ) ନିର୍ବାଚନ ଲଢିବ । ତାମିଲନାଡୁରେ ସମସ୍ତ 234 ଆସନରେ 6 ଏପ୍ରିଲରେ ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.